News18 Odia Digital
ନୂଆ ଦିଲ୍ଲୀ: ଏବେ ସୋସିଆଲ୍ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟାନ୍ୱିତ ହୋଇଯିବେ । ଏହି ଭିଡିଓରେ କେତେକ କୁକୁର ଛୁଆ ଏକାଠି ଯୋଗ କରୁଥିବା ଦେଖାଯାଇଛି । ଏହି କୁକୁର ଛୁଆମାନେ ସୂର୍ଯ୍ୟ ନମସ୍କାର ପୋଜ୍ ଦେଉଥିବା ବି ନଜର ଆସିଛନ୍ତି ।
ଆମେ ସମସ୍ତେ ଜାଣୁ ଯେ ପ୍ରାଚୀନ କାଳରୁ ଭାରତରେ ଯୋଗ ଅଭ୍ୟାସ ହୋଇଆସୁଛି । ଯୋଗ କରିବା ଦ୍ୱାରା ଉଭୟ ଶରୀର ଓ ମନ ଶୁଦ୍ଧ ହୋଇଥାଏ । ଯୋଗ କରିବା ଦ୍ୱାରା ବ୍ୟକ୍ତି ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରୁହେ । ଯୋଗରେ ଥିବା ଅଦ୍ଭୁତ ସ୍ୱାସ୍ଥ୍ୟପ୍ରଦ ଗୁଣଗୁଡ଼ିକ ଯୋଗୁଁ ସମଗ୍ର ବିଶ୍ୱରେ ଲୋକେ ଯୋଗ କରନ୍ତି । ହେଲେ କୁକୁରମାନଙ୍କୁ କେବେ ଯୋଗ କରୁଥିବାର ଆପଣ ପୂର୍ବରୁ ଦେଖି ନ ଥିବେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ‘ମୁଁ ୩ ଥର ଗର୍ଭଧାରଣ କରିବା ପରେ ବୁଝିଲି ଶିଶୁ ଫୁଲା ସମୟରେ କେମିତି ଡ୍ରେସ୍ ପିନ୍ଧନ୍ତି’: ଲିସା ହେଡନ୍ଏହି ଭାଇରାଲ୍ ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଜଣେ ମହିଳା ନିଜ ଘରେ ଯୋଗ କରୁଛନ୍ତି । ତାଙ୍କ ସହିତ ଥିବା ଚାରିଟି କୁକୁର ଛୁଆ ବି ତାଙ୍କୁ ଅନୁକରଣ କରି ଯୋଗ କରୁଛନ୍ତି । ଏଥିରେ ମହିଳା ପ୍ରଥମେ ବସି ସୂର୍ଯ୍ୟ ନମସ୍କାର କରୁଛନ୍ତି । ତାଙ୍କ ଦେଖାଦେଖି ଛୁଆ କୁକୁରଗୁଡ଼ିକ ବି ସୂର୍ଯ୍ୟ ନମସ୍କାର କରୁଥବା ଦେଖାଯାଉଛି । ଏହା ପରେ ମହିଳା ଜଣକ ନିଜ ଆରାଧ୍ୟ ଦେବତାଙ୍କୁ ଦଣ୍ଡବତ ପ୍ରଣାମ କରୁଛନ୍ତି । ଆଉ ତାଙ୍କୁ ଦେଖି ତାଙ୍କର ଚାରିଟି କୁକୁର ଛୁଆ ବି ଦାଣ୍ଡବତ୍ ସ୍ଥିତିକୁ ଆସୁଥିବା ଦେଖାଯାଉଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ସ୍ୱାମୀ ଘରୁ ଯିବା ମାତ୍ରେ Loverକୁ ଘରକୁ ଡାକିଆଣୁଥିଲେ ସ୍ତ୍ରୀ; Hidden କ୍ୟାମେରାରେ ଧରାପଡ଼ିଲାତା’ପରେ ମହିଳା ଠିଆ ହୋଇ ନିଜ ଆରାଧ୍ୟ ଭଗବାନଙ୍କୁ ପ୍ରଣାମ କରୁଛନ୍ତି । ତାହା ଦେଖି ତାଙ୍କର ଚାରିଟି କୁକୁର ଛୁଆ ବି ଠିଆ ହେଉଛନ୍ତି । ଏହି ସମୟରେ ଗୋଟିଏ କୁକୁର ଠିଆ ହୋଇପଡ଼ି ଉଭୟ ଆଗ ଗୋଡକୁ ହଲାଇବା ଆରମ୍ଭ କରୁଥିବା ଦେଖାଯାଉଛି । ଏହି ଦୃଶ୍ୟ ବହୁତ ସୁନ୍ଦର ।
ଏଇଠି ଦେଖନ୍ତୁ ସେହି ଭିଡିଓ:ସବୁ କୁକୁର ଛୁଆ ପୋଷକ ପିନ୍ଧିଥିବା ଓ ଖୁବ୍ ଆଗ୍ରହର ସହିତ ଯୋଗ କରୁଥିବା ଦେଖାଯାଇଛି । ଭିଡିଓରେ ସନାତନ ଧର୍ମ ଓ ଶିରିଡ଼ି ସାଇ ବାବାଙ୍କ ସହ ଜଡିତ ଏକ ମନ୍ତ୍ର ବାଜୁଛି, ଯାହା ପରିବେଶକୁ ବହୁତ ଶାନ୍ତିପୂର୍ଣ୍ଣ ଓ ସୁଖମୟ କରୁଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO| ‘ମୋତେ ଠିକ୍ ଚିକିତ୍ସା ମିଳୁନି… ମୁଁ ସ୍ୱାସ୍ଥ୍ୟ କର୍ମୀ’: ମୃତ୍ୟୁ ପୂର୍ବରୁ VIDEOରେ କହିଗଲେ ଲ୍ୟାବ୍ କର୍ମଚାରୀଏହି ଭିଡିଓକୁ ସୋସିଆଲ ମିଡି଼ଆ ଟ୍ୱିଟରରେ ନିଜ ଆକାଉଣ୍ଟରୁ ଶେୟାର୍ କରିଛନ୍ତି ଭାରତୀୟ ପୋଲିସ ସେବାର ଅଧିକାରୀ ରୁପିନ ଶର୍ମା । ସେ କ୍ୟାପସନରେ ସେ ଲେଖିଛନ୍ତି, ‘‘ଯୋଗ ବନ୍ଧୁମାନଙ୍କୁ ସୁପ୍ରଭାତ ।’’
ଏହି ଭିଡିଓଟି ଭାଇରାଲ୍ ହେବାରେ ଲାଗିଛି । ଏହି ଖବର ଲେଖାଯିବା ପର୍ଯ୍ୟନ୍ତ ଭିଡିଓଟିକୁ ସାତ ହଜାରରୁ ଅଧିକ ଥର ଦେଖାଯାଇସାରିଥିଲା । ଆଉ ୬୦୦ରୁ ଅଧିକ ଲୋକ ଏହାକୁ ଲାଇକ୍ କରିଛନ୍ତି । ଅନେକ ଲୋକ ମନ୍ତବ୍ୟ ଦେଇ କୁକୁର ଛୁଆଗୁଡ଼ିକୁ ପ୍ରଶଂସା ବି କରୁଛନ୍ତି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।