ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଦୀର୍ଘ ୪ ମାସି ପରେ ଟ୍ରାକକୁ ଫେରିଛି ପୁରୀର ଅର୍ଥନୀତି; ଚଳଚଞ୍ଚଳ ହୋଇପଡ଼ିଛି ବଡ଼ଦାଣ୍ଡରୁ ନେଇ ବେଳାଭୂମି

ଦୀର୍ଘ ୪ ମାସି ପରେ ଟ୍ରାକକୁ ଫେରିଛି ପୁରୀର ଅର୍ଥନୀତି; ଚଳଚଞ୍ଚଳ ହୋଇପଡ଼ିଛି ବଡ଼ଦାଣ୍ଡରୁ ନେଇ ବେଳାଭୂମି

ଅଗଷ୍ଟ ୨୩ରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବା ପରଠୁ ପୁରୀର ସବୁ ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି, ଯାହାକୁ ନେଇ ଖୁସି ସବୁ ଦୋକାନୀ ।

ଦୀର୍ଘ ୪ ମାସି ପରେ ଟ୍ରାକକୁ ଫେରିଛି ପୁରୀର ଅର୍ଥନୀତି; ଚଳଚଞ୍ଚଳ ହୋଇପଡ଼ିଛି ବଡ଼ଦାଣ୍ଡରୁ ନେଇ ବେଳାଭୂମି
ଦୀର୍ଘ ୪ ମାସି ପରେ ଟ୍ରାକକୁ ଫେରିଛି ପୁରୀର ଅର୍ଥନୀତି
  • News18 Odia
  • Last Updated: August 25, 2021, 3:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଶ୍ରୀମନ୍ଦିର ଖୋଲିବା ପରେ ଏବେ ଚଳଚଞ୍ଚଳ ହୋଇପଡ଼ିଛି ବଡ଼ଦାଣ୍ଡରୁ ଆରମ୍ଭ କରି ବେଳାଭୂମି । ଦୀର୍ଘ ଚାରି ମାସ ଧରି ହାତ ବାନ୍ଧି ବସିଥିବା ବ୍ୟବସାୟୀ, ହୋଟଲ ମାଲିକ ଓ ଉଠା ଦୋକାନୀଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳୁଛି । ଶ୍ରୀମନ୍ଦିର ସମ୍ମୁଖ ଦୋକାନ ହେଉ ଅବା ବଡ଼ଦାଣ୍ଡ ସବୁଠି ଏବେ ପର୍ଯ୍ୟଟକଙ୍କ ଭିଡ଼ ଜିମୁଛି । ବେଳାଭୂମିରେ ସ୍ନାନ କରିବା ସହ ଉଠା ଦୋକାନୀଙ୍କ ଠାରୁ ଜିନିଷ କିଣି ବେଶ୍ ମଜା ନେଉଛନ୍ତି ପର୍ଯ୍ୟଟକ । ଆଉ ଆଜି ମନ୍ଦିର ଖୋଲିବା ପରେ ବେଳା ଭୂମିରେ ଥିବା ଦୋକାନୀମାନେ ପର୍ଯ୍ୟଟକଙ୍କ ଆଗମନକୁ ନେଇ କିଛି ଟଙ୍କା ରୋଜଗାର କରିବାରେ ସଫଳ ହୋଇଛନ୍ତି ।

ଏହି ଅବସରରେ ୭୦ ବର୍ଷରୁ ବଡ଼ଦାଣ୍ଡରେ ଦୋକାନ କରିଥିବା ଜଣେ ବ୍ୟବସାୟୀ ବିକ୍ରମ ଅଗ୍ରୱାଲ କହିଛନ୍ତି, "ଦୀର୍ଘ ଚାରି ମାସ ପରେ ଚଳଚଞ୍ଚଳ ହୋଇପଡ଼ିଛି ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ପୁରୀ । ସର୍ବସାଧାରଣଙ୍କ ପାଇଁ ମନ୍ଦିର ଦର୍ଶନ ଖୋଲିବା ପରେ ଏବେ ସହରରେ ନାହିଁନ ଥିବା ଭିଡ଼ ଜମୁଛି । ଯୁଆଡେ ଦେଖିବ ଖାଲି ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳୁଛି ।
ମହାପ୍ରଭୁଙ୍କ ଦର୍ଶନ ସହ ବେଳାଭୂମିରେ ସମୁଦ୍ର ସ୍ନାନର ମଜା ତା ସାଙ୍ଗକୁ ପୁରୀ କୋଣାର୍କ, ସାତପଡ଼ା ଚିଲିକା ଡଲଫିନ ଆଦି ଦେଖିବା ପାଇଁ ରହିଛି ପର୍ଯ୍ୟଟକଙ୍କର ଆକର୍ଷଣ । ଆଉ ମନ୍ଦିର ଖୋଲିବା ପରେ ପର୍ଯ୍ୟଟକ ଆସିବାରୁ ପୁଣି ସଜା଼ଡି ହେଉଛି ସହରର ଅର୍ଥନୀତି, କାରଣ ପର୍ଯ୍ୟଟକଙ୍କୁ ନେଇ ଏଠି ଚାଲିଥାଏ ଜୀବନ ଜିବୀକା । ବଡ଼ଡାଣ୍ଡରେ ଦୋକୀନୀ ଟିଏ ହେଉ ଅବା ବେଳାଭୂମିରେ ଉଠା ଦୋକାନୀ ସମସ୍ତେ ଅନେଇ ଥାନ୍ତି ପର୍ଯ୍ୟଟକ ଆସିଲେ ଜିନିଷ ପତ୍ର କିଣିଲେ ସେମାନଙ୍କ ପରିବାର ଗୁଜୁରାଣ ହେବ।"

ଚଳଚଞ୍ଚଳ ହୋଇପଡ଼ିଛି ବଡ଼ଦାଣ୍ଡ


ଅଗଷ୍ଟ ୨୩ରୁ ଶ୍ରୀମନ୍ଦିରକୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବା ପରେ ବଡ଼ଦାଣ୍ଡରୁ ଆରମ୍ଭ କରି ବେଳାଭୂମି ସବୁଠି ଭିଡ଼ ଦେଖିବାକୁ ମିଳୁଛି । ଦର୍ଶନ ସାରି କିଏ ବଡ଼ଡାଣ୍ଡର ପୁରୀର ପ୍ରସିଦ୍ଧ ଖଜା କିଣୁଛନ୍ତି ତ ଆଉ କିଏ ଲସି ପିଉଥିବାର ନଜର ଆସୁଛନ୍ତି । ପୁଣି କିଏ କିଏ ପିତ୍ତଳ ସାମଗ୍ରୀ , ବେତ ଜିନିଷ ଓ କିଏ ମଧ୍ୟ ସମ୍ବଲପୁରୀ ବସ୍ତ୍ର ସହ ସୁତା ଲୁଗା କିଣୁଛନ୍ତି । ଦୀର୍ଘ ଦିନ ଧରି କରୋନା ଯୋଗୁଁ ଦୋକାନ ବନ୍ଦ ହୋଇଥିବାରୁ କିଛି ମଧ୍ୟ କର୍ମଚାରୀଙ୍କୁ ଛଟେଇ କରି ଦିଆଯାଇଥିଲା । ଆଉ ଆଜି ସେମାନଙ୍କ ମୁହଁରେ ହସ ଦେଖି ଖୁସି ଲାଗୁଛି । କାରଣ ଯେକୌଣସି ଦୋକାନ ଦେଖିବ ସବୁଠି ପର୍ଯ୍ୟଟକମାନେ କିଣାକିଣିରେ ଭିଡ଼ ଜମାଇଛନ୍ତି । ଏଥି ପାଇଁ ଏବେ ସବୁକିଛି ସ୍ୱାଭାବିକ ହୋଇଥିବାରୁ ଭଲ ଦି ପଇସା ରୋଜଗାର ହେଉଛି ବୋଲି କହିଛନ୍ତି ବଡ଼ଦାଣ୍ଡରେ ଥିବା ୫୦ ବର୍ଷୀୟ ଚାନ୍ଦୁଆ ଓ ପିତ୍ତଳ ଦୋକାନୀ ଦମୋଦର ସାହୁ।

"ମନ୍ଦିର ହେଉଛି ପୁରୀ ସହରର ଲାଇଫ ଲାଇନ୍ । ଏଥି ପାଇଁ ମନ୍ଦିର ଖୋଲିଲେ ବେଳାଭୂମି ଚାଲିବ । ତା ସାଙ୍ଗକୁ ସହରରେ ଥିବା ଦୋକାନ ବଜାର ମଧ୍ୟ ଚାଲିବ । ପୁରୀରେ ନାଁ ଅଛି କଳକାରଖାନା କି ଫ୍ୟାକ୍ଟ୍ରି । କେବଳ ଶ୍ରୀମନ୍ଦିରକୁ ଭକ୍ତ ଆସିଲେ ଆମ ଦୋକାନ ଚାଲିଲେ ଦି ପଇସା ରୋଜଗାର ହେବ । କରୋନା ଯୋଗୁଁ ଏତେ କଷ୍ଟ ଥିଲା ଯେ ଦୋକାନ କର୍ମଚାରୀଙ୍କୁ ବି ଛଟେଇ କରିବାକୁ ବାଧ୍ୟ ହେଲୁ। ଆଉ ଏବେ ପୁଣି ଥରେ କର୍ମଚାରୀଙ୍କୁ ନେଇ ଦୋକାନ ଖୋଲି ଥିବାରୁ ବେଶ ରୋଜଗାର ମଧ୍ୟ ହେବା ଆରମ୍ଭ ହେଲାଣୀ,’’ କହିଛନ୍ତି ଶ୍ରୀମନ୍ଦିର ସମ୍ମୁଖରେ ଥିବା ୪୦ ବର୍ଷୀୟ ଲୁଗା ଦୋକାନୀ ଅଭିଷେକ ଚାନ୍ଦୁକା ।

ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼


ବେଳାଭୂମିରେ କାମ କରୁଥିବା ୪୫ ବର୍ଷୀୟ ଫଟୋଗ୍ରାଫର କହିଛନ୍ତି, ‘‘ଖାଲି ବଡ଼ଦାଣ୍ଡର ବ୍ୟବସାୟୀ ନୁହଁନ୍ତି ବେଳାଭୂମିରେ ମଧ୍ୟ ଫଟୋଗ୍ରାଫର, ଘୋଡା ଓ ଓଟ ବେପାରୀ, ବୁଲା ମାଳି ମୁକ୍ତା ବେପାରୀ, ଝାଲମୁଢ଼ି ବେପାରୀ, ତା ସହିତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ସମୁଦ୍ର ସ୍ନାନ କରାଉଥିବା ନୋଳିଆମାନେ ବି ବେଶ ଖୁସି ଅଛନ୍ତି । ମନ୍ଦିର ଖୋଲିବା ନେଇ ଏବେ ବେଳାଭୂମିରେ ପ୍ରତିଟି ହୋଟେଲ ପ୍ୟାକ । ଏହା ସହିତ ସକାଳୁ ଆରମ୍ଭ କରି ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ବେଶ ଭିଡ଼ ଜମୁଛି ବେଳା ଭୂମିରେ । ପର୍ଯ୍ୟଟକମାନେ ସକାଳୁ ସମୁଦ୍ର ସ୍ନାନ କରୁଥିବା ବେଳେ ଅପରାହ୍ନରେ ପୁଣି ବିଚରେ ବସି ପରିବାର ସହ ମଜା କରିବା ସହ ରମଣୀୟ ବେଳାଭୂମିର ସାନ୍ଧ୍ୟ କାଳୀନ ଦୃଶ୍ୟକୁ ଉପଭୋଗ କରୁଛନ୍ତି । ତେଣୁ ଏବେ ପର୍ଯ୍ୟଟକ ଆସିବା ପରେ ବେଳାଭୂମିର ବ୍ୟବସାୟୀଙ୍କ ରୋଜଗାର ବଢ଼ିଲାଣି । "

ବେପାରୀଙ୍କ ବ୍ୟତୀତ ୩୮ ବର୍ଷୀୟ ବଙ୍ଗୀୟ ପର୍ଯ୍ୟଟକ ଶ୍ରେୟା ସ୍ନିଗ୍ଧା ଘୋଷ କହିଛନ୍ତି, "ପର୍ଯ୍ୟଟକମାନେ ଦୀର୍ଘ ଦିନ ପରେ ପୁରୀ ଆସି ଖୁସି ଅନୁଭବ କରିବା ସହ ଫ୍ୟାମିଲି ଟୁର ଡେଷ୍ଟିନେସନ ପାଇଁ ଏହା ସବୁଠୁ ଭଲ ପର୍ଯ୍ୟଟନ କ୍ଷେତ୍ର । ଏଥି ପାଇଁ ପରିବାର ସହ ବୁଲିବାକୁ ଆସି ଏଠାର ଖଜା, ସମ୍ବଲପୁରୀ ଡ୍ରେସ୍, ଶଙ୍ଖ ମାଳି କିଣାକିଣି କରିବା ସହ ଖାଦ୍ୟର ବେଶ୍ ମଜା ନେଉଛନ୍ତି । "

ପୁରୀ ଖଜା ଦୋକାନରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼


ପ୍ରଶାସନର କୋଭିଡ କଟକଣା ରହିଥିଲେ ସୁଦ୍ଧା ସବୁ କିଛି ସ୍ୱାଭାବିକ ହୋଇଛି । ତେବେ ଦେଖାଯାଉ ଏସବୁ ଭିତରେ କେତେ ନିୟନ୍ତ୍ରଣରେ ରହୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଉ କିଭଳି ବ୍ୟବସାୟୀମାନେ ପାଳନ କରୁଛନ୍ତି କୋଭିଡ କଟକଣା ।
Published by: Lipina Das
First published: August 25, 2021, 3:13 PM IST