News 18 Odia Digital
ପୁରୀ; ଶରଧାବାଲିଠାରେ ୪ ଦିନିଆ ପୁରୀ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମହୋତ୍ସବ ଉଦଘାଟିତ ହୋଇ ଯାଇଛି। ଏହାକୁ ଉଦଘାଟନ କରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞନ ଦାଶ (Samir ranjan dash) କୃଷି ଓ କୃଷକର ବିକାଶ ପାଇଁ ସରକାର ଅନେକ ବ୍ୟବସ୍ଥା କରିଛନ୍ତି ବୋଲି କହିଥିଲେ।
କର୍ଣ୍ଣାଟକ ପରେ ଓଡ଼ିଶା ଦ୍ୱିତୀୟ ରାଜ୍ୟ ଯିଏ କୃଷି ବଜେଟ (Budget) ଉପସ୍ଥାପନ କରୁଛି। ୨୦୦୦ ରୁ ୨୦୨୩ ମଧ୍ୟରେ କୃଷି ବଜେଟରେ ୬ ଗୁଣା ବଢିଛି। କାଳିଆ, ବଳରାମ ଯୋଜନା କୃଷକମାନଙ୍କ ପାଇଁ ପ୍ରଣୟନ କରାଯାଇଛି। ସବସିଡ ମଧ୍ୟ ପ୍ରଦାନ କରାଯାଇଛି। ତେବେ କୃଷି କର୍ମଚାରୀମାନେ ଏହି ସବୁ ବ୍ୟବସ୍ଥା ଓ ଅଣଧାନ ଚାଷ ସମ୍ପର୍କରେ, ବୈଷୟିକ ଜ୍ଞାନ ଉପଯୋଗ ସମ୍ପର୍କରେ କୃଷକମାନଙ୍କୁ ଅବଗତ ଓ ସଚେତନ କରାଇବାକୁ ସେ ପରାମର୍ଶ ଦେଇଥିଲେ। ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ତୁଷାର କାନ୍ତି ବେହେରା କହିଛନ୍ତି, ବିଗତ ୧୦ ବର୍ଷ ମଧ୍ୟରେ କୃଷିରେ ଅନେକ ଉନ୍ନତି ହୋଇଛି।ପାରମ୍ପରିକ କୃଷି ବଦଳରେ ଆଧୁନିକ ପ୍ରଣାଳୀରେ ଚାଷ ପାଇଁ କୃଷକ ମାନେ ଆଗଭର ହେଲେଣି। ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବା ନିମନ୍ତେ ବୈଷୟିକ ଜ୍ଞାନ କୌଶଳ ଓ ଜୈବିକ ସାର ବ୍ୟବହାର କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ଆଧୁନିକ କୃଷି ପ୍ରଣାଳୀ, ଆଧୁନିକ କୃଷି ଯନ୍ତ୍ରପାତି, ମିଶ୍ରିତ ଚାଷ ଉପରେ କୃଷକମାନେ ପଦକ୍ଷେପ ନେବା, ଅର୍ଥକାରୀ ଫସଲ ପାଇଁ ଉନ୍ନତ ଯନ୍ତ୍ରପାତିର ସଠିକ ଉପଯୋଗ ଓ ପରିଚାଳନା, ଉନ୍ନତ ଯାନ୍ତ୍ରିକରଣର ବିକାଶ ଓ ସୁଯୋଗ ନେବାପାଇଁ ସେ ପରାମର୍ଶ ଦେଇଥିଲେ।ଏହି ଖବର ପଢ଼ନ୍ତୁ-
http://ନିଜ ପକେଟରୁ ସାହାଯ୍ୟ ପରେ.. ଲୋକଙ୍କ ଆଗରେ ହାତ ଯୋଡିଲେ... ନିଶା ମହାରଣାଜିଲ୍ଲା ପରିଷଦ ସଭାପତି ସ୍ୱପ୍ନାରାଣୀ ସ୍ୱାଇଁ ବ୍ୟକ୍ତ କରିଥିଲେ ଯେ, କୃଷି ଓ କୃଷକର ଉନ୍ନତି ପାଇଁ ଏହି ମେଳା ସହାୟକ ହୋଇ ପାରିବ ବୋଲି ଆଶା । ଜିଲ୍ଲାପାଳ ସମର୍ଥ ବର୍ମା ମେଳାର ସଫଳତା କାମନା କରିବା ସହ କୃଷକମାନଙ୍କୁ ଏହି ମେଳାର ସୁଫଳ ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରମେଶ ଚନ୍ଦ୍ର ରାୟ ଏଥିରେ ସଭାପତିତ୍ୱ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୃଷି ବିଭାଗର ଅଧିକ୍ଷଣ ଯନ୍ତ୍ରୀ ବ୍ରଜ କିଶୋର ହୋତା, ବ୍ଲକ କୃଷି ଅଧିକାରୀ ପିୟୁଷ ବଲ୍ଲଭ ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ପରିଚାଳନା କରିଥିଲେ। ପ୍ରାରମ୍ଭରେ ଅତିଥିମାନେ କୃଷି ମେଳାକୁ ଉଦଘାଟନ କରିଥିଲେ।
କୃଷି ମେଳାରେ ୬୩ ଟି କୃଷି ଓ କୃଷି ଯନ୍ତ୍ରପାତି ଷ୍ଟଲ ଏବଂ ୪ଟି ଖାଦ୍ୟ ଷ୍ଟଲ ଖୋଲା ଯାଇଛି। ଏହି ମେଳା ଚଳିତ ମାସ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ଆତ୍ମା କମିଟିର ଅଧ୍ୟକ୍ଷ, ବିଭିନ୍ନ ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ, କୃଷି ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।