ଯୁକ୍ତ ୨ ପ୍ରଥମ ବର୍ଷ ପରୀକ୍ଷାକୁ ବିରୋଧ: ନୂଆ ବ୍ୟବସ୍ଥା କେବେ ଠୁ ଲାଗୁ ହେବ ତାକୁ ନେଇ ସଂଶୟ

ପରୀକ୍ଷାର ମାସକ ପୂର୍ବରୁ ଲମ୍ବା ସମୟ ଧରି ପ୍ରଚ଼ଳିତ ବ୍ୟବସ୍ଥାରେ ହଠାତ୍‌ ପରିବର୍ତ୍ତନ କରିବା ଓ ତାହା ଚ଼ଳିତ ବର୍ଷ ଠାରୁ ଲାଗୁ କରିବା ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ଜୋରଦାର ବିରୋଧ କରୁଛନ୍ତି ଓଡ଼ିଶା ସାରା ଛାତ୍ରଛାତ୍ରୀମାନେ ।

ଯୁକ୍ତ ୨ ପ୍ରଥମ ବର୍ଷ ପରୀକ୍ଷାକୁ ବିରୋଧ: ନୂଆ ବ୍ୟବସ୍ଥା କେବେ ଠୁ ଲାଗୁ ହେବ ତାକୁ ନେଇ ସଂଶୟ
କାଉନ୍‌ସିଲ୍‌ ଅଫିସ୍‌ ବାହାରେ ପ୍ରଦର୍ଶନ ଚ଼ାଲିଛି ।
  • News18 Odia
  • Last Updated: January 23, 2020, 12:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଇଁ ପରୀକ୍ଷା ଘୋଷଣା ହେବା ସହ ୩୩ ପ୍ରତିଶତ ନମ୍ବର ବାଧ୍ୟତାମୂଳକ ହୋଇଯିବା ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀମାନେ । ବିଭିନ୍ନ ସ୍ଥାନରେ କଲେଜର ରାସ୍ତା ଅବରୋଧ କରି ଏହି ନୂଆ ବ୍ୟବସ୍ଥା ଖିଲାଫରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

ବାରମ୍ବାର ଆନ୍ଦୋଳନ ଓ ବିକ୍ଷୋଭ ହେବା ପରେ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ମିଶ୍ର ପୁନର୍ବିଚାରକୁ ନେଇ ଦେଇଥିବା ମନ୍ତବ୍ୟକୁ ଗ୍ରହଣ କରିନାହାନ୍ତି ଛାତ୍ରଛାତ୍ରୀମାନେ । ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନେ ବୁଧବାର ଦିନ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ସେ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ ବିଜୁ ପଟ୍ଟନାୟକ କଲେଜ ଓ ଏକାମ୍ର କଲେଜ ଭଳି ବିଭିନ୍ନ କଲେଜ । କାଉନସିଲ୍ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ସ୍ଲୋଗାନବାଜି କରିଥିଲେ ବିକ୍ଷୁବ୍ଧ ଛାତ୍ରଛାତ୍ରୀମାନେ ।

ସେମାନଙ୍କ ଅଭିଯୋଗ ଏହା ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ଅନେକ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷର କୋର୍ସ ଶେଷ ହୋଇନାହିଁ । ବିଭିନ୍ନ କଲେଜରେ ୩୩ ପ୍ରତିଶତ କୋର୍ସ ଶେଷ ହୋଇ ନ ଥିବା ବେଳେ ସେମାନେ ପରୀକ୍ଷା କେମିତି ଦେବେ ବୋଲି ଛାତ୍ରଛାତ୍ରୀମାନେ ପ୍ରଶ୍ନ କରିଛନ୍ତି ।

ପ୍ରଥମ ବର୍ଷ ପରୀକ୍ଷାକୁ ନେଇ ବିଚାରବିମର୍ଷ ଚ଼ାଲିଛି ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ । ‘‘ଏହି ନୂଆ ନିୟମକୁ ଚଳିତ ବର୍ଷଠାରୁ ଲାଗୁ କରାଯିବ ନା ଆସନ୍ତାବର୍ଷକୁ ତାହା ପରବର୍ତ୍ତୀ ପର୍ଯ୍ୟାୟରେ ଜଣାପଡ଼ିବ,’’ ସେ କହିଛନ୍ତି ।

ପରୀକ୍ଷାର ମାସକ ପୂର୍ବରୁ ଲମ୍ବା ସମୟ ଧରି ପ୍ରଚ଼ଳିତ ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରିବା ଓ ତାହା ଚଳିତ ବର୍ଷ ଠାରୁ ଲାଗୁ କରିବାର ନିଷ୍ପତ୍ତିକୁ ଜୋରଦାର ବିରୋଧ କରୁଛନ୍ତି ଛାତ୍ରଛାତ୍ରୀମାନେ ।

‘‘ଆମେ ଯୁକ୍ତ ଦୁଇ ପ୍ରଥମ ବର୍ଷର ପରୀକ୍ଷା ବ୍ୟବସ୍ଥାକୁ ବିରୋଧ କରୁନାହୁଁ, କିନ୍ତୁ ହାତରେ ଯଥେଷ୍ଟ ସମୟ ନ ଦେଇ ପରୀକ୍ଷା ଘୋଷଣା କରିଦେବା ଠିକ୍ ନୁହେଁ । ଆସନ୍ତା ବର୍ଷ ଠାରୁ ହିଁ ଏହି ନୂଆ ନିୟମକୁ ଲାଗୁ କରିବାକୁ ସାରା ରା୍ଜ୍ୟର ଛାତ୍ରଛାତ୍ରୀମାନଙ୍କ ତରଫରୁ ଦାବୀ କରାଯାଉଛି,’’ କହିଛନ୍ତି ବିରୋଧ ପ୍ରଦର୍ଶନରେ ଭାଗ ନେଉଥିବା ଜଣେ ଛାତ୍ରୀ ।

ସେପଟେ ବୋର୍ଡ ଢ଼ାଞ୍ଚାରେ କାଉନସିଲ୍ ପରୀକ୍ଷା କରିବାକୁ ନେଇ ଦ୍ବନ୍ଦ୍ବ ଦେଖିବାକୁ ମିଳିଛି । ପରେ କାଉନସିଲ ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ ବାହାରି ବୁଝାଶୁଝା କରିଥିଲେ ଛାତ୍ରଛାତ୍ରୀଙ୍କୁ ।

‘‘ପ୍ରଥମ ବର୍ଷ ପରୀକ୍ଷାରେ କାଉନସିଲ୍ର କୈାଣସି ଭୂମିକା ନାହିଁ । ପ୍ରତି ବର୍ଷ ଭଳି ଏ ବର୍ଷ ବି କଲେଜ ସ୍ତରରେ ପ୍ରଶ୍ନପତ୍ର ପ୍ରସ୍ତୁତି ସହ ପରୀକ୍ଷା ଓ ଫଳ ପ୍ରକାଶନ ହେବ । ସେଥି ପାଇଁ ଛାତ୍ରଛାତ୍ରୀମାନେ ଆଦୌ ବ୍ୟସ୍ତ ବିବ୍ରତ ନ ହୁଅନ୍ତୁ,’’ କହିଛନ୍ତି ସି.ଏଚ୍.ଏସ୍.ଇ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ।

ତେବେ ଏ ସବୁ କୋଳାହଳ ଭିତରେ ଛାତ୍ରଛାତ୍ରୀମାନଙ୍କ ମନରେ ପ୍ରଥମ ବର୍ଷ ପରୀକ୍ଷାରେ ଫେଲ୍ ହେବାର ଭୟ ବେଶ୍ ବାରି ହୋଇ ପଡ଼ୁଛି ।
First published: January 23, 2020, 12:50 PM IST