News 18 Odia Digital
ଭୁବନେଶ୍ୱର; ବିଧାନସଭାରେ ଉଠିଲା ଚୁଡ଼ା, ମୁଢ଼ି, ଖଇରେ GST ଲାଗିବା ପ୍ରସଙ୍ଗ । ପ୍ରଶ୍ନ କାଳରେ ଏହି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଶ୍ରୀଯୁକ୍ତ ରାଉତରାୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଯଦି କେନ୍ଦ୍ର ସରକାର ଏହାଉପରେ GST ଲଗାଉଛନ୍ତି ତେବେ ରାଜ୍ୟ ସରକାର ଓଡ଼ିଶାରେ ନ ଲଗାନ୍ତୁ । ଯଦି ଲାଗୁକରିବେ ତେବେ ନିଜେ ତାହାକୁ ବହନ କରନ୍ତୁ ବୋଲି ଦାବି କରିଛନ୍ତି ବିଧାୟକ ସୁର ରାଉତରାୟ ।
ଏହାର ଉତ୍ତର ରଖି ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, GST ଉପରେ ରାଜ୍ୟ ସରକାର କିଛି କରିପାରିବେ ନାହିଁ । ଏବଂ ଏହି GST କେବଳ କମ୍ପାନୀ ମାନଙ୍କରେ ହେଉଥିବା ପକେଟ୍ ଉପରେ ଲାଗୁହେବ । ଗ୍ରାମାଂଚଳରେ ବିକ୍ରି ହେଉଥିବା ଖୁଚୁରା ବ୍ୟବସାୟ କିମ୍ବା ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ପଡିବନି ।
ସୂଚନାନୁସାରେ, ପୂର୍ବରୁ ଜିଏସଟି ଚୁଡ଼ା, ମୁଢ଼ି, ଖଇରେ ଜିଏସଟି କେବଳ କମ୍ପାନୀର ପ୍ୟାକିଂ ପ୍ରଡକ୍ଟ ଉପରେ ଲାଗୁ ହେଉଥିଲା, ବର୍ତ୍ତମାନ ବିଧିବଦ୍ଧ ଭାବେ ଏହିସବୁ କମ୍ପାନୀ ପ୍ରଡକ୍ଟ ଉପରେ ଆଜି ଠାରୁ ଜିଏସଟି ଲାଗୁ କଲେ କେନ୍ଦ୍ର ସରକାର ।
ପୂର୍ବରୁ ବିଭିନ୍ନ ମହଲରୁ ଏହାକୁ ବିରୋଧ କରାଯାଇଥିଲା । ଓଡ଼ିଶା ଖୁଚୁରା ବ୍ୟବସାୟୀ ସଂଘ ସ୍ପଷ୍ଟତା ରଖିବାକୁ ଦାବି କରିଥିଲେ । କଂଗ୍ରେସ ମଧ୍ୟ GST ଲାଗିବା ପ୍ରସଂଗକୁ ନିନ୍ଦା କରିଥିଲା ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।