ପୁରୀ ସହରରେ ମାତିଛନ୍ତି ଭିକାରୀ ମାଫିଆ; ଶିଶୁମାନଙ୍କୁ ନିୟୋଜିତ କରୁଛନ୍ତି ଭିକ୍ଷା ବୃତିରେ

ସହରରେ ଶିଶୁ ଭିକ୍ଷାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ୨୦ ରୁ ଅଧିକ ଶିଶୁଙ୍କୁ ଉଦ୍ଧାର କରିବା ବେଳେ ସେମାନଙ୍କ ସମ୍ପର୍କୀୟ ଓ ମାଫିଆମାନେ ଶିଶୁ ସୁରକ୍ଷା ସ୍ବେଛାସେବୀଙ୍କୁ ଆକ୍ରମଣ କରିଥିଲେ ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News 18 Odia Digital

ପୁରୀ:ସହରରେ ଶିଶୁ ଭିକ୍ଷାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଭିକାରୀ ମାଫିଆମାନେ ଶିଶୁଙ୍କୁ ଭିକ୍ଷା ବୃତିରେ ଲଗାଇ ଅର୍ଥ ଉପାର୍ଜନ କରୁଛନ୍ତି । ଆଉ ଗତକାଲି ୨୦ ରୁ ଅଧିକ ଶିଶୁଙ୍କୁ ଉଦ୍ଧାର କରିବା ବେଳେ ସେମାନଙ୍କ ସମ୍ପର୍କୀୟ ଓ ମାଫିଆମାନେ ଶିଶୁ ସୁରକ୍ଷା ସ୍ବେଛାସେବୀଙ୍କୁ ଆକ୍ରମଣ କରିଥିଲେ ।  ଆଉ ପୋଲସ ପହଞ୍ଚିବା ବେଳକୁ ଶିଶୁମାନଙ୍କୁ ନେଇ ପଳାଇଥିଲେ ମାଫିଆମାନେ।

ପୁରୀ ରେଳଷ୍ଟେସନ ,ଅର୍ବାନ ହାଟ ,ସମୁଦ୍ରକୂଳ ଆଦି ଯାଗାରେ ଯାଯାବରମାନେ ଶିଶୁମାନଙ୍କୁ ଭିକ୍ଷା ବୃତିରେ ନିୟୋଜିତ କରି ପର୍ଯ୍ୟଟକଙ୍କୁ ଭିକ୍ଷା ମାଗୁଛନ୍ତି । ତା ସହିତ ଶିଶୁମାନେ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରେ ମଧ୍ୟ ଭିକ୍ଷା ବୃତିରେ ଲାଗୁଛନ୍ତି ।

ସେପଟେ ପୁରୀରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜସ୍ଥାନ , କୋଲକାତା ,ବିହାର ,ଛତିଶଗଡ଼ ସମେତ ରୋହିଂଗ୍ୟା ହେଇଥିବାରୁ ଉଦ୍ଧାର କରିବା ସତ୍ତ୍ୱେ ସେମାନଙ୍କ ଥଇଥାନ ସମସ୍ୟା ହେଉଛି ବୋଲି କହିଛନ୍ତି ଶିଶୁ ସୁରକ୍ଷା କର୍ତ୍ତୃପକ୍ଷ। ସେମାନେ ନିଶାସକ୍ତ ଥିବାରୁ ଶିଶୁଙ୍କ ସୁରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ ।ଆଉ ଏ ନେଇ ପୁରୀ ପୋଲିସ ,ମହିଳା ସ୍ବେଚ୍ଛାସେବୀ ସଂଘ ,ଶିଶୁ ସୁରକ୍ଷା ସ୍ବେଚ୍ଛାସେବୀ ସଂସ୍ଥା ଆଦିଙ୍କୁ ନେଇ ସ୍ୱତନ୍ତ୍ର ଟିମ କରି ଉଦ୍ଧାର କାର୍ଯ୍ୟ କରିବାକୁ ପଡିବ ବୋଲି କହିଛନ୍ତି ଶିଶୁ ସୁରକ୍ଷା ନିର୍ଦ୍ଦେଶକ ଦେବାଶିଷ ରଥ।

"ଜାତୀୟ ଶିଶୁ ସୁରକ୍ଷା କମିଟି ଓ ଶିଶୁ ସୁରକ୍ଷା ଆଇନ ଦେଶରେ ରହିଥିଲେ ସୁଦ୍ଧା ଏହାକୁ କଡାକଡି କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ମଧ୍ୟ ଅନୁମୋଦନ ରହିଛି । ହେଲେ ଏମାନେ ଯାଯାବର ହୋଇଥିବାରୁ ଉଦ୍ଧାର ଶିଶୁଙ୍କୁ ପୁଣି ପ୍ରଶାସନ ଠାରୁ ନେଇଯାଇ ଅନ୍ୟ ଜାଗାରେ ଭିକ୍ଷା ବୃତିରେ ଲଗାଉଛନ୍ତି ।

ତେବେ ଏଭଳି ଉଦ୍ଧାର ଶିଶୁଙ୍କ ଥଇଥାନ ପାଇଁ ସରକାରଙ୍କ ବ୍ୟବସ୍ଥା ରହିଥିବା ବେଳେ ୩୦ରୁ ଅଧିକ ଶିଶୁଙ୍କୁ ଉଦ୍ଧାର କରାଯାଇ ନିଳାଦ୍ରୀନିଲୟରେ ଥଇଥାନ କରାଯାଉଛି । ତେବେ ସେମାନଙ୍କ ପରିବାର ଲୋକେ ସହଯୋଗ କରୁନଥିବା ବେଳେ ଉଦ୍ଧାର ଶିଶୁଙ୍କ ଠିକଣା ସ୍ପଷ୍ଟ ନଥିବାରୁ ଥଇଥାନ ଓ ଶିଶୁ ଯତ୍ନ କେନ୍ଦ୍ରରୁ ସହଜରେ ପଳାୟନ କରୁଛନ୍ତି ବୋଲି କହିଛନ୍ତି ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ ।" ତେଣୁ ଶିଶୁ ସୁରକ୍ଷା ଆଇନକୁ କଡାକଡି କରିବା ସହ ପ୍ରଶାସନିକ ଅଧିକାରୀଙ୍କ ଆଗ୍ରହ ରହିଲେ ଶିଶୁ ଶ୍ରମିକ ଉପରେ ରୋକ ଲାଗିପାରିବ ବୋଲି ମଧ୍ୟ ସେ କହିଛନ୍ତି।
Published by:Soumyashree Mishra
First published: