ବର୍ଷାରେ ଭିଜି ରାସ୍ତାରେ ଗଡ଼ିଲେ କିନ୍ନର ;  ମୀରା ପରିଡ଼ା ହାଏ ହାଏ ନାରାରେ କମ୍ପିଲା ରାଜରାସ୍ତା

ମୀରା ପରିଡ଼ା ହାଏ ହାଏ ନାରାରେ କମ୍ପିଲା ରାଜରାସ୍ତା ।

ମୀରା ପରିଡ଼ା ହାଏ ହାଏ ନାରାରେ କମ୍ପିଲା ରାଜରାସ୍ତା ।

  • Share this:
News 18 Odia Digital


ଭୁବନେଶ୍ୱର; ବିଜେଡି ନେତ୍ରୀ ତଥା କିନ୍ନର ସଙ୍ଘର ସଭାପତି ମୀରା ପରିଡା ଏବଂ ତାଙ୍କ ସହୋଯୋଗୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ଗତ ତିନିଦିନ ହେବ ମୀରା ପରିଡ଼ା ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି ରାଜରାସ୍ତାରେ କିନ୍ନର ମାନେ ଆନ୍ଦୋଳନ କରୁଛନ୍ତି । ମୀରା ପରିଡ଼ା ହାଏ ହାଏ ନାରାରେ କମ୍ପୁଛି ରାଜରାସ୍ତା । ପ୍ରତି ଜିଲ୍ଲାରେ କିନ୍ନର ମାନେ ରାସ୍ତାକୁ ଓହ୍ଲାଇଛନ୍ତି । ରାସ୍ତାରେ ଗଡ଼ି ଗଡ଼ି ନଖାଇ ନପିଇ ବର୍ଷାରେ ଆନ୍ଦୋଳନ କରୁଛନ୍ତି । ସେମାନେ ନାରା ଦେଉଛନ୍ତି , କିନ୍ନର ସମାଜର ଖଳନାୟକ ହେଉଛି ମୀରା ପରିଡ଼ା । ଖଟିଖିଆ , ଗରିବ କିନ୍ନରଙ୍କୁ ଯୌନ ବ୍ୟବସାୟରେ ଲିପ୍ତ କରି କୋଟି କୋଟି ଟଙ୍କା ହଡ଼ପ କରୁଛି ମୀରା ପରିଡ଼ା । ମୀରାର ଦାଦାଗିରି ଚଳିବ ନାହିଁ  ।

କିନ୍ନର ମାନେ କହିଛନ୍ତି ସୋସିଆଲ ମିଡିଆରେ କେତେକ ଲୋକେ କହୁଛନ୍ତି ଯେ କିନ୍ନର ମାନେ ତାମସା କରୁଛନ୍ତି, କିନ୍ତୁ ଆମ୍ଭେ କାହିଁକି ଏପରି ନଖାଇ ନପିଇ ବର୍ଷା ଖରା ସହି ଏଠାରେ ଆନ୍ଦୋଳନ କରୁଛୁ ସେ ଜାଣୁନାହାଁନ୍ତି । ଆମକୁ ଲୋକମାନେ ୧୦ ଟଙ୍କା ଦେଲେ ମଧ୍ୟ ଆମେ ତାଙ୍କ ମୁଣ୍ଡ ଉପରେ ହାତ ଦେଇ ଆଶୀର୍ବାଦ କରୁଛୁ ଏହାପରେ ପଇସା ଆଣୁଛୁ । ଆମେ ଯେତେବେଳେ କିନ୍ନର ସଂପ୍ରଦାୟରେ ଥିଲୁ ମୀରା ଆମକୁ ଶିଖାଇଥିଲା ଯେ ଏହା କର ତାହା କର, ଯାହା ଟଙ୍କା ଆଣୁ କିଛି ମୀରା ପରିଡ଼ା ନେଇଯାଆନ୍ତି ଆଉ କିଛି ଆମେ ରଖୁ । ସେହି ପଇସାରେ ଘର ଚଳାଇଥାଉ । ପେଟ ପାଟଣା ଯୋଗୁ ଏମିତି କରିବାକୁ ବାଧ୍ୟ ହେଉ ।

ମୀରା ପରିଡ଼ା କିନ୍ନର ମାନଙ୍କ ଉନ୍ନତି ନାଁରେ ଶୋଷଣ କରୁଛନ୍ତି । କିନ୍ନରଙ୍କ ପାଇଁ ଆସୁଥିବା ସମସ୍ତ ସୁବିଧାକୁ ମୀରା ପରିଡ଼ା ଓ ତାଙ୍କ ସହଯୋଗୀ ହଡ଼ପ କରୁଥିବା ଅଭିଯୋଗ ହୋଇଛି ।ଯେଉଁଥିପାଇଁ ଅନ୍ୟ କିନ୍ନରମାନେ ସରକାରଙ୍କ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି । ଏନେଇ ଅଭିଯୋଗ କଲେ ସେ ବିଜେଡି ନେତାଙ୍କୁ କହି ମାର ପିଟ ମଧ୍ୟ କରନ୍ତି ବୋଲି କହିଛନ୍ତି କିନ୍ନର ସମ୍ପ୍ରଦାୟ । ତେଣୁ ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି କିନ୍ନର ।


ମୀରା ପରିଡ଼ା ଆଗରୁ ପୁଅଥିଲେ ବୋଲି କିଛି କିନ୍ନର କହିଛନ୍ତି । ଏହା ସହିତ ମୀରା ଜଣେ ବିବାହିତା ବ୍ୟକ୍ତି ଅଟନ୍ତି ସେ ଏକ ଝିଅକୁ ବିବାହ ମଧ୍ୟ କରିଥିଲେ । ତେଣୁ ତାଙ୍କୁ କେଉଁ କାରଣ ବଶତଃ ଗୋଟିଏ ପଦବୀ ସରକାର ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କିନ୍ନର ସମ୍ପ୍ରଦାୟ । ସେପଟେ ଘଟଣା ନେଇ ମୀରା ପରିଡ଼ାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଆଗକୁ ପୋଲିସ ନ୍ୟାୟ ନ ଦେଲେ ଆନ୍ଦୋଳନ ଆହୁରି ତିବ୍ର ହେବ ବୋଲି ଚେତାବନୀ ଦେଇଛି ସଂଘ।
Published by:Soubhagya Mishra
First published: