ବେଆଇନ ଲିଙ୍ଗ ନିରୂପଣ ସୂଚନା ଦିଅନ୍ତୁ; ସରକାରଙ୍କଠୁ ୨୫ ହଜାର ଟଙ୍କା ପୁରସ୍କାର ନିଅନ୍ତୁ

ବେଆଇନ ଲିଙ୍ଗ ନିରୂପଣ ହେଉଥିବା ସ୍ଥାନ ଅବା ଯେଉଁମାନେ ଏଥିରେ ସାମିଲ ସେମାନଙ୍କ ସମ୍ପର୍କରେ ସୂଚନା ଦେଲେ ରାଜ୍ୟ ସରକାରଙ୍କ ତରଫରୁ ୨୫ହଜାର ଟଙ୍କାର ଆର୍ଥିକ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି ।

ବେଆଇନ ଲିଙ୍ଗ ନିରୂପଣ ସୂଚନା ଦିଅନ୍ତୁ; ସରକାରଙ୍କଠୁ ୨୫ ହଜାର ଟଙ୍କା ପୁରସ୍କାର ନିଅନ୍ତୁ

ବେଆଇନ ଲିଙ୍ଗ ନିରୂପଣ ସୂଚନା ଦିଅନ୍ତୁ; ସରକାରଙ୍କଠୁ ୨୫ ହଜାର ଟଙ୍କା ପୁରସ୍କାର ନିଅନ୍ତୁ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ସାରା ରାଜ୍ୟରେ ଅନେକ ସ୍ଥାନରୁ ବେଆଇନ ଲିଙ୍ଗ ନିରୂପଣ ହେଉଥିବା ସମ୍ପର୍କରେ ଖବର ଆସିବା ପରେ ସରକାର ନେଇଛନ୍ତି କଡା ପଦକ୍ଷପ । ଏଥିସହ ଲିଙ୍ଗ ନିରୂପଣ ହେଉଥିବା ସ୍ଥାନ ଅବା ଯେଉଁମାନେ ଏଥିରେ ସାମିଲ ସେମାନଙ୍କ ସମ୍ପର୍କରେ ସୂଚନା ଦେଲେ ରାଜ୍ୟ ସରକାରଙ୍କ ତରଫରୁ ୨୫ହଜାର ଟଙ୍କାର ଆର୍ଥିକ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏପରି ଏକ ନୂଆ ଗାଇଡଲାଇନ ଜାରି ହୋଇଛି । ରାଜ୍ୟରେ ଥିବା ସମସ୍ତ ଜିଲ୍ଲା ଗୁଡିକର ଜିଲ୍ଲାପାଳ ଏବଂ ପିସି ଏଣ୍ଡ ପିଏନଡିଟି ଅଧିକାରୀଙ୍କୁ ଏହି ସୂଚନା ପ୍ରଦାନ କରାଯାଇଛି ।

ଯେଉଁସବୁ କ୍ଲିନିକରେ ଲୁଚାଛପା ଭାବରେ ବେଆଇନ ଲିଙ୍ଗ ନିରୂପଣ କରାଯାଉଛି ସେ କ୍ଲିନିକ ସମ୍ପର୍କରେ ଜାଣିବା ଏବଂ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏପରି ପଦକ୍ଷପ ଗ୍ରହଣ କରାଯାଇଛି । ଏହି ପଦକ୍ଷପକୁ ସାଧାରଣରେ ସ୍ୱାଗତ ମଧ୍ୟ କରାଯାଉଛି । ତେବେ କ୍ଲିନିକ ସମ୍ପର୍କରେ ସୂଚନା ଦେଲେ ଆପଣଙ୍କୁ ପୁରସ୍କାର ରାଶି କିପରି ମିଳିବ ଜାଣିରଖନ୍ତୁ, କ୍ଲିନିକ ସମ୍ପର୍କରେ ଦେଇଥିବା ସୂଚନା ପ୍ରଥମ ପର୍ଯ୍ୟାୟରେ ସଠିକ ପ୍ରମାଣିତ ହେଲେ ଆପଣଙ୍କୁ ୧୦ ହଜାର ମିଳିବ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଡାକ୍ତରଙ୍କ ଉପରେ ଚାର୍ଜଫ୍ରେମ ହେଲେ ଆପଣଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ୧୦ ହଜାର ଓ କ୍ଲିନିକ ତଥା ଡାକ୍ତରଙ୍କୁ ଦଣ୍ଡ ଦିଆଗଲେ ଆପଣ ପାଇବେ ବାକି ୫ ହଜାର । ଜାତୀୟ ସ୍ୱାସ୍ଥ୍ୟ ମିସନ ତଥା ଏନଏଚଏମ ପକ୍ଷରୁ ଆପଣଙ୍କୁ ଏହି ଅର୍ଥରାଶି ମିଳିବ । ଏନେଇ ପ୍ରତି ଜିଲ୍ଲାରେ ଏକ ଟ୍ୟାକ୍ସଫୋର୍ସ ଗଠନ କରାଯାଇଛି । ପ୍ରତି ଜିଲ୍ଲାର ଜାଲ୍ଲାପାଳ ଉକ୍ତ ଟ୍ୟାକ୍ସଫୋର୍ସରେ ଅଧ୍ୟକ୍ଷ ରହିଛନ୍ତି । ଜିଲ୍ଲା ଏସପିଙ୍କ ସମେତ ସାମାଜିକ କଲ୍ୟାଣ ଅଧିକାରୀ ମଧ୍ୟ ଏହା ଟ୍ୟାକ୍ସଫୋର୍ସର ସଦସ୍ୟ ଅଛନ୍ତି । ଏହି ଟ୍ୟାକ୍ସଫୋର୍ସ ସୂଚନା ପ୍ରଦାନ କରିଥିବା ବ୍ୟକ୍ତିଙ୍କ ତଥ୍ୟ ଯାଞ୍ଚ କରିବେ ।

ଶିଶୁ କନ୍ୟାଙ୍କ ସଂଖ୍ୟା ହ୍ରାସ ନହେବା ଏବଂ ଉଭୟ ପୁରୁଷ ଓ ସ୍ତ୍ରୀଲିଙ୍ଗକୁ ନିୟନ୍ତ୍ରଣରେ ରଖିବା ପାଇଁ ଏପରି ଏକ ନିୟମ କରାଯାଇଥିବା ସୂଚନା ରହିଛି । ପୁଅ ଝିଅ ଉଭୟେ ସମାନ ତେଣୁ ଉଭୟଙ୍କୁ ସମାନ ଦୃଷ୍ଟିରେ ଦେଖିବା ସହ ସମାନ ଅଧିକାର ମିଳିବା ଉଚିତ ବୋଲି ମତ ପ୍ରକାଶ ପାଉଛି ।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଅନେକ କ୍ଲିନିକରେ ଚଢାଉ କରାଯାଇ ବେଆଇନ ଲିଙ୍ଗ ନିରୂପଣ କରାଯାଉଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଅନେକ କ୍ଲିନିକ ଉପରେ ପୂର୍ବରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ତଥାପି ରାଜ୍ୟର ଅନେକ ଅଞ୍ଚଳରେ ଲୁଚାଛପାରେ ଏପରି ବେଆଇନ ଲିଙ୍ଗ ନିରୂପଣ କରାଯାଉଥିବା ଖବର ହସ୍ତଗତ ହେଉଛି । ତେଣୁ ସମୃକ୍ତ କ୍ଲିନିକ ଗୁଡିକ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ସରକାରୀ ସ୍ତରରେ ଏପରି ପଦକ୍ଷପ ନିଆଯାଇଛି । ଏପରି ପଦକ୍ଷପ ଦ୍ୱାରା ଅନେକ କ୍ଲିନିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ । ଏଥିସହ ଆବଶ୍ୟକ ସ୍ଥଳରେ ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ନାମ ଗୋପନ ମଧ୍ୟ ରଖାଯିବ ।
Published by:Soubhagya Mishra
First published: