ବାମରା ଷ୍ଟେସନରେ ରେଳରୋକ୍; ଧାରଣା ଦେଇଛନ୍ତି ଶତାଧିକ ଲୋକ

ସମ୍ବଲପୁର ବାମରା ଷ୍ଟେସନରେ ରେଳରୋକ୍। ଶତାଧିକ ମହିଳା ପୁରୁଷ ରାଲିରେ ଆସି ରେଳ ଧାରଣା ଉପରେ ବସିଛନ୍ତି।

ବାମରା ଷ୍ଟେସନରେ ରେଳରୋକ୍

ବାମରା ଷ୍ଟେସନରେ ରେଳରୋକ୍

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ସମ୍ବଲପୁର: ସମ୍ବଲପୁର ବାମରା ଷ୍ଟେସନରେ ରେଳରୋକ୍। ସକାଳ ୬ଟାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରେଳରୋକ ଆନ୍ଦୋଳନକୁ ଓହ୍ଲାଇଛି ବାମରା ରେଳ କ୍ରିୟାନୁଷ୍ଠାନ କମିଟି। ବର୍ତ୍ତମାନ ବାମରା ଠାରେ ମାତ୍ର ୩ଟି ଟ୍ରେନ୍ ରହୁଛି। ପୂର୍ବରୁ ଏଠାରେ ରହୁଥିବା ୧୨ଟି ଟ୍ରେନର ରହଣୀକୁ ହଟାଇ ଦିଆଯାଇଛି। ଏବେ ଏହି ଟ୍ରେନ୍‌ ରହଣି ପାଇଁ ଦାବି କରାଯାଇଛି।

ରହଣି ବାତିଲ୍ ହୋଇଥିବା ୬ଟି ଟ୍ରେନର ପୁନଃରହଣି, ୪ ଗୋଟି ପୁରୁଣା ଟ୍ରେନ ଓ ୨ ଗୋଟି ନୂଆ ଟ୍ରେନର ରହଣୀ ଦାବି କରିଛନ୍ତି ଆନ୍ଦୋଳନକାରୀ। ଶତାଧିକ ମହିଳା ପୁରୁଷ ରାଲିରେ ଆସି ରେଳ ଧାରଣା ଉପରେ ବସିଛନ୍ତି।

ଆଜି ମହାପ୍ରଭୁଙ୍କ ବନକ ଲାଗି ବେଶ; ୪ ଘଣ୍ଟା ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

ଘଟଣା ସ୍ଥଳରେ ରେଳ ବିଭାଗ ପକ୍ଷରୁ ଝାରସୁଗୁଡା ଏଆରଏମ, ଚକ୍ରଧରପୁର ଏସିଏମ ଓ ଏଓଏମ ଉପସ୍ଥିତ ଅଛନ୍ତି। ଏହାଛଡ଼ା ୨ ପ୍ଲାଟୁନ ଜିଆରପି, ୨ପ୍ଲାଟୁନ ଆରପିଏଫ ସହିତ ସ୍ଥାନୀୟ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।
Published by:Soumya Das
First published: