ପୁରୀ: ଆଠ କ୍ୱିଣ୍ଟାଲ ରୂପାରେ ତିଆରି ହେବ ଶ୍ରୀମନ୍ଦିରର ଆଠଟି ଦ୍ୱାର; ରାଜସ୍ଥାନର କଳାକାରମାନେ ତିଆରି କରିବେ

ପ୍ରାଥମିକ ପର୍ଯ୍ୟାୟରେ ଗର୍ଭଗୃହ ସଂଲଗ୍ନ କଳାହାଟ ଦ୍ୱାର, ଜଗମୋହନ ସଂଲଗ୍ନ ଜୟବିଜୟ ଦ୍ୱାର ଓ ମୁକ୍ତି ମଣ୍ଡପ ସମ୍ମୁଖରେ ଥିବା ବେହରଣ ଦ୍ୱାରକୁ ନୂତନ ଭାବେ ବର୍ମା ଟିକ୍ କାଠରେ ନିର୍ମାଣ କରାଯିବ। ତା ପରେ ଅନ୍ୟ ୫ଟି ଦ୍ୱାର ନୂତନ ଭାବେ ନିର୍ମାଣ କରାଯିବ ।

ପୁରୀ: ଆଠ କ୍ୱିଣ୍ଟାଲ ରୂପାରେ ତିଆରି ହେବ ଶ୍ରୀମନ୍ଦିରର ଆଠଟି ଦ୍ୱାର; ରାଜସ୍ଥାନର କଳାକାରମାନେ ତିଆରି କରିବେ
ପୁରୀର ଶ୍ରୀମନ୍ଦିର
  • News18 Odia
  • Last Updated: August 31, 2020, 6:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଶ୍ରୀମନ୍ଦିରର ସିଂହଦ୍ୱାର, ଜୟବିଜୟ, କଳାହାଟ, ରତ୍ନଭଣ୍ଡାରର ଭିତର ଓ ବାହାର ଦ୍ୱାର, ଉତ୍ତର ଦ୍ୱାର, ଦକ୍ଷିଣ ଦ୍ୱାର, ପଶ୍ଚିମ ଦ୍ୱାର ନୂତନ କରି ନିର୍ମାଣ ହେବ। ବର୍ମାଟିକ୍ କାଠରେ ୮ଟି ଦ୍ୱାର ତିଆରି ପରେ ତା ଉପରେ ରୂପାର ଚାଦର ଲଗାଯିବ। ଦ୍ୱାର ଗୁଡିକ ସମ୍ପୁର୍ଣ୍ଣ ଦୀର୍ଘସ୍ଥାୟୀ ହେବ ।

"ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରୀଷନ୍ କୁମାର ଏ ନେଇ ପରିଚାଳନା କମିଟି ସଦସ୍ୟଙ୍କ ଏକ ବୈଠକ ନେଇଥିଲେ। ସେଥିରେ ଶ୍ରୀମନ୍ଦିରର 8ଟି ଦ୍ୱାରରେ ରୂପା ଛାଉଣୀ କରିବା ପାଇଁ ଜଣେ ଭକ୍ତ ଦାନ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି । ସେହି ଭକ୍ତ ରାଜସ୍ଥାନର ବୋଲି ଶୁଣାଯାଇଛି । ହେଲେ ନାମକୁ ଗୋପନ ରଖାଯାଇଛି । ପୂର୍ବରୁ ଅର୍ଥାତ୍ ନବକଳେବର ସମୟରେ ସିଂହଦ୍ୱାର ଓ କଳାହାଟ ଦ୍ୱାର ନିର୍ମାଣ କରାଯାଇ ତା ଉପରେ ପିତ୍ତଳ ଛାଉଣୀ ଦିଆଯାଇଥିଲା । ତାହାକୁ ବି ଜଣେ ଦାତା ଦାନ କରିଥିଲେ । ତେବେ ପ୍ରାଥମିକ ପର୍ଯ୍ୟାୟରେ ଗର୍ଭଗୃହ ସଂଲଗ୍ନ କଳାହାଟ ଦ୍ୱାର, ଜଗମୋହନ ସଂଲଗ୍ନ ଜୟବିଜୟ ଦ୍ୱାର ଓ ମୁକ୍ତିମଣ୍ଡପ ସମ୍ମୁଖରେ ଥିବା ବେହରଣ ଦ୍ୱାରକୁ ନୂତନ ଭାବେ ବର୍ମା ଟିକ୍ କାଠରେ ନିର୍ମାଣ କରାଯିବ । ତା ପରେ ଅନ୍ୟ 5ଟି ଦ୍ୱାର ନୂତନ ଭାବେ ନିର୍ମାଣ କରାଯିବ । ରାଜସ୍ଥାନ ଜୟପୁରର କାରିଗରମାନେ ଏହି ସବୁ ଦ୍ୱାରର ଡିଜାଇନ କରିବେ । ଦ୍ୱାର ନିର୍ମାଣର ରୁପରେଖ ଚୁଡାନ୍ତ ହେବା ବେଳକୁ ୭ରୁ ୮ ଦିନ ଲାଗିବ । ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ଉପମୁଖ୍ୟ ପ୍ରଶାସକ ବଲୱନ୍ତ ସିଂ ଏହି ସବୁ ଦ୍ୱାର ଗୁଡ଼ିକ ନୂତନ ନିର୍ମାଣର ମୁଖ୍ୟ ତତ୍ତ୍ୱାବଧାରକ ରହିଛନ୍ତି । ଶ୍ରୀମନ୍ଦିରର ରୂପା ତଥା ଅର୍ଥ ଏହିସବୁ ଦ୍ୱାର ନିର୍ମାଣରେ ଲାଗିବ ନାହିଁ ସ୍ପଷ୍ଟ କରିଛନ୍ତି,'' କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ୫୨ ବର୍ଷୀୟ ମାଧବ ପୁଜାପଣ୍ଡା ।

"ରୁପାର ଚାଦର ବିଛେଇବା କାର୍ଯ୍ୟର ମୂଳ ଫ୍ରେମ ଅର୍ଥାତ ଦ୍ୱାର ଗୁଡିକ ବର୍ମା ଟିକ୍ କାଠରେ କରାଯିବା ପରେ ତା ଉପରେ ୧୪ ରୁ ୧୮ ଗଜ୍ ମୋଟେଇର ରୂପା ଚାଦର ଲଗାଯିବ । ତେବେ ସ୍ୱତନ୍ତ୍ର ଜୋହରୀ ବା ବଣିଆଙ୍କୁ ନେଇ ଦ୍ୱାରଗୁଡିକୁ ଦେଖାଇ କେତେ ରୂପା ଲାଗିବ ଆକଳନ କରାଯାଇଛି । ତାଙ୍କ ଆକଳନ ଅନୁସାରେ ପ୍ରତ୍ୟକ ଦ୍ୱାରରେ ହାରାହାରି ୧ କୁଇଣ୍ଟାଲ ରୁପା ଲାଗିବ । ଆଉ ଏହି ରୁପା ଲାଗିବା ପରେ ଦ୍ୱାର ଗୁଡିକ ଦୀର୍ଘସ୍ଥାୟୀ ହେବ । ପ୍ରଥମେ କଳାହାଟ, ଜୟବିଜୟ ଓ ବେହରଣ ଦ୍ୱାର ନିର୍ମାଣ କରି ସେଥିରେ ରୂପା ଚାଦର ଲଗାଯିବ । ତା ପରେ ଶ୍ରୀମନ୍ଦିର ସିଂହଦ୍ୱାର ,ଦକ୍ଷିଣଦ୍ୱାର ଉତ୍ତର ଦ୍ୱାର ଓ ପଶ୍ଚିମ ଦ୍ୱାରର ପୁନଃ ନିର୍ମାଣ ଓ ରୂପା ଚାଦର ପକାଯିବା କାମ ହାତକୁ ନିଆଯିବ। ଶେଷରେ ଭିତର ରତ୍ନଭଣ୍ଡାର ଓ ବାହାର ରତ୍ନଭଣ୍ଡାରର ମୁଖ୍ୟ ଦ୍ୱାର ପୁନଃ ନିର୍ମାଣ ଓ ରୂପା ଚାଦର ପକାଯିବାର କାର୍ଯ୍ୟ ଖସଡ଼ା ହାତକୁ ନିଆଯାଇଛି । ଗୋଟିଏ ଗୋଟିଏ କବାଟର ଉଚ୍ଚତା ୧୪ ଫୁଟ ଓ ଦୁଇ ଫାଳର ଚଉଡ଼ା ୯ ଫୁଟ ରହିଛି,'' କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ଅନ୍ୟତମ ସଦସ୍ୟ ୪୯ ବର୍ଷୀୟ ମାଧବ ମହାପାତ୍ର ।

"ଶ୍ରୀକ୍ଷେତ୍ରକୁ ଐତିହ୍ୟ ସହର କରାଯାଉଥିବା ବେଳେ ଦ୍ୱାର ଗୁଡିକୁ ରୂପା ଛାଉଣୀ କରିବା କାର୍ଯ୍ୟବି ବେଶ ପ୍ରଶଂସନୀୟ । ତେବେ ଏହା ପୂର୍ବରୁ ଦାତାଙ୍କ ଦ୍ୱାରା ସିଂହଦ୍ୱାର ଓ କଳାହାଟ ଦ୍ୱାରରେ ପିତ୍ତଳ ଛାଉଣୀ କରାଯାଇଥିଲା । ଏହି ଦୁଇ ପିତ୍ତଳ ଚାଦର ବଦଳରେ ରୁପା ଲାଗିବ । ଏହି ପରିକଳ୍ପନା ସଫଳ ହେଲେ ଦ୍ୱାର ଗୁଡିକ ଆହୁରି ଶହେବର୍ଷ ଯିବ," କହିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ୫୦ ବର୍ଷୀୟ ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମା ।
Published by: Jagdish Barik
First published: August 31, 2020, 6:07 PM IST
corona virus btn
corona virus btn
Loading