ପୁରୀରେ ବଢ଼ୁଛି ଦେହ ବେପାର; ଏକାଠି ଅଧିକ କଲ୍ରେ ଯାଇ ହଟହଟା ହେଉଛନ୍ତି ଦେହଜୀବୀମାନେ
ଯୁବତୀଙ୍କୁ ନିଜ ଘରକୁ ନେବା ସୁରକ୍ଷିତ ନ ଥିବାରୁ ଜଙ୍ଗଲକୁ ନେବାକୁ ଯୁବକ ଚାହୁଁଥିବା ବେଳେ ଏହାକୁ ନେଇ ଯୁବତୀ ଅମଙ୍ଗ ହୋଇଥିଲେ । ‘‘ଟଙ୍କା ନେଇ କାହିଁକି ହଇରାଣ କଲୁ?’’ ବୋଲି ଯୁବକ ତାଙ୍କୁ ବାରମ୍ବାର କହିବାରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଚାଲିଥିଲା ।

ଯୁବତୀ ଜଣଙ୍କୁ ୧,୫୦୦ ଟଙ୍କା ଦେଇ ‘‘ତିନି ଘଣ୍ଟା ପାଇଁ ବୁକ୍’’ କରିଥିଲେ ବୋଲି କହିଛନ୍ତି ଯୁବକ ।
- News18 Odia
- Last Updated: December 20, 2020, 11:30 PM IST
ପୁରୀ: ଶୀତୁଆ ରାତିକୁ ଘନ କୁହୁଡ଼ି । ମୁହଁକୁ ମୁହଁ ଦିଶୁନି । ହେଲେ ଏହାରି ଭିତରେ ଶୁଭୁଥିଲା ଅସ୍ପଷ୍ଟ ଶବ୍ଦ । କିନ୍ତୁ ସେହି ଶବ୍ଦ ଭିତରୁ ବୁଝି ହେଉଥିଲା ଦୁଇ ପଦ କଥା । ତାହା ଥିଲା ‘‘ଯାହା ହେବ ଏଇଠି । ଘରକୁ ନେଲେ ମାମା ମାରିବ ।’’ ଏହି ଦୁଇ ପଦ କଥାର ରହସ୍ୟ ତାହା ଜାଣିବାକୁ ଅନୁସନ୍ଧାନ କରିବା ପରେ ମିଳିଥିଲା ସାଙ୍ଘାତିକ ତଥ୍ୟ । ଘଟଣାଟି ପୁରୀ ସହରରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ମର୍ଣ୍ଣିଙ୍ଗ ୱାକରେ ଯାଇଥିବା ଶ୍ରୀକ୍ଷେତ୍ର କଲୋନୀର ଶ୍ୟାମସୁନ୍ଦର ଆଚାର୍ଯ୍ୟଙ୍କ କହିବା ଅନୁସାରେ ଏହି ଘଟଣା ଡିସେମ୍ବର ୧୬ ତାରିଖ ବୁଧବାର ଭୋର ୪ଟା ବେଳର । ପେଣ୍ଠକଟା ଆଡୁ ବାଇକରେ ଜଣେ ଯୁବତୀଙ୍କୁ ବସାଇ ହେଲିପ୍ୟାଡ ଆଡ଼କୁ ଜଣେ ଯୁବକ ଆସୁଥିବା ସେ ଦେଖିଥିଲେ । ଯୁବକର ବୟସ ପାଖାପାଖି ୨୨ ବର୍ଷ ଓ ଯୁବତୀଙ୍କର ପାଖାପାଖି ୨୮ ବର୍ଷ ହେବ । ଆଇଟିଆଇ ଛକରେ ଆଚାର୍ଯ୍ୟ ଓ ଅନ୍ୟ କେତେକ ସ୍ଥାନୀୟ ଲୋକ ସେହି ଯୁବକ ଓ ଯୁବତୀଙ୍କ ମଧ୍ୟରେ ଚାଲିଥିବା ଯୁକ୍ତତର୍କ ଦେଖି ଓ ପୂରା ମାମଲା ବିଷୟରେ ଜାଣି ଚକିତ ହୋଇଥିଲେ ।
ଏହା ବି ପଢ଼ନ୍ତୁ | ମା’ ଦେଖ୍, ମୁଁ ଶିକାର କରିଛି! ହରିଣର ବେକକୁ ଧରିଥିବା ଚିତା ବାଘ ଛୁଆର VIDEO ଭାଇରାଲ୍ ହେଲା
ଏହା ବି ପଢ଼ନ୍ତୁ | କେମିତି ପାଇବେ କୋରିଆନ୍ ଗ୍ଲାସ୍ ସ୍କିନ୍? ଏହି Videoରୁ ତ୍ୱଚା ଚମକଦାର୍ କରିବାର ଉପାୟ ଜାଣନ୍ତୁ
ପରେ ସେହି ଯୁବକଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରି ତାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ସେହି ଯୁବତୀ ଜଣକ ଜଣେ ଦେହଜୀବୀ ଥିଲେ । ‘‘ସେ ପୁରୀ ସହରର ଅନେକ ଯୁବକଙ୍କୁ ସୋସିାଲ ମିଡ଼ିଆରେ ଫସାଇ ଖୁସ୍ କରିଦେବ ବୋଲି କହିଥିଲା । କେତେକ ଯୁବକ ସେହି ଯୁବତୀର ଆକାଉଣ୍ଟକୁ ଟଙ୍କା ଦେଇ ପୂର୍ବରୁ ଫାଇଦା ନେଉଥିଲେ । ଦ୍ୱିତୀୟ ଥର ଭାବେ ତାକୁ ବୁକିଂ କରି ମୁଁ ବୁଧବାର ରାତି ୧୦ଟାରେ ତା’ ଆକାଉଣ୍ଟକୁ ୧,୫୦୦ ଟଙ୍କା ପଠାଇଥିଲି । ରାତି ୧୨ଟାରୁ ୩ଟା ପର୍ଯ୍ୟନ୍ତ ତିନି ଘଣ୍ଟା ପାଇଁ ମୋ’ ରୁମ୍ ଆଡ଼କୁ ବୁଲିଯିବା ପାଇଁ ଯୁବତୀ ପ୍ରତିଶୃତି ଦେଇଥିଲା । ହେଲେ ସେ ପେଣ୍ଠକଟା ଅଞ୍ଚଳରେ ଆଉ ଅନେକ ବୁକିଂରେ ରହି ମୋ’ ଫୋନ ନ ଉଠାଇବାରୁ ମୁଁ ତାକୁ ରାତି ଯାକ ଅପେକ୍ଷା କରି ବିରକ୍ତ ହୋଇ ଶେଷରେ ମଦ ପିଇ ଦେଇଥିଲି । ରାତି ପାହିଲେ ଗୁରୁବାର ହୋଇଯାଇଥିବାରୁ ପରିବାର ଲୋକେ ବି ନିଦରୁ ଉଠିଯାଇଥିଲେ । ସକାଳୁ ମା’ ଅନେକ ଥର ଫୋନ କରି ଘରକୁ ଡକାଇଥିଲା । ସେହି ସମୟରେ ଏହି ଯୁବତୀ ମୋତେ ଫୋନ କରି ଡାକିଲା । ତେଣୁ ତାକୁ ଗାଡ଼ିରେ ବସାଇ ହେଲିପ୍ୟାଡ ଆଣି ତାଳବଣିଆ ଆଡ଼କୁ ନେଉଥିଲି,” କହିଛନ୍ତି ଯୁବକ (ଛଦ୍ମନାମ ବିଶାଲ) ।
ଏହା ବି ପଢ଼ନ୍ତୁ | ମୁମ୍ବାଇର ମଡେଲ୍ କହିଲେ ଝାଡ଼ଖଣ୍ଡ CM ହେମନ୍ତ ସୋରେନ ତାଙ୍କୁ ବଳତ୍କାର କରିଥିଲେ
ଯୁବତୀକୁ ନିଜ ଘରକୁ ନେବା ସୁରକ୍ଷିତ ନ ଥିବାରୁ ଜଙ୍ଗଲକୁ ନେବା ପାଇଁ ବ୍ୟବସ୍ଥା କରିବା ବେଳେ ତାକୁ ନେଇ ସେ ଅମଙ୍ଗ ହେଉଥିଲା ବୋଲି ସେ କହିଛନ୍ତି । ତେଣୁ ‘‘ଟଙ୍କା ନେଇ କାହିଁକି ହଇରାଣ କଲୁ?’’ ବୋଲି କହି ଯୁବକ ତାଙ୍କୁ ବାରମ୍ବାର ପଚାରିବାରୁ ସେ ଦୁହିଁଙ୍କ ମଧ୍ୟରେ ଝଗଡା ଓ ଠେଲାପେଲା ହୋଇଥିଲା ବୋଲି କହିଛନ୍ତି ଯୁବକ ।
ସ୍ଥାନୀୟ ଲୋକେ ଯୁବତୀକୁ ପଚାରିବାରୁ ସେ କହିଥିଲା ଯେ ଯୁବକ ଜଣଙ୍କ ତାଙ୍କୁ ଅନେକ ଥର ନେଇଛନ୍ତି । ‘‘ହେଲେ ଗତ କାଲି ବୁକିଂ ଅଧିକା ଟଙ୍କାରେ ଥିବାରୁ ମୁଁ ତା’ କଥା ଭୁଲିଯାଇଥିଲି । ଏବେ ମୁଁ ରାଜି ହେଉଥିବା ବେଳେ ତା’ର ଅସୁବିଧା ଅଛି । ତେଣୁ ମୋତେ କହୁଛି ଟଙ୍କା ଫେରା,’’ କହିଥିଲେ ଯୁବତୀ ।
ଏହା ବି ପଢ଼ନ୍ତୁ | ଝିଅକୁ ଅନଲାଇନ୍ କ୍ଲାସ୍ ପାଇଁ ବାପା ନିଜ ଫୋନ୍ ଦେଇଥିଲେ; ସେଥିରୁ ଅନ୍ୟ ଜଣେ ମହିଳାଙ୍କ ସହ ତାଙ୍କ ସମ୍ପର୍କ ଧରାପଡ଼ିଗଲା
ଏହି ଘଟଣା ବିଷୟରେ ସ୍ଥାନୀୟ ଲୋକେ ପୋଲିସକୁ ଫୋନ କରି ଜଣାଇବା ପରେ ଉଭୟ ଯୁବକ ଓ ଯୁବତୀ ଭୟଭୀତ ହୋଇ ତୁରନ୍ତ ସେଠାରୁ ଫେରାର ହୋଇଯାଇଥିଲେ ।
ଗତ କିଛି ଦିନ ଧରି ପୁରୀ ସହରରେ ପେଣ୍ଠକଟା ଠାରୁ ଆରମ୍ଭ କରି ସମୁଦ୍ର କୂଳ ଅଞ୍ଚଳର ହୋଟେଲଗୁଡ଼ିକରେ ଅବାଧରେ ସେକ୍ସ ବେପାର ଚାଲୁଥିବା ଦେଖାଯାଉଛି । ଦେହଜୀବୀମାନେ ଫେସବୁକ ଓ ହ୍ୱାଟସଆପ ଆଦିରେ ଯୋଗାଯୋଗ କରି ଅନଲାଇନ ପେମେଣ୍ଟ ନେଇ ଚଲାଇଛନ୍ତି ଏହି ବ୍ୟବସାୟ । ଏହା ଉପରେ ଅଙ୍କୁଶ ଲଗାଇବାକୁ ସାଧାରଣରେ ଦାବି ହେଉଛି ।