ଆଜିଠୁ ମୁଢ଼ି ଚୁଡ଼ା ଉପରେ ଲାଗୁହେଲା ଜିଏସଟି
News 18 Odia Digital
ଭୁବନେଶ୍ୱର; ଆଜିଠୁ ମୁଢ଼ି, ଚୁଡ଼ା, ଖଇ ଉପରେ ଦେବାକୁ ପଡ଼ିବ ଜିଏସଟି । ଏନେଇ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଆଜି ଠାରୁ ଲାଗୁ ହୋଇଛି । ପୂର୍ବରୁ କେବଳ ବ୍ରାଣ୍ଡେଡ୍ କମ୍ପାନୀ ଗୁଡ଼ିକର ପ୍ୟାକେଟ ସାମଗ୍ରୀ ଉପରେ ଜିଏସଟି ଲାଗୁ କରାଯାଉଥିଲା । କିନ୍ତୁ ଏବେ ଛୋଟ ବଡ଼ ସବୁ ବ୍ୟବସାୟୀଙ୍କ ପ୍ୟାକେଟ କରି ବିକ୍ରି କରୁଥିବା ଏହି ସବୁ ସାମଗ୍ରୀ ଉପରେ ଜିଏସଟି ଲାଗୁ ହୋଇଛି ।
ଏହି ଖବର ପରେ ଛୋଟ ବ୍ୟବସାୟୀଙ୍କ ମୁଣ୍ଡରେ ଚଡ଼କ ପଡିଛି । ମୁଢି, ଚୁଡ଼ା ବିକ୍ରି କରି ପେଟପାଟଣା କରୁଥିବା ସ୍ୱଳ୍ପ ବ୍ୟବସାୟୀ ଚିନ୍ତାରେ ପଡିଯାଇଛନ୍ତି । ଏହି ସବୁ ଜିନିଷ ଉପରେ ଜିଏସଟି ଲାଗୁହେଲେ ସାଧାରଣ ଲୋକଙ୍କ ପକେଟ୍ କୁ ଅଧିକ ବାଧିବ । କାରଣ ଓଡ଼ିଶାର ପୁରପଲ୍ଲୀରେ ଖଇ, ମୁଢି, ଚୁଡା ବହୁଳ ଭାବରେ ବ୍ୟବହୃତ ହୋଇଥାଏ । ତେବେ ଖୋଲା ବିକ୍ରି ହେଉଥିଲେ ଜିଏସଟି ଲାଗୁ ହେବ ନାହିଁ କିମ୍ୱା ଗ୍ରାହକଙ୍କ ଆଗରେ ପ୍ୟାକିଂ କରି ବିକ୍ରି କଲେ ମଧ୍ୟ ଜିଏସଟି ଗଣିବାକୁ ପଡିବ ନାହିଁ । ସେପଟେ ଖୁଚୁରା ବ୍ୟବସାୟ ଉପରେ ଜିଏସଟିକୁ ତୀବ୍ର ବିରୋଧ କରି ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ବ୍ୟବସାୟୀ । ଓଡ଼ିଶା ବ୍ୟବସାୟୀ ମହାସଂଘ କହିଛି, ଏହି ନିଷ୍ପତ୍ତି ଲାଗୁ ହେଲେ ବହୁ ଲୋକ ବ୍ୟବସାୟ ହରାଇବେ । କୃଷି ମଣ୍ଡି ଓ ଡାଲି ମିଲ ପ୍ରଭାବିତ ହେବ । ସରଳ ଭାବେ ପଲିସୀ ବିଷୟରେ ସରକାର ସ୍ପଷ୍ଟ କରନ୍ତୁ ।
ଖଇ, ମୁଢି, ଚୂଡା ଭଳି ଖାଦ୍ୟ ପଦାର୍ଥ ଉପରେ ଟିକସ ବସାଇବା ଘଟଣାକୁ କଂଗ୍ରେସ ଜୋରଦାର ବିରୋଧ କରିଛି । ପିସିସି ସଭାପତି ଶତର ପଟ୍ଟନାୟକ କହିଛନ୍ତି, ଓଡିଶାବାସୀଙ୍କ ପ୍ରିୟ ଖାଦ୍ୟ ଉପରେ ଜିଏସଟି ଲଗାଇ ମୋଦୀ ସରକାର ଓଡିଶା ପ୍ରତି ବୈମାତୃକ ମନୋଭାବ ଦେଖାଇଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।