ଟେକ୍ନିକାଲ ଏମୋନିୟମ ନାଇଟ୍ରେଟ୍ ପ୍ଲାଣ୍ଟକୁ ନେଇ କାଳିପଲ୍ଲୀରେ ବିରୋଧ ଜାରି

କାଳିପଲ୍ଲୀରେ ଟେକ୍ନିକାଲ ଏମୋନିୟମ ନାଇଟ୍ରେଟ ପ୍ଲାଣ୍ଟକୁ ବିରୋଧ ଜାରି। ପ୍ଲାଣ୍ଟ ନିର୍ମାଣକୁ ବିରୋଧ କରିବା ଲାଗି କାଳିପଲ୍ଲୀ ବାସିନ୍ଦାଙ୍କ ଚାଲିଛି ବୈଠକ ଉପରେ ବୈଠକ।

ଟେକ୍ନିକାଲ ଏମୋନିୟମ ନାଇଟ୍ରେଟ୍ ପ୍ଲାଣ୍ଟକୁ ନେଇ କାଳିପଲ୍ଲୀରେ ବିରୋଧ ଜାରି

ଟେକ୍ନିକାଲ ଏମୋନିୟମ ନାଇଟ୍ରେଟ୍ ପ୍ଲାଣ୍ଟକୁ ନେଇ କାଳିପଲ୍ଲୀରେ ବିରୋଧ ଜାରି

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିପଲ୍ଲୀରେ ହେବାକୁ ଥିବା ଟେକ୍ନିକାଲ ଏମୋନିୟମ ନାଇଟ୍ରେଟ ପ୍ଲାଣ୍ଟକୁ ବିରୋଧ ଜାରି ରଖିଛନ୍ତି କାଳିପଲ୍ଲୀ ବାସିନ୍ଦାମାନେ।

ପ୍ଲାଣ୍ଟକୁ ବିରୋଧକୁ ନେଇ ଗତ ୪ ତାରିଖରେ ଜିଲ୍ଲା ପ୍ରଶାସନ ଓ କାଳିପଲ୍ଲୀ ବାସିନ୍ଦାଙ୍କ ମଧ୍ୟରେ ଏକ ବୈଠକ ବସିଥିଲା। ଆଉ ବୈଠକରେ ରି-ନୋଟିଫ୍କିସନ ପାଇଁ ଏକ ୫ ଜଣିଆ ଟିମ ଓ ମୁମ୍ବାଇ ଯିବାକୁ ଏକ ଟିମ ଗଠନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କାଳିପଲ୍ଲୀ ବାସିନ୍ଦାଙ୍କୁ କୁହାଯାଇଥିଲା। ଏହା ସହିତ ୭ ଦିନ ସମୟ ମଧ୍ୟ ଦିଆଯାଇଥିଲା।

‘‘କାଳିପଲ୍ଲୀ ବାସିନ୍ଦାଙ୍କ ପକ୍ଷରୁ ଟିମ ଗଠନ ହେବା ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଜଣାଇ ଦିଆଯାଇଛି। ହେଲେ ଜିଲ୍ଲା ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନ ନେଇ ବୁଧବାର ଶତାଧିକ ପୋଲିସର ଉପସ୍ଥିତିରେ ପ୍ଲାଣ୍ଟର ପାଚେରୀ କାମ ଆରମ୍ଭ କରିଛି କମ୍ପାନୀ।
ଯାହାକି ସମ୍ପୂର୍ଣ୍ଣ ରୂପେ ବେଆଇନ କାମ। ପ୍ଲାଣ୍ଟର ପାଚେରୀ କାମ ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇ ଦିଆଯାଇନାହିଁ। ତେଣୁ ଏନେଇ ପୁଣି ଗ୍ରାମବାସୀଙ୍କୁ ନେଇ ଏକ ବୈଠକ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କାଳିପଲ୍ଲୀ ଗାଁ ସଭାପତି ମୋହନ ପାତ୍ର।

ଟାଟା କମ୍ପାନୀ ପ୍ରତିଷ୍ଠା ନେଇ ଜନ ଶୁଣାଣି ହୋଇଥିବା ବେଳେ ଟେକ୍ନିକାଲ ଏମୋନିୟମ ନାଇଟ୍ରେଟ ପ୍ଲାଣ୍ଟ ନେଇ କୌଣସି ଜନ ଶୁଣାଣି ହୋଇନାହିଁ।

ଯାହାଫଳରେ ଗ୍ରାମବାସୀମାନେ ଏହି ପ୍ଲାଣ୍ଟର ଅଭିମୁଖ୍ୟକୁ ନେଇ ଚିନ୍ତାରେ ରହିଥିବା ବେଳେ ଏହି ପ୍ଲାଣ୍ଟ ହେବା ଦ୍ବାରା ସ୍ଥାନୀୟ ଗ୍ରାମବାସୀମାନେ ବିଭିନ୍ନ ରୋଗରେ ପଡ଼ିବା ନେଇ ଆଶଙ୍କା ରହିଛି। ତେଣୁ ପ୍ଲାଣ୍ଟକୁ ନିର୍ମାଣ କରାଇ ଦିଆଯିବ ନାହିଁ। ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ ତେବେ ବିରୋଧ କରାଯିବ ବୋଲି କହିଛନ୍ତି ଗ୍ରାମବାସୀ।

ଗ୍ରାମବାସୀ ମାନେ ପୂର୍ବରୁ ଅନେକ ଥର ପ୍ଲାଣ୍ଟ କାମକୁ ବିରୋଧ କରୁଥିବା ଯୋଗୁଁ ଧସ୍ତାଧସ୍ତି ହେବା ସହିତ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେଣୁ ଆଜି କୌଣସି ସେଭଳି ଅପ୍ରତିକିର ପରିସ୍ଥିତି ସୃଷ୍ଟି ନ ହୁଏ ତାହାକୁ ଆଖି ଆଗରେ ରଖି ନିଜେ ଗଞ୍ଜାମ ଏସପି, ଅତିରିକ୍ତ ଏସପିଙ୍କ ସମେତ ଜିଲ୍ଲାର ବହୁ ଥାନାର ଥାନାଧିକାରୀ ଓ ବ୍ୟାପକ ପୋଲିସ ଫୋର୍ସ ପ୍ଲାଣ୍ଟ ନିକଟରେ ନିୟୋଜିତ ଥିଲେ।
Published by:Lipina Das
First published: