୫୫ ନମ୍ବର ଜାତୀୟ ରାଜପଥ ଚାରି ଥାକିଆ ସମ୍ପ୍ରସାରଣ କାର୍ଯ୍ୟକୁ ନେଇ ପ୍ରତିବାଦ; ବନ୍ଦ ଥିଲା ରେଢ଼ାଖୋଲ

ନାଗରିକ କମିଟି ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରା ଯୋଗୁଁ ରେଢ଼ାଖୋଲର ଦୋକାନ ବଜାର, ବସ ଚଳାଚଳ, ସରକାରୀ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ, ବ୍ୟାଙ୍କ ସହିତ ଜାତୀୟ ରାଜପଥ ମଧ୍ୟ ବନ୍ଦ କରା ଯାଇଥିଲା।

୫୫ ନମ୍ବର ଜାତୀୟ ରାଜପଥ ଚାରି ଥାକିଆ ସମ୍ପ୍ରସାରଣ କାର୍ଯ୍ୟକୁ ନେଇ ପ୍ରତିବାଦ

୫୫ ନମ୍ବର ଜାତୀୟ ରାଜପଥ ଚାରି ଥାକିଆ ସମ୍ପ୍ରସାରଣ କାର୍ଯ୍ୟକୁ ନେଇ ପ୍ରତିବାଦ

  • Share this:
News18 Odia Digital

ସମ୍ବଲପୁର: ଗୁରୁବାର ସମ୍ବଲପୁର ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥ ଚାରି ଥାକିଆ ସମ୍ପ୍ରସାରଣ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ପ୍ରତିବାଦ ଓ ପୁରୁଣା ରାସ୍ତାର ମରାମତି କରିବା ଦାବିରେ ରେଢ଼ାଖୋଲ ବନ୍ଦ ଥିଲା। ନାଗରିକ କମିଟି ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରା ଯୋଗୁଁ ଦୋକାନ ବଜାର, ବସ ଚଳାଚଳ, ସରକାରୀ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ, ବ୍ୟାଙ୍କ ସହିତ ଜାତୀୟ ରାଜପଥ ମଧ୍ୟ ବନ୍ଦ କରା ଯାଇଥିଲା।

ବନ୍ଦ ଯୋଗୁଁ ରାଜ ରାସ୍ତର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା। ଉପଖଣ୍ଡ ପ୍ରଶାସନ ଓ ଏନ୍ଏଚଆଇ ପିଡ଼ି ଘଟଣା ସ୍ଥଳକୁ ପହଞ୍ଚି ଆନ୍ଦୋଳନକାରୀ ସହ ଆଲୋଚନା କରିଥିଲେ। ଆସନ୍ତା ୭ ଦିନ ମଧ୍ୟରେ ରେଢ଼ାଖୋଲ ସୀମାରୁ ଚାରମାଳ ପର୍ଯ୍ୟନ୍ତ ପୁରୁଣା ଜାତୀୟ ରାଜପଥକୁ ମରାମତି କାର୍ଯ୍ୟ ସାରିବା ସହ ଆସନ୍ତା ନଭେମ୍ବର ୨୦୨୨ ପହିଲାରୁ ଅସମ୍ପୂର୍ଣ୍ଣ ହୋଇ ପଡ଼ିଥିବା ସମ୍ବଲପୁର-ଅନୁଗୁଳ ଜାତୀୟ ରାଜପଥର ଚାରି ଥାକିଆ ସମ୍ପ୍ରସାରଣ କାର୍ଯ୍ୟକୁ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ନାଗରିକ କମିଟି ଆନ୍ଦୋଳନରୁ ଓହରି ଥିଲେ।

ତେବେ ଅପରାହ୍ନରେ ରାସ୍ତା ରୋକ ହଟିଥିବା ବେଳେ ଦିନ ତମାମ ଦୋକାନ ବଜାର ବନ୍ଦ ରହିଥିଲା। ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ନିର୍ମାଣ କାର୍ଯ୍ୟ ଅଧାରେ ଅଟକି ଥିବା ବେଳେ ପୁରୁଣା ରାସ୍ତାର ମରାମତି ମଧ୍ୟ କରାଯାଉ ନାହଁ। ଏହା ଯୋଗୁଁ ଲୋକଙ୍କ ଯାତାୟତ ପାଇଁ ବହୁତ ଅସୁବିଧା ହେଉଛି।

ବାରମ୍ବାର ଦାବି କଲେ ମଧ୍ୟ ସଫଳ ନ ମିଳିବାରୁ ବାଧ୍ୟ ହୋଇ ରାଜରାସ୍ତା ବନ୍ଦ କରାଗଲା ବୋଲି ରେଢ଼ାଖୋଲ ନାଗରିକ କମିଟି ସଭାପତି ପ୍ରଦୀପ ପ୍ରଧାନ କହିଛନ୍ତି। ଖୁବ୍ ଶୀଘ୍ର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ କରାଯିବ। ଏହା ସହ ରେଢ଼ାଖୋଲ ସୀମାରୁ ଚାରମାଳ ପର୍ଯ୍ୟନ୍ତ ପୁରୁଣା ଜାତୀୟ ରାଜପଥକୁ ମରାମତି କରାଯିବ ବୋଲି ଏନଏଚଆଇ ପିଡି କେ.ନାଗେଶ୍ଵର ରାଓ କହିଛନ୍ତି। ଜାତୀୟ ରାଜପଥ ପ୍ରାଧିକରଣ ତରଫରୁ ଏହି ରାସ୍ତାଟିକୁ ଲୋକଙ୍କ ସୁବିଧା ପାଇଁ ଚାରି ଥାକିଆ କରଣ କରାଯାଉଛି।

ତେବେ ଏହାର ନିର୍ମାଣ ଦାୟତ୍ବ ନେଇଥିବା ସଂସ୍ଥା ନିର୍ମାଣ କାର୍ଯ୍ୟକୁ ଅଧ ପନ୍ତାରିଆ ଭାବେ ଛାଡ଼ି କାମ ବନ୍ଦ କରି ଦେଇଛି। ରାସ୍ତାଟି ସମ୍ପର୍ଣ୍ଣ ଭାବେ କଂକ୍ରିଟରେ କରା ଯାଉଥିଲା। ତେବେ ନିର୍ମାଣକାରୀ ସଂସ୍ଥା ରାସ୍ତା କାମ ଅଧାରୁ ବନ୍ଦ କରି ଦେଇଥିବାରୁ କେଉଠି କଂକ୍ରିଟ କାମ ଅଧା ହୋଇଥିବା ବେଳେ ପୁରଣା ପିଚୁ ରାସ୍ତା ମରାମତି ହେଉ ନ ଥିବାରୁ ଏହା ମରଣଯନ୍ତା ପାଲଟିଛି। ନିର୍ମାଣ କାର୍ଯ୍ୟ ଅଧାରେ ପଡ଼ି ରହିଥିବାରୁ ଅଧିକ ଦୁର୍ଘଟଣା ଘଟୁଛି।
Published by:Lipina Das
First published: