ସରକାରୀ ଫଳକ ଭଙ୍ଗାକୁ ନେଇ କର୍ପୋରେଟରଙ୍କ ବିରୋଧ

ବୋର୍ଡ ଭଙ୍ଗାକୁ ନେଇ କର୍ପୋରେଟର ଗୁରୁତର ଅଭିଯୋଗ ମଧ୍ୟ ଆଣିଛନ୍ତି। ବିଏମସି ଅଧିକାରୀ ଓ ବିଲ୍ଡରଙ୍କ ସଲାସୁତୁରାରେ ଏହା ହୋଇଥିବା ନେଇ ଅଭିଯୋଗ କରିଛନ୍ତି।

ସରକାରୀ ଫଳକ ଭଙ୍ଗାକୁ ନେଇ କର୍ପୋରେଟରଙ୍କ ବିରୋଧ

ସରକାରୀ ଫଳକ ଭଙ୍ଗାକୁ ନେଇ କର୍ପୋରେଟରଙ୍କ ବିରୋଧ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ରାଜଧାନୀ ଭୁବନେଶ୍ୱରର ଏକ ପ୍ରମୁଖ ସ୍ଥାନ ହେଉଛି ୱାର୍ଡ ନମ୍ୱର ୩୭। ରାଜଧାନୀର ମଧ୍ୟ ଭାଗରେ ରହିଛି ଏହି ଓ୍ୱାର୍ଡ । ଯାହାଫଳରେ ସବୁଦିଗରୁ ପ୍ରାୟତଃ ଏହି ଓ୍ୱାର୍ଡ ସବୁବେଳେ ଚର୍ଚ୍ଚାରେ ରହିଥାଏ। କିନ୍ତୁ ରାଜନୀତିର ପଶାପାଲିରେ ଛନ୍ଦି ହେଉଥିବା ଏହି ଓ୍ୱାର୍ଡ ବର୍ତ୍ତମାନ କିନ୍ତୁ ଅନ୍ୟ ଏକ କାରଣ ପାଇଁ ଖୁବ ଚର୍ଚ୍ଚାରେ। ଓ୍ୱାର୍ଡର ସର୍ବାଙ୍ଗୀନ ଉନ୍ନତି ପାଇଁ ଏହି ଓ୍ୱାର୍ଡର କର୍ପୋରେଟର ବନ୍ଦିତା ପାଲ ସର୍ବଦା ପ୍ରୟାସ କରି ଆସୁଛନ୍ତି। ବିଏମସି ସହାୟତାରେ ନିକଟରେ ଏକ ବଡ଼ ଧରଣର ଜବରଦଖଲକୁ ସେ ହଟାଇଥିଲେ । ଜବରଦଖଲକୁ ହଟାଇବା ସହିତ ସେଠାରେ ସରକାରୀ ଫଳକ ମଧ୍ୟ ଲଗାଯାଇଥିଲା। ଉକ୍ତ ଜବରଦଖଲ ହୋଇଥିବା ସ୍ଥାନଟି ବେହେରାସାହିରେ ଥିବା ବିଭବ ଗୁଲମୋହର ଆଗରେ ଥିବା ପ୍ରାୟ ୫ଶହ ଡିସିମିଲ ସ୍ଥାନ। ଏଠାରୁ ଜବର ଦଖଲ ଉଠାଇବାର କାରଣ ତାହା ଓଡ଼ିଶା ସରକାରଙ୍କ ସମ୍ପତ୍ତି। ବେଆଇନ ଅନୁପ୍ରବେଶ ଦଣ୍ଡନୀୟ ଅପରାଧ ବୋଲି ବିଏମସି ପକ୍ଷରୁ ଲେଖାଯାଇଥିଲା। ଏହି ବୋର୍ଡ ଲେଖାଯିବା ପରେ ପ୍ରାୟ ଦୁଇମାସ ହେବ ଜବରଦଖଲ ହୋଇନଥିଲା। କିନ୍ତୁ ଗତକାଲି ପ୍ରାୟତଃ ଅପରାହ୍ଣ ସମୟରେ ଉକ୍ତ ବୋର୍ଡକୁ କେହି ଜଣେ ଦୁର୍ବୃତ୍ତ ଭାଙ୍ଗି ଦେଇଥିବା କର୍ପୋରେଟର ବନ୍ଦିତା ପାଲ ଓ ତାଙ୍କ କର୍ମୀବୃନ୍ଦ ଦେଖିବାକୁ ପାଇଥିଲେ।

ଏହି ବୋର୍ଡ ଭଙ୍ଗାକୁ ନେଇ କର୍ପୋରେଟର ଗୁରୁତର ଅଭିଯୋଗ ମଧ୍ୟ ଆଣିଛନ୍ତି। ବିଏମସି ଅଧିକାରୀ ଓ ବିଲ୍ଡରଙ୍କ ସଲାସୁତୁରାରେ ଏହା ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ କରି ସମ୍ପୃକ୍ତ ଓ୍ୱାର୍ଡର ୨୦ରୁ ଅଧିକ ବାସିନ୍ଦା ଉକ୍ତ ଆପାର୍ଟମେଣ୍ଟ ସାମ୍ନାରେ ଧାରଣା ଦେଇଥିଲେ। ସେପଟେ କର୍ପୋରେଟର ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ୩୭ ନମ୍ବର ଓ୍ୱାର୍ଡର ପ୍ରାୟ ୫ଶହ ଡିସିମିଲ ଜମି ଜଣେ ବିଲଡରଙ୍କ ଦ୍ୱାରା ଜବରଦଖଲ କରାଯାଇଥିବା ନେଇ ଅଭିଯୋଗ ହୋଇ ଆସୁଛି। ଏହି ଜବରଦଖଲ ସ୍ଥାନରେ ଓ୍ୱାର୍ଡର କାର୍ଯ୍ୟାଳୟ କରିବାକୁ କର୍ପୋରେଟର ବନ୍ଦିତା ପାଲ ବିଏମସିକୁ ଚିଠି ଲେଖିଥିଲେ। ତାଙ୍କ ଚିଠି ଆଧାରରେ ମେୟର ସୁଲୋଚନା ଦାସ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଏଥିସହ ଉଚ୍ଛେଦ କରିବାକୁ ଆଦେଶ ଦେଇଥିଲେ। ଏକ ସ୍ୱତନ୍ତ୍ର ଟିମ ଜରିଆରେ ମାପଚୁପ କାମ ମଧ୍ୟ କରାଯାଇଥିଲା। ମାପଚୁପ ପରେ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଠାରେ ବୋର୍ଡ ଲଗାଇବା ସହ ଅନୁପ୍ରବେଶ କିମ୍ବା ଜବରଦଖଲ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦର୍ଶାଇଥିଲେ। କିନ୍ତୁ ଶୁକ୍ରବାର ସନ୍ଧ୍ୟାରେ ଏହାକୁ କେହି ଉପାଡି ଫୋପାଡ଼ି ଦେଇଥିଲେ। ଏହା ଦେଖି କର୍ପୋରେଟର ବନ୍ଦିତା ପାଲଙ୍କ ସ୍ୱାମୀ ଅର୍ଜୁନ ବେହେରା ବିଏମସିକୁ ସୂଚନା ଦେଇଥିଲେ। ଏହା ସହିତ ସ୍ଥାନୀୟ ବାସିନ୍ଦାଙ୍କ ସମେତ ସେ ଧାରଣା ଦେଇଥିଲେ। ଉଚ୍ଛେଦ ପରେ ଓ୍ୱାର୍ଡ କାର୍ଯ୍ୟାଳୟ ନିର୍ମାଣରେ ବିଳମ୍ବ ହେବା କାରଣରୁ ଏଭଳି ସ୍ଥିତି ଉପୁଜିଛି ବୋଲି ଶ୍ରୀ ବେହେରା କହିଛନ୍ତି ।
Published by:Soubhagya Mishra
First published: