News18 Odia Digital
Second Marriage of two collector: ସମ୍ବଲପୁର ଜିଲ୍ଲାପାଳ (Sambalpur Collector) ଅନନ୍ୟା ଦାସ (Ananya Das) ଏବଂ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ (Chanchal Rana) ଦ୍ବିତୀୟ ବିବାହ (Second Marriage) ଚର୍ଚ୍ଚା ଥମି ନଥିବା ବେଳେ ରାଜ୍ୟର ଆଉ ଦୁଇଜଣ ଜିଲ୍ଲାପାଳ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।

ପୁଣି ଦ୍ବିତୀୟ ବିବାହ କରିବେ ଆଉ ୨ ଜିଲ୍ଲାପାଳ
ପୁରୀ ଜିଲ୍ଲାପାଳ (Puri Collector) ସମର୍ଥ ବର୍ମା (Samarth Varma) ଏବଂ ରାୟଗଡ଼ା ଜିଲ୍ଲାପାଳ ସ୍ବଧାଦେବ ସିଂହ (Swadha Singh) ବିବାହ କରିବେ। ପୁରୀ ଜିଲ୍ଲାପାଳ ଏବଂ ରାୟଗଡ଼ା ଜିଲ୍ଲାପାଳ ଚଳିତ ମାସରେ ବାରାଣସୀରେ ପରସ୍ପରର ହାତ ଧରିବେ। ଏହା ସମର୍ଥ ଏବଂ ସ୍ୱଧାଦେବଙ୍କ ଦ୍ଵିତୀୟ ବିବାହ ହେବ। ପୂର୍ବରୁ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା।

ରାୟଗଡ଼ା ଜିଲ୍ଲାପାଳ ସ୍ବଧାଦେବ ସିଂହ
ଆଜ୍ଞା ହଁ, ବହା ହେବେ ଆଉ ଦୁଇ ଜିଲ୍ଲାପାଳ। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ବିବାହ କରିବେ ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେଵ ସିଂ। ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ଦ୍ଵତୀୟ ବିବାହ ଚର୍ଚ୍ଚାରେ ରହିଥିବା ବେଳେ ରାଜ୍ୟର ଆଉ ଦୁଇଜଣ ଜିଲ୍ଲାପାଳ ବିବାହକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସମର୍ଥ ବର୍ମା ଓ ତାଙ୍କ ପ୍ରଥମ ପତ୍ନୀ ସୂଚୀ ସିଂ
ପ୍ରକାଶ ଥାଉକି ସମର୍ଥ ବର୍ମା ପୂର୍ବରୁ ଭାରତୀୟ ରେଳବାଇ ଅଧିକାରୀ ସୂଚୀ ସିଂଙ୍କୁ ବିବାହ କରିଥିବା ବେଳେ ସ୍ୱଧାଦେଵ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ପ୍ରଥମ ପତ୍ନୀ ଥିଲେ। କିନ୍ତୁ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା।

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା
ଏହାପରେ ଚଞ୍ଚଳ ରଣା ସମ୍ବଲପୁର ଜିଲ୍ଲାପାଳ ଅନ୍ୟାନ୍ୟ ଦାସଙ୍କ ସହ ବିବାହ କରିଥିଲେ। ସେପଟେ ସମର୍ଥ ସମ୍ବଲପୁର ଜିଲ୍ଲାପାଳ ରହିଥିବା ବେଳେ ପତ୍ନୀ ସୂଚୀଙ୍କ ସହ ସମ୍ପର୍କରେ ଫାଟ ସୃଷ୍ଟି ହେବାପରେ ପରସ୍ପର ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା।
୨୦୧୧ ବ୍ୟାଚ ଆଇଏଏସ୍ ଅଧିକାରୀ ସମର୍ଥ ବର୍ମା ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ (kendrapara collector), ବିଏମସି କମିଶନର (BMC commissioner), ରାୟଗଡ଼ା ପିଡ଼ି ଡ଼ିଆରଡ଼ିଏ ଓ ସମ୍ବଲପୁର ଜିଲ୍ଲାପାଳ (Sambalpur Collector) ଓ ଭାବେ କାର୍ଯ୍ୟ କରିଛନ୍ତି।
ସେହିପରି ରାୟଗଡ଼ା ଜିଲ୍ଲାପାଳ ସ୍ବଧାଦେବ ସିଂହ ପୂର୍ବରୁ ନୂଆପଡ଼ା ଜିଲ୍ଲାପାଳ (Nuapada collector) ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ବ ତୁଳାଇଥିଲେ।
ପ୍ରକାଶ ଥାଉକି, ଚର୍ଚ୍ଚାରେ ରହିଥିବା ଦୁଇ ଜିଲ୍ଲାପାଳ ଅନନ୍ୟା ଦାସ (Collector Ananya das) ଓ ଚଞ୍ଚଳ ରାଣା (Collector Chanchal Rana) ଗତ ମେ ମାସ ୧ ତାରିଖରେ ବିବାହ (Ananya das and Chanchal Rana Marriage) କରିଥିଲେ।
ଗୌହାଟୀରେ ଏକ ଭବ୍ୟ ଆୟୋଜନରେ ଏହି ଦୁଇ ଜିଲ୍ଲାପାଳଙ୍କ ବିବାହ ସମ୍ପନ୍ନ ହୋଇଥିଲା। ବର ବେଶରେ ଚଞ୍ଚଲ ଧୂମ ନାଚିଥିବାର ଦେଖିବାକୁ ମିଳିଥିଲା ଯାହା ଭିଡ଼ିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ବିବାହରେ ଉଭୟଙ୍କ ପରିବାର ସଦସ୍ୟ ଓ ନିକଟତମ ସଂପର୍କୀୟ ଉପସ୍ଥିତ ଥିଲେ । ଗତ ଫେବୃଆରୀ ମାସରେ ଉଭୟଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।