ସରକାରୀ ବ୍ୟାଙ୍କ୍ କର୍ମଚାରୀମାନଙ୍କ ପାଇଁ ଆସିଲା ଖୁସି ଖବର; ଅଗଷ୍ଟ ମାସରୁ ବଢ଼ିଲା ଦରମା

Government bank employees salary rises from August | ଅଲ୍-ଇଣ୍ଡିଆ ହାରାହାରି ଗ୍ରାହକ ମୂଲ୍ୟ ସୂଚକାଙ୍କର ତଥ୍ୟ ଆଧାରରେ ଏହି ନିଷ୍ପତ୍ତି ନେଇଛନ୍ତି ସରକାର । ସରକାରୀ ବ୍ୟାଙ୍କର କର୍ମଚାରୀମାନେ ଅଗଷ୍ଟ ମାସର ଦରମା ସହିତ ଏହି ବର୍ଦ୍ଧିତ ଡିଏ ପାଇବେ ।

ସରକାରୀ ବ୍ୟାଙ୍କର କର୍ମଚାରୀମାନଙ୍କ ପାଇଁ ଭଲ ଖବର ଆସିଛି । (ପ୍ରତୀକାତ୍ମକ ଛବି)

ସରକାରୀ ବ୍ୟାଙ୍କର କର୍ମଚାରୀମାନଙ୍କ ପାଇଁ ଭଲ ଖବର ଆସିଛି । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସ୍‌ ମହାମାରୀ ଯୁଗରେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର (Modi Government) ପୁଣି ଥରେ ଦେଶର ସରକାରୀ କର୍ମଚାରୀମାନଙ୍କୁ ଖୁସି ଖବର ଦେଇଛନ୍ତି । ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର କର୍ମଚାରୀମାନଙ୍କ (PSU bank employees) ପାଇଁ ଏ ଥର ଏକ ଖୁସି ଖବର ଆସିଛି । କେନ୍ଦ୍ରୀୟ କର୍ମଚାରୀମାନଙ୍କ ପରେ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର ଆଠ ଲକ୍ଷରୁ ଅଧିକ କର୍ମଚାରୀଙ୍କ ମହଙ୍ଗା ଭତ୍ତା (dearness allowance, DA) ବୃଦ୍ଧି କରିଛନ୍ତି ସରକାର ।

ସରକାରୀ ବ୍ୟାଙ୍କର କର୍ମଚାରୀମାନେ ଅଗଷ୍ଟ ମାସର (salary hike) ଦରମା ସହିତ ଏହି ବର୍ଦ୍ଧିତ ଡିଏ ପାଇବେ ବୋଲି ସୂଚନା ମିଳିଛି । କେନ୍ଦ୍ର ସରକାର ସେମାନଙ୍କ DAକୁ ୨.୧୦ ପ୍ରତିଶତ ବୃଦ୍ଧି କରିଛନ୍ତି (DA Hike) । ସରକାରୀ କ୍ଷେତ୍ରର କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ଅଗଷ୍ଟ, ସେପ୍ଟେମ୍ବର ଓ ଅକ୍ଟୋବର ୨୦୨୧ ପାଇଁ ବୃଦ୍ଧି କରାଯାଇଛି । ଅନ୍ୟ ଅର୍ଥରେ କହିଲେ ଏହି ମହଙ୍ଗା ଭତ୍ତା ବୃଦ୍ଧି କେବଳ ତିନି ମାସ ପାଇଁ ।

ଏହା ବି ପଢ଼ନ୍ତୁ | ସାବଧାନ! ଆଗକୁ ସମୁଦ୍ରରେ ବୁଡ଼ିଯାଇପାରେ ପାରାଦୀପ ସମେତ ଦେଶର ୧୨ଟି ଉପକୂଳବର୍ତ୍ତୀ ସହର


ଅଲ୍‌-ଇଣ୍ଡିଆ ହାରାହାରି ଗ୍ରାହକ ମୂଲ୍ୟ ସୂଚକାଙ୍କର (AIACPI) ତଥ୍ୟ ଆଧାରରେ ଏହି ନିଷ୍ପତ୍ତି ନେଇଛନ୍ତି ସରକାର । ସାର୍ବଜନୀନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ମହଙ୍ଗା ଭତ୍ତା କେମିତି ହିସାବ କରାଯାଏ ବୁଝନ୍ତୁ । ମହଙ୍ଗା ଭତ୍ତା ଶତକଡା = (ଗତ ତିନି ମାସ ପାଇଁ ଉପଭୋକ୍ତା ମୂଲ୍ୟ ସୂଚକାଙ୍କର ହାରାହାରି (ବେସ୍ ବର୍ଷ ୨୦୦୧ = 100) - ୧୨୬.୩୩) x୧୦୦

ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଚାଦୋକାନରେ ଝଗଡ଼ାରୁ ନକଲି ନୋଟ୍ରାକେଟର ପର୍ଦ୍ଦାଫାଶ ହେଲା; ₹୧୩.୮୫ ଲକ୍ଷ ଜବତ

ସରକାରୀ ବ୍ୟାଙ୍କର କର୍ମଚାରୀମାନଙ୍କ ଦରମା ବିଭିନ୍ନ ବର୍ଗରେ ରହିଥାଏ । ଏଥିରେ ବ୍ୟାଙ୍କର ପ୍ରୋବେସନାରୀ ଅଫିସରଙ୍କ (PO) ଦରମା ମାସକୁ ୪୦,୦୦୦ ଟଙ୍କାରୁ ୪୨,୦୦୦ ଟଙ୍କା । ଏଥିରେ ମୌଳିକ ଦରମା (basic salary) ହେଉଛି ୨୭,୬୨୦ ଟଙ୍କା । ଏହା ଉପରେ DAରେ ୨.୧୦ ପ୍ରତିଶତ ବୃଦ୍ଧି ଘଟିଛି । POମାନଙ୍କ ପାଇଁ ଥିବା ନିୟମ ଅନୁଯାୟୀ ସମଗ୍ର ଚାକିରି ସମୟରେ ସେମାନଙ୍କୁ ଚାରିଟି ଇନକ୍ରିମେଣ୍ଟ୍‌ ଦିଆଯାଏ । ପଦୋନ୍ନତି ପରେ ସେମାନଙ୍କ ସର୍ବାଧିକ ମୌଳିକ ଦରମା ୪୨,୦୨୦ ଟଙ୍କା ହୋଇଥାଏ ।



ଇଣ୍ଡିଆନ୍ ବ୍ୟାଙ୍କ୍‌ ଆସୋସିଏସନ୍ (ଆଇ.ବି.ଏ.) ଅନୁଯାୟୀ ମେ, ଜୁନ୍ ଓ ଜୁଲାଇ ୨୦୨୧ ପାଇଁ ଡିଏର ସଂଖ୍ୟା ୩୬୭ ସ୍ଲାବ୍ ଥିଲା । ଅଗଷ୍ଟରୁ ଅକ୍ଟୋବର ପର୍ଯ୍ୟନ୍ତ ୩୦ଟି ସ୍ଲାବ ବୃଦ୍ଧି ପାଇଛି । ଏହି ଆଧାରରେ ବର୍ତ୍ତମାନ ସେମାନଙ୍କର DA ୨୭.୭୯ ପ୍ରତିଶତକୁ ବୃଦ୍ଧି ପାଇଛି । ପୂର୍ବରୁ ମହଙ୍ଗା ଭତ୍ତା ୨୫.୬୯ ପ୍ରତିଶତ ଥିଲା ।
Published by:Anand S.T. Das
First published: