ପୁରୀ: ନାଲି ଚପଲ ଓ ହଳଦିଆ ଟି ସାର୍ଟ ଫସାଇଲା ବାଇକ୍ ଲୁଟେରାକୁ; ସିସିଟିଭିକୁ ଚକମାଦେଇ କରୁଥିଲା ବାଇକ ଚୋରି

କ୍ରମାଗତ ଭାବେ ବାଇକ ଚୋରି କରୁଥିବା ବେଳେ ଏସବୁ ହସ୍ପିଟାଲର ସିସିଟିଭି କ୍ୟାମେରାରେ ରେକର୍ଡ଼ ହେଉଥିଲା । ପ୍ରତିଥର ଚୋରି ପରେ ମଧ୍ୟ ପୋଲିସ ସିସିଟିଭି କ୍ୟାମେରାର ଫୁଟେଜକୁ ଯାଞ୍ଚ କରୁଥିଲେ କିନ୍ତୁ ଲୁଟେରାର ପତ୍ତା ମିଳୁନଥିଲା ।

ପୁରୀ: ନାଲି ଚପଲ ଓ ହଳଦିଆ ଟି ସାର୍ଟ ଫସାଇଲା ବାଇକ୍ ଲୁଟେରାକୁ; ସିସିଟିଭିକୁ ଚକମାଦେଇ କରୁଥିଲା ବାଇକ ଚୋରି
ବାଇକ୍ ଲୁଟ କରି ନେବା ସମୟରେ ସିସିଟିଭିରେ କଏଦ ହୋଇଥିବା ଲୁଟେରା
  • News18 Odia
  • Last Updated: August 20, 2020, 11:42 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ପୁରୀ: ସଦର ମୁଖ୍ୟ ଚିକିତ୍ସାଳୟରେ ବାରମ୍ବାର ବାଇକ୍ ଚୋରୀ ହେଉଥିଲା । ଏହାକୁ ନେଇ ଥାନାରେଏକାଧିକ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ଲୁଟେରାକୁ ଧରିବାରେ ବିଫଳ ଥିଲା । ଗୋଟିଏ ପରେ ଗୋଟିଏ ବାଇକ ଚୋରି କରି ଅନାୟସରେ ନେଇ ପଳାଉଥିଲା ବାଇକ୍ ଲୁଟେରା । ସିସିଟିଭି ଲାଗିଥିଲେବି ଚୋର ସମସ୍ତଙ୍କୁ ଚକମା ଦେଇ ଗୋଟିଏ ପରେ ଗୋଟିଏ ବାଇକ୍ ଚୋରି କରୁଥିଲା । ପୋଲିସବି ଲୁଟେରାର ଟେର ପାଉନଥିଲା । ବାରମ୍ବାର ଗୋଟିଏ ଜାଗାକୁ ଚୋରି କରିବାକୁ ଆସି ଶେଷରେ ସେ ନିଜେ ଫସିଥିଲା । ଲୁଟୋରକୁ ପୋଲିସ ଜେରା ପରେ ସମୁଦାୟ ବାଇକ ଲୁଟେରା ଗ୍ୟାଙ୍ଗ ଧରାପଡିଲା । ସାଜପୁର ଯଶିପୁରର ଲୁଟେରା ୩୦ବର୍ଷୀୟ ଆଲୋକ ସାମଲ ସହ ୫ ଜଣ ଲୁଟେରାଙ୍କୁ ପୋଲିସ ଗିରଫ କରିବାରେ ସମର୍ଥ ହୋଇଛି ପୋଲିସ ।

ଦୀର୍ଘଦିନ ଧରି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଏମସିଏଚ୍ ବିଲ୍ଡିଂ ତଳୁ ଦୁର୍ବୃତ୍ତ ବାଇକ ଚୋରି ଜାରି ରଖିଥିଲେ । କ୍ରମାଗତ ଭାବେ ବାଇକ ଚୋରି କରୁଥିବା ବେଳେ ଏସବୁ ହସ୍ପିଟାଲର ସିସିଟିଭି କ୍ୟାମେରାରେ ରେକର୍ଡ଼ ହେଉଥିଲା । ପ୍ରତିଥର ଚୋରି ପରେ ମଧ୍ୟ ପୋଲିସ ସିସିଟିଭି କ୍ୟାମେରାର ଫୁଟେଜକୁ ଯାଞ୍ଚ କରୁଥିଲେ କିନ୍ତୁ ଲୁଟେରାର ପତ୍ତା ମିଳୁନଥିଲା ।

"ଜୁଲାଇ ୩ ତାରିଖ ଦିନ ୧୧ଟା ସମୟରେ ସାକ୍ଷିଗୋପାଳ ମୁଁ ମୋର ସମ୍ପର୍କୀୟଙ୍କୁ ଦେଖିବା ପାଇଁ ଏକ ଗ୍ଲାମର ଗାଡିରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ଏମସିଏଚ୍ ବିଲ୍ଡିଂକୁ ଆସିଥିଲି । ଭଉଣୀର ଏକ କନ୍ୟାସନ୍ତାନ ଜନ୍ମ ହୋଇଥିବାରୁ ମେଡ଼ିକାଲରେ ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ସେ ୱାର୍ଡ ଭିତରକୁ ଯାଇଥିଲି । କିନ୍ତୁ ମୁଁ ୱାର୍ଡରୁ ଫେରିବା ବେଳେ ମୋ ବାଇକ ନଥିଲା । ବିଲ୍ଡିଂ ତଳେ ଲାଗିଥିବା ସିସିଟିଭି ଫୁଟେଜ ଅନୁଧ୍ୟାନ ପରେ ଜଣେ ମାଟିଆ ରଙ୍ଗର ଜିନ୍ସ ପ୍ୟାଣ୍ଟ , ହଳଦିଆ ଟି ସାର୍ଟ ଓ ନାଲି ଚପଲ ପିନ୍ଧା ଯୁବକ ବାଇକ ନେଉଥିବା ଦେଖାଯାଇଥିଲା । ବହୁତ ଖୋଜାଖୋଜି ପରେ ସେ କୁମ୍ଭାରପଡା ଥାନାରେ ଏତାଲା ଦେଇ ଫେରିଥିଲେ "ବୋଲି କହିଛନ୍ତି ବାଇକ ଲୁଟର ଶିକାର ହୋଇଥିବା ସାକ୍ଷୀଗୋପାଳର ଅନିଲ କୁମାର ମିଶ୍ର ।

ଗତ ଜୁଲାଇ ୩ ତାରିଖ ଦିନ ୧୧ଟା ସମୟରେ ସାକ୍ଷିଗୋପାଳ ବାଲିହୁଡା ଗ୍ରାମର ୩୦ ବର୍ଷୀୟ ଅନିଲ କୁମାର ମିଶ୍ର ତାଙ୍କ ସମ୍ପର୍କୀୟଙ୍କୁ ଦେଖିବା ପାଇଁ ଏକ ଗ୍ଲାମର ଗାଡ଼ିରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ଏମସିଏଚ୍ ବିଲ୍ଡିଂକୁ ଆସିଥିଲେ । ତାଙ୍କ ଭଉଣୀର ଏକ କନ୍ୟାସନ୍ତାନ ଜନ୍ମ ହୋଇଥିବାରୁ ମେଡ଼ିକାଲରେ ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ସେ ୱାର୍ଡ ଭିତରକୁ ଯାଇଥିଲେ । ଏହା ପରେ ସିସିଟିଭି ଅନୁଧ୍ୟାନ ପରେ ଜଣେ ମାଟିଆ ରଙ୍ଗର ଜିନ୍ସ ପ୍ୟାଣ୍ଟ , ହଳଦିଆ ଟି ସାର୍ଟ ଓ ନାଲି ଚପଲ ପିନ୍ଧା ଯୁବକ ବାଇକ ନେଉଥିବା ଦେଖାଯାଇଥିଲା । ବହୁତ ଖୋଜାଖୋଜି ପରେ ସେ କୁମ୍ଭାରପଡା ଥାନାରେ ଏତାଲା ଦେଇ ଫେରିଥିଲେ ବୋଲି କହିଛନ୍ତି ବାଇକ ଲୁଟର ଶିକାର ହୋଇଥିବା ସାକ୍ଷୀଗୋପାଳର ଅନିଲ କୁମାର ମିଶ୍ର ।

ଜବତ ହୋଇଥିବା ଚୋରି ବାଇକ ଓ ଲୁଟେରା ଗ୍ୟାଙ୍ଗ


"ଖାଲି ଗୋଟିଏ ନୁହେଁ ଅଗଷ୍ଟ ୫ ତାରିଖରେ ମଧ୍ୟ ସେହି ସମାନ ଢ଼ଙ୍ଗରେ ହୋଇଥିଲା ଆଉ ଏକ ବାଇକ୍ ଚୋରି । ସେହି ଏମସିଏଚ୍ ବିଲ୍ଡିଂରେ ରାମଚଣ୍ଡୀ ଥାନା ଅଞ୍ଚଳରେ ବଡଗାଁର ୨୨ ବର୍ଷୀୟ ନାରାୟଣ ବାରିକଙ୍କ ପଲସର ଗାଡି ଚୋରି ହୋଇଥିଲା । ତା ପରେ ଲୁଟେରା ଜଣଙ୍କ ଆଉ ଏମସିଏଚ୍ ବିଲ୍ଡିଂ ତଳୁ ଚୋରି ନ କରି ଏବେ ଆଉଟ ଡୋର ପଟୁ ଚୋରି କରିବା ପାଇଁ ଯୋଜନା କରୁଥିଲା । କାରଣ ସେପଟେ ସିସିଟିଭି ରେକର୍ଡ ହେଉଥିବାରୁ ଲୁଟେରା ଜଣଙ୍କ ଆଉଟଡୋର ପଟେ ଡ଼େରା ପକାଇଥିଲା । ଅଗଷ୍ଟ ୧୧ ତାରିଖ ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ ଲୁଟେରା ଆଉଟଡୋର ପଟେ ଠିଆହୋଇ ବାଇକ ଗୁଡ଼ିକ ନଜର କରୁଥିଲା । ସେହି ସମୟରେ ପୋଲିସ ନଜରକୁ ଆସିଥିଲା ନାଲି ଚପଲ । ଏଥିସହ ଦେହରେ ନାଲି ଗଂଜି ଓ ମୁହଁରେ ଥିଲା ସମାନ ନାଲି ମାସ୍କ । ଏହା ଜଣାପଡ଼ିବା ପରେ ମେଡ଼ିକାଲ ପରିସରରେ ଥିବା ଫାଣ୍ଡି ପୋଲିସ ଘେରିଯାଇ ତାକୁ କାବୁ କରିଥିଲେ । ଏହା ପରେ ସିସିଟିଭି ଫୁଟେଜରୁ ମିଳିଥିବା ଫଟୋ ଓ ଧରାପଡିଥିବା ଯୁବକ ସମାନ ବୋଲି ଜଣାପଡିଥିଲା । ପୋଲିସ ତାକୁ ନେଇ କୁମ୍ଭାରପଡ଼ା ଥାନାରେ ଜେରା କରିଥିଲା । କେତେ ବାଇକ ଚୋରି ହୋଇଛି ଓ କେଉଁଠି ବିକ୍ରି କରିଛି ତାହା ନେଇ ତଦନ୍ତ କରାଯାଇଛି, " କହିଛନ୍ତି କୁମ୍ଭାରପଡା ଥାନାର ଭାରପ୍ରାପ୍ତ ଅଧିକାରୀ କୁଳମଣୀ ସେଠୀ ।

"ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ କୁମ୍ଭାରପଡ଼ା ପୋଲିସର ଏକ ଫାଣ୍ଡି ରହିଛି । ଏଥିରେ ଜଣେ ମହିଳା ଏଏସ୍ଆଇ, ଦୁଇ ଜଣ ପୁରୁଷ କନେଷ୍ଟବଳ ଓ ଜଣେ ମହିଳା କନେଷ୍ଟବଳ ଡ୍ୟୁଟି କରୁଛନ୍ତି । ଏହି ବାଇକ୍ ଲୁଟେରା ଆମର ଟେନସନ ବଢ଼ାଇଥିଲା । ବାରମ୍ବାର ବାଇକ୍ ଚୋରି ହେବାକୁ ନେଇ ସିସିଟିଭି ଫୁଟେଜ ଯାଞ୍ଚ କରି ଆମେ ତା ଚପଲକୁ ଗୁରୁତ୍ୱ ଦେଲୁ । କାରଣ ପୋଷାକ ବଦଳିଯିବ ହେଲେ ଚପଲ ବଦଳାଇବାକୁ ସେ ଚିନ୍ତା କରିନଥିବ । ଯାହା ଫଳରେ ନାଲି ଚପଲ ହିଁ ତାକୁ ଧରାପକାଇ ଦେଲା । ସେହି ଲୁଟେରା ପୁରୀ ମାର୍କଣ୍ଡେଶ୍ୱର ସାହିରେ ଭଡ଼ାରେ ରହୁଥିବା ବେଳେ ସେ ଯାଜପୁରର ବିଂଝାରପୁର ଅଞ୍ଚଳରେ ୟତସିଂପୁରର ୩୦ ବର୍ଷୀୟ ଆଲୋକ ସାମଲ । ତାକୁ ଜେରା ପରେ ବାଇକ ଲୁଟେରା ଗ୍ୟାଙ୍ଗକୁ ଠାବ କରାଗଲା । ଆଲୋକକୁ ମିଶାଇ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୨ ଟି ବାଇକ ଜବତ ହୋଇଛି । ତେବେ ଦୁଇ ସପ୍ତାହ ଭିତରେ ପୁରୀ ପୋଲିସ ଡ଼େଲାଙ୍ଗ ଥାନା ପକ୍ଷରୁ ୨୫ଟି ଗାଡ଼ି ଓ ତାଳବଣିଆ ଥାନା ହାତରେ ୧୭ଟି ଚୋରି ଗାଡ଼ି ଏହିଭଳି ସମୁଦାୟ ୫୪ ଟି ଦୁଇଚକିଆ ଗାଡ଼ି ଉଦ୍ଧାର ହୋଇଛି, " କହିଛନ୍ତି ପୁରୀ SP ଅଖିଳେଶ୍ୱର ସିଂ ।

ପୁରୀ ଜିଲ୍ଲାରେ ଦିନକୁ ଦିନ ଲୁଟ ହେଉଥିଲା ଅନେକ ବାଇକ । ପୁରୀ ପୋଲିସର ଏଭଳି ବାଇକ ଲୁଟେରାଙ୍କୁ ଧରି ୫୦ରୁ ଅଧିକା ବାଇକ ଜବତ ପରେ ସହରବାସୀଙ୍କ ବିଶ୍ୱାସଭାଜନ ହୋଇଛି ପୋଲିସ ।
Published by: Jagdish Barik
First published: August 20, 2020, 11:42 AM IST
corona virus btn
corona virus btn
Loading