୨୦୨୩ ସୁଦ୍ଧା ପୁରୀ ଓ କୋଣାର୍କ ବେଳାଭୂମିକୁ ଦିଆଯିବ ନୂଆ ରୂପ

ପୁରୀରେ ହେବନି ଦ୍ୱିତୀୟ ବ୍ଲୁ ଫ୍ଲାଗ ବିଚ। କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିର ବିକାଶ ,ପାର୍କିଙ୍ଗ, ଭେଣ୍ଡିଙ୍ଗ ଜୋନର ବିକାଶ କରାଯିବ ।

ପୁରୀ ଓ କୋଣାର୍କ ବେଳାଭୂମିକୁ ଦିଆଯିବ ନୂଆ ରୂପ

ପୁରୀ ଓ କୋଣାର୍କ ବେଳାଭୂମିକୁ ଦିଆଯିବ ନୂଆ ରୂପ

  • News18 Odia
  • Last Updated :
  • Share this:
News 18 Odia Digital

ପୁରୀ: ପୁରୀରେ ହେବନି ଦ୍ୱିତୀୟ ବ୍ଲୁ ଫ୍ଲାଗ ବିଚ। ହେଲେ ବ୍ଲୁ ଫ୍ଲାଗ ବିଚ ଭଳି ପୁରୀ ର ସ୍ଵର୍ଗଦ୍ୱାର ବେଳାଭୂମି ,ଚକ୍ରତୀର୍ଥ ବେଳାଭୂମି ପେଣ୍ଠକଟା ଓ କୋଣାର୍କର ଚନ୍ଦ୍ରଭାଗା ବେଳାଭୂମି ର ବିକାଶ ,ପାର୍କିଙ୍ଗ, ଭେଣ୍ଡିଙ୍ଗ ଯୋନ ଆଦିର ବିକାଶ କରାଯିବ । ଏ ନେଇ ବେଳାଭୂମି ସଂଘର ସଦସ୍ୟଙ୍କ ସହ ପ୍ରଶାସନର ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ସେପଟେ ବେଳାଭୂମି ଉପରେ ନିର୍ଭର କରୁଥିବା ବୁଲାବିକାଳୀ ଉଠାଦୋକାନୀ ଆଦିଙ୍କ ଜୀବନ ଜୀବିକା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ଲୋକେ। ଆଉ ଏହା ଦ୍ବାରା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହେବା ସହ ଅର୍ଥନୈତିକ ଅବିବୃଦ୍ଧି ବଢିବ ବୋଲି କହିଛନ୍ତି ସହର ବାସୀ।

କ୍ଷୁଦ୍ର ବ୍ୟବସାୟୀ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଚକ୍ରତୀର୍ଥ ବେଳାଭୂମିରେ ଶୌଚାଳୟ ସହ ଅତ୍ୟାଧୁନିକ ସୁବିଧା ବ୍ୟବସ୍ଥା କରାଯିବା ସହ ଜିଲ୍ଲାପାଳ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ଲୋଡିଛନ୍ତି। ତେବେ ୬ କୋଟି ଟଙ୍କା ବ୍ୟୟରେ ଚକ୍ରତୀର୍ଥ ବେଳାଭୂମିର ବିକାଶ ସହ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ହେବ। କୌଣସି ଉଠା ଦୋକାନୀଙ୍କୁ ଏଠାରୁ ବିସ୍ଥାପିତ କରାଯିବ ନାହିଁ। ସେଭଳି ଏହି ବେଳାଭୂମିରେ ପରିଚାଳନା ସ୍ଥାନୀୟ ବ୍ୟବସାୟୀଙ୍କ ସହଯୋଗରେ beach development committee ଦ୍ବାରା କରାଯିବ।

ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ ପ୍ରାଥମିକ ଭାବେ ସ୍ୱର୍ଗଦ୍ବାର ବେଳାଭୂମି ପର୍ଯ୍ୟନ୍ତ ବିକାଶ ହେବାସହ ଗାଡି ରଖିବା ପାଇଁ ତିନୋଟି ଯାଗାରେ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯିବ। ପ୍ରାୟ ୧୨୦ କୋଟି ଟଙ୍କା ବ୍ୟୟରେ ଏହି ବିକାଶ କାର୍ଯ୍ୟ ହେଵାକୁ ଥିବାବେଳେ ଆଗକୁ ରାସ୍ତା ସଂପ୍ରସାରଣ କରାଯିବା ସହ କୌଣସି ଉଠାଦୋକାନୀ ବ୍ୟବସାୟୀଙ୍କୁ ସେମାନଙ୍କ ଯାଗାରୁ ହଟାଯିବ ନାହିଁ।
Published by:Soumyashree Mishra
First published: