ଶ୍ରୀଜୀଉଙ୍କ ଦର୍ଶନ କରି ଭାବବିହ୍ୱଳ ହୋଇପଡିଲେ ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ
କଙ୍ଗନା ଶ୍ରୀଜୀଉଙ୍କ ଦର୍ଶନ ପରେ କହିଛନ୍ତି, 'ମୋ ପାଇଁ ଏହା ସୌଭାଗ୍ୟଶାଳୀ ବର୍ଷ ହେବ ବୋଲି ମନେ ହେଉଛି । ତେବେ ମହାପ୍ରଭୁଙ୍କ ଦର୍ଶନର ସ୍ମୃତିକୁ ସାଇତି ରଖିବା ପାଇଁ ମୁଁ ଅନେକ ଫଟୋ ଉଠାଇଛି । ଯାହା ମୋତେ ବେଶ ଆନନ୍ଦ ଦେବା ସହ ଚାପମୁକ୍ତ କରିଛି "।

ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ
- News18 Odia
- Last Updated: February 19, 2021, 10:34 PM IST
ପୁରୀ: ବଲିଉଡ଼ର ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରାଣାୱତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ଅଭିଳାଶ ପୂରଣ କରିଛନ୍ତି । ଶ୍ରୀକ୍ଷେତ୍ର ଆସି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ନେଇ ଗତ ଡିସେମ୍ବର ୨୨ ତାରିଖରେ ଟ୍ୱିଟ୍ କରିଥିବା ବେଳେ ଆଜି ସକାଳେ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି । ଦର୍ଶନ କରିବା ପୂର୍ବରୁ ସେ ଏତେ ବ୍ୟଗ୍ର ଥିଲେ ଯେ ପୂର୍ବ ରାତି ରାତି ତାଙ୍କୁ ଗୋଟିଏ ଯୁଗ ଭଳି ମନେ ହୋଇଥିଲା ବୋଲି ସେ ନିଜ ଟ୍ୱିଟରରେ ଉଲ୍ଲେଖ କରିଥିଲେ । ଆଜି ଭିତରକାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ ପରେ ବି ସେ ଭାବ ବିହ୍ୱଳ ହୋଇପଡ଼ିଥିଲେ ।
ବଲିଉଡ଼ର ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରଣାୱତ ଜଗନ୍ନାଥଙ୍କ ଦର୍ଶନକୁ ନେଇ ନିଜ ଭାବନାକୁ ସୋସିଆଲ ମିଡିଆରେ ବ୍ୟକ୍ତ କରି ଲେଖିଛନ୍ତି, " ମୁଁ ସକାଳ ୬ ଟାରେ ଦର୍ଶନ କରିବାକୁ ଥିବାରୁ, ଏ ରାତି କେମିତି ବିତିବ ଭାବିଭାବି ମୁଁ ଉତ୍ସାହରେ ଶିହରି ଉଠୁଥିଲି । ପୁରୀରେ ଗତକାଲି ରାତିରେ ପହଞ୍ଚିବା ପରେ ହୋଟେଲରେ ରହି ସମୟ ଗଣୁଥିଲି । ଗତକାଲିର ରାତି ମୋତେ ଗୋଟେ ଯୁଗ ଭଳି ମନେ ହେଉଥିଲା ।"
ଆଜି ଦର୍ଶନ କରି ଫେରିବା ପରେ ସେ ସୋସିଆଲ ମିଡିଆରେ ଲେଖିଛନ୍ତି, "ଆମେ ସବୁବେଳେ ରାଧାକୃଷ୍ଣଙ୍କୁ ଏକାଠି ଦେଖୁ । ମାତ୍ର ପୁରୀରେ ମହାପ୍ରଭୁ ଜଗନ୍ନାଥ ନିଜ ଭାଇ ଭଉଣୀ ବଳରାମ ଓ ସୁଭଦ୍ରାଙ୍କ ସହ ଦର୍ଶନ ଦେଉଛନ୍ତି । ଏଠାରେ ପହଞ୍ଚିବା ପରେ ଏକ ଅଦ୍ଭୁତ ଉର୍ଜା ପାଇବା ଭଳି ଅନୁଭବ କରୁଛି । ଏ ସମଗ୍ର ସ୍ଥାନ ସ୍ପନ୍ଦିତ, ମନ୍ତ୍ରମୁଗ୍ଧ ଓ ମଧୁମୟ କରୁଛି । ମହାପ୍ରଭୁ ହେଉଛନ୍ତି କୃଷ୍ଣ ଭଗବାନ, କୃଷ୍ଣ କେବଳ ମାନବ ଜାତିକୁ ପ୍ରେମ କରନ୍ତି ନାହିଁ । ବରଂ ସେ ଯେତେବେଳେ ବଂଶୀ ବାଦନ କରନ୍ତି, ପଶୁ ଓ ସରୀସୃପ ବି ସମ୍ମୋହିତ ହୋଇଯାଆନ୍ତି । ତାଙ୍କର ଆସନ୍ତା ଫିଲ୍ମ ‘ଧକ୍କଡ଼’ ଫିଲ୍ମ ଟିମ୍ ପକ୍ଷରୁ ସେ ଆସିଥିବା ବେଳେ ଆଧ୍ୟାତ୍ମିକ ଭାବନା ତାଙ୍କୁ ଏଠାକୁ ଟାଣି ଆଣିଛି "।
We always see Krishna with Radha or Rukmani(Laxmi) but in Puri Jagannath Lord Krishna is placed with his siblings, Balrama n Subhadra(Arjun’s wife, Abhimanyu’s mom)
Pulsating with the energy of his heart chakra whole place has a healing and soothing sweetness to it,enchanted ❤️ pic.twitter.com/ogHLeSRKqR
— Kangana Ranaut (@KanganaTeam) February 19, 2021
ଦର୍ଶନ ପରେ ନ୍ୟୁଜ ୧୮ ଓଡ଼ିଆକୁ ପ୍ରତିକ୍ରିୟା ଦେଇ କଙ୍ଗନା କହିଛନ୍ତି, "ଚାରି ଧାମ ମଧ୍ୟରୁ ଏହା ଗୋଟିଏ ଧାମ ହୋଇଥିବା ବେଳେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କର ଏହା ବାସ । ଶ୍ରୀଜଗନ୍ନାଥ ଜଗତର ରାଜା । ଦର୍ଶନ କରି ସମସ୍ତଙ୍କ ମଙ୍ଗଳ କାମନା କରିଛି । ମୁଁ ପ୍ରଥମଥର ପାଇଁ ପୁରୀ ଆସିଛି । ହେଲେ ଜାଣିନି ମୋତେ ଏଠାକୁ ଆସିବାକୁ କାହିଁକି ଏତେ ବର୍ଷ ଲାଗିଗଲା । ବୋଧେ ଈଶ୍ୱରଙ୍କର ସେୟା ଇଚ୍ଛା ଥିଲା । ଦର୍ଶନ ପାଇଁ ଭଲ ବ୍ୟବସ୍ଥା ହୋଇଥିବା ବେଳେ ବହୁତ ଭଲରେ ଦର୍ଶନ କରିବାର ସୁଯୋଗ ପାଇଛି । ଦର୍ଶନ ପରେ ମୋ ପାଇଁ ଏହା ସୌଭାଗ୍ୟଶାଳୀ ବର୍ଷ ହେବ ବୋଲି ମନେ ହେଉଛି । ତେବେ ମହାପ୍ରଭୁଙ୍କ ଦର୍ଶନର ସ୍ମୃତିକୁ ସାଇତି ରଖିବା ପାଇଁ ଅନେକ ଫଟୋ ଉଠାଇଛି । ଯାହା ମୋତେ ବେଶ ଆନନ୍ଦ ଦେବା ସହ ଚାପମୁକ୍ତ କରିଛି "।
ସୁଶାନ୍ତ ସିଂହ ରାଜପୁତ୍ ଘଟଣାରେ କଙ୍ଗନା ବେଶ୍ ଚର୍ଚ୍ଚାକୁ ଆସିଥିଲେ । ଫିଲ୍ମ ଫେୟାର ଆୱାର୍ଡ ଠାରୁ ଆରମ୍ଭ କରି ଜାତୀୟ ସ୍ତରରେ ଅନେକ ଚଳଚ୍ଚିତ୍ରରେ ପୁରଷ୍କାର ପାଇଥିବା ସହ ତାଙ୍କର ସଂଘର୍ଷମୟ ଜୀବନ ମୁମ୍ବାଇରେ ଆରମ୍ଭ କରି ବେଶ୍ ସଫଳତା ପାଇଛନ୍ତି । ହେଲେ ଜାବନରେ ଅନେକ କିଛି ଘଟିଥିଲେ ସୁଦ୍ଧା କେବଳ ଆଧ୍ୟାତ୍ମିକ ଭାବନାରେ ସେ ଆସିଥିବାରୁ ଜଗନ୍ନାଥ ଦର୍ଶନ ତାଙ୍କ ପାଇଁ ଥିଲା ପ୍ରାଥମିକତା ଥିଲା ।