News18 Odia Digital
ଭୁବନେଶ୍ୱର: ଲୋକଙ୍କ ଦ୍ୱାର ଦେଶରେ ସରକାରୀ ସେବା ପହଞ୍ଚାଇବା ଲକ୍ଷ ନେଇ ଗୋଟେ ପରେ ଗୋଟେ ବିଭାଗରେ ଅନଲାଇନ ସେବା ଆରମ୍ଭ କରୁଥିବା ରାଜ୍ୟ ସରକାର ସେହି ଦିଗରେ ଆଉ ଦୁଇଟି ପଦକ୍ଷେପ ନେଇଛନ୍ତି । ବୁଧବାର ଦିନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଜନ ଶୁଣାଣି ପୋର୍ଟାଲ୍ ଓ ଓଡି଼ଆ ଭର୍ଚ୍ଚୁଆଲ୍ ଏକାଡେମୀର ନୂଆ ୱେବ୍ ପୋର୍ଟାଲକୁ ଲୋକାର୍ପିତ କରିଛନ୍ତି ।
ଜନଶୁଣାଣୀ ପୋର୍ଟାଲ ନାଗରିକମାନଙ୍କୁ ସଶକ୍ତ କରିବ ଓ ଓଡି଼ଆ ଭର୍ଚ୍ଚୁଆଲ୍ ଏକାଡେମୀର ନୂଆ ପୋର୍ଟାଲ୍ ଓଡି଼ଶା ବାହାରେ ରହୁଥିବା ଓଡି଼ଆମାନଙ୍କୁ ରାଜ୍ୟ ସହ ଯୋଡ଼ି ରଖିବ ବୋଲି କୁହାଯାଉଛି । ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି. ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ଦୁଇଟି ପୋର୍ଟାଲକୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଲୋକାର୍ପିତ କରିଛନ୍ତି । ଏହି ପୋର୍ଟାଲ ଜରିଆରେ ଲୋକେ ଯେକୌଣସି ସମୟରେ ଯେକୌଣସି ସ୍ଥାନରୁ ଅନଲାଇନ୍ ଜରିଆରେ ଅଭିଯୋଗ ଦାଖଲ କରିପାରିବେ । ଏଥିରେ ୱେବ୍ସାଇଟ୍, ମୋବାଇଲ୍ ଆପ୍, ୱେବ୍ ଚାଟବଟ୍, ହ୍ବାଟ୍ସଆପ୍, ଚିଠି, ଟ୍ୱିଟର୍ ଓ ଫେସ୍ବୁକ୍ ଆଦି ବିଭିନ୍ନ ସୋସିଆଲ ମିଡିଆ ହାଣ୍ଡଲ୍ ଜରିଆରେ ଅଭିଯୋଗ ଦାଖଲ ହୋଇପାରିବ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | ବର୍ଷା ମାଡ଼ରେ ଅଚେତ ହୋଇ ପଡ଼ିଥିବା ଲୋକକୁ କାନ୍ଧରେ ଉଠାଇ ନେଲେ ମହିଳା ପୋଲିସ ଅଧିକାରୀଏହି ଏକୀକୃତ ପୋର୍ଟାଲରେ ଅଭିଯୋଗକାରୀ ତାଙ୍କ ଅଭିଯୋଗର ସ୍ଥିତି ବିଷୟରେ ମଧ୍ୟ ଜାଣିପାରିବେ । ଏହା ବ୍ୟତୀତ ସେମାନଙ୍କୁ ଏସ୍.ଏମ୍.ଏସ୍. ଓ ହ୍ଵାଟ୍ସଆପ୍ ଜରିଆରେ ମଧ୍ୟ ସେମାନଙ୍କୁ ଅଭିଯୋଗର ଅଗ୍ରଗତି ସମ୍ପର୍କରେ ଜଣାଇ ଦିଆଯିବ । ଏହା ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ସହଜ, ସରଳ ଓ ସମୟୋପଯୋଗୀ କରିବ।
ଏହା ବି ପଢ଼ନ୍ତୁ | Is this Love? ଗର୍ଲଫ୍ରେଣ୍ଡ୍ ବାହା ହେବାକୁ ରାଜି ନ ହେବାରୁ ତାକୁ ୨୦ ଥର ଛୁରୀ ଭୁସିଲା ଯୁବକଓଡିଆ ଭର୍ଚୁଆଲ୍ ଏକାଡେମୀର ନୂଆ ୱେବ୍ ପୋର୍ଟାଲରେ ଅନେକ ବିରଳ ପୁସ୍ତକ, ପାଣ୍ଡୁଲିପି, ଗେଜେଟ୍, ଡିକ୍ସିନାରୀ ଓ ପିଲାଙ୍କ ପାଇଁ ଲାଙ୍ଗୁଏଜ୍ ପ୍ରାଇମର୍ ଆଦି ଓଡି଼ଆ ସାହିତ୍ୟକୁ ଆହୁରି ଲୋକପ୍ରିୟ କରିବା ସହିତ ଦେଶ ବିଦେଶରେ ରହୁଥିବା ଓଡି଼ଆମାନଙ୍କୁ ରାଜ୍ୟ ସହ ଯୋଡି଼ ରଖିବାରେ ସଫଳ ହେବ ବୋଲି କହିଛନ୍ତି ମୁଖ୍ୟ ମନ୍ତ୍ରୀ ।
ଏହା ବି ପଢ଼ନ୍ତୁ | 7th Pay Commission: ଜାନୁଆରୀ ମାସରେ ମୋଦି ସରକାର କର୍ମଚାରୀମାନଙ୍କର ଆଉ ଏକ ଭତ୍ତା ବଢ଼ାଇବେ‘‘ଆମର ସବୁ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛନ୍ତି ଜନସାଧାରଣ । ୫-ଟି କାର୍ଯ୍ୟକ୍ରମ ଜରିଆରେ ବୈଷୟିକ ଜ୍ଞାନ ସହାୟତାରେ ଲୋକଙ୍କୁ ଘର ପାଖରେ ସେବା ଯୋଗାଇ ଦେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । କୌଣସି ସରକାରୀ କାର୍ଯ୍ୟାଳୟକୁ ନ ଯାଇ ସରକାରଙ୍କଠାରୁ ସେବା ପାଇବାର ସ୍ବାଧୀନତା ଲୋକଙ୍କୁ ଦିଆଯାଇପାରିଛି । ଏହି ନୂଆ ପୋର୍ଟାଲ୍ ଦ୍ବାରା ଲୋକେ ବିଭିନ୍ନ ଡିଜିଟାଲ୍ ପ୍ଲାଟଫର୍ମରେ ଅଭିଯୋଗ ଦାଖଲ କରିପାରିବେ,’’ କହିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହା ବି ପଢ଼ନ୍ତୁ | ପ୍ରେମ ବିବାହ କରିଥିବା ଝିଅର ସ୍ୱାମୀକୁ ତା’ ଆଖି ସାମନାରେ ଗୁଳି ମାରି ହତ୍ୟା କଲେ ତା’ ବାପାଓଡି଼ଆ ଭର୍ଚ୍ଚୁଆଲ୍ ଏକାଡେମୀ ୨୦୧୮ ମସିହା ଅକ୍ଟୋବର ୨୬ରେ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨,୭୦୦ ବିରଳ ପୁସ୍ତକକୁ ୟୁନିକୋଡ ଫର୍ମାଟରେ ଡିଜିଟାଇଜ କରାଯାଇ ଏହି ୱେବ୍ ପୋର୍ଟାଲରେ ରଖାଯାଇଛି । ଏହା ସହିତ ୧୦,୦୦୦ ପୁସ୍ତକର ପି.ଡି.ଏଫ୍. ପ୍ରତିଲିପିକୁ ସଂରକ୍ଷିତ କରିବା ପ୍ରକ୍ରିୟା ଜାରି ରହିଛି । ଏଥିରେ ପଞ୍ଚଦଶ ଶତାଦ୍ଦୀରୁ ଆରମ୍ଭ କରି ଏକବିଂଶ ଶତାଦ୍ଦୀ ପର୍ଯ୍ୟନ୍ତ ରାଜ୍ୟର ବିଶିଷ୍ଟ କବି, କଥାକାର, ଭାଷାବିତ୍ ଓ ଗବେଷକମାନଙ୍କର ସର୍ବଶ୍ରେଷ୍ଠ କୃତୀକୁ ସ୍ଥାନୀତ କରାଯାଇଛି । ଓଡିଶାର ଜନଜାତି ଶଦ୍ଦକୋଷ ଓ ଭାଷା ଶିକ୍ଷା ମଧ୍ୟ ଏଥିରେ ସ୍ଥାନିତ ହୋଇଛି ।
ଏହା ବି ପଢ଼ନ୍ତୁ | ଗର୍ଲଫ୍ରେଣ୍ଡ୍ ସହ ହୋଟେଲରେ ଥିଲେ ପୋଲିସ ଇନସ୍ପେକ୍ଟର୍; ସ୍ତ୍ରୀ ଆସି ପହଞ୍ଚିବା ପରେ ମାମଲା ବିଗିଡ଼ିଗଲାପ୍ରଶାସନିକ ଶଦ୍ଦକୋଷ, ପିଲାଙ୍କ ଶିକ୍ଷା ପାଇଁ ଆନିମେସନ୍ ପଦ୍ଧତିରେ ଅଭିନବ ବର୍ଣ୍ଣବୋଧ ଓ ଅବିଭକ୍ତ ୧୩ଟି ଜିଲ୍ଲାର ରାଜପତ୍ର ମଧ୍ୟ ଏଥିରେ ସ୍ଥାନୀତ ହୋଇଛି । ଅପ୍ରକାଶିତ, ବିଲୁପ୍ତପ୍ରାୟ ଓ ଦୁର୍ଲଭ ପୁସ୍ତକ ଓ ପାଞ୍ଜିଗୁଡିକୁ ୱେବସାଇଟ୍ରେ ସ୍ଥାନିତ କରି ଏହି ପୋର୍ଟାଲକୁ ଆହୁରି ସମୃଦ୍ଧ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି କହିଛନ୍ତି ସରକାର ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।