ନୂଆ ବର୍ଷ ପାଇଁ ଭୁବନେଶ୍ବର ଆସୁଛନ୍ତି ବେଶ୍‌ କିଛି ଦେହଜୀବୀ ଯୁବତୀ; ପୋଲିସ୍ ସତର୍କ

ଖଣ୍ଡଗିରି ଏମ୍ସ୍ ନଗରୀର ଏକ ହୋଟେଲରୁ ଛଅ ଜଣ ହାଇପ୍ରୋଫାଇଲ୍ ଦେହଜୀବୀ ଧରା ପଡି଼ବା ପରେ ସାମ୍ନାକୁ ଆସିଛି ସଙ୍ଘଟିତ ସେକ୍ସ ରାକେଟ। ପୋଲିସ୍ ତଦନ୍ତରୁ ଦେହ ବ୍ୟବସାୟ ସମ୍ପର୍କରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।

ନୂଆ ବର୍ଷ ପାଇଁ ଭୁବନେଶ୍ବର ଆସୁଛନ୍ତି ବେଶ୍‌ କିଛି ଦେହଜୀବୀ ଯୁବତୀ; ପୋଲିସ୍ ସତର୍କ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: December 7, 2019, 12:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ୱର: ଓଡ଼ିଶାବାସୀ ନୂଆ ବର୍ଷ ସେଲିବ୍ରେଶନ୍‌ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏବେ ଭୁବନେଶ୍ବରରକୁ ଆସୁଛନ୍ତି ବେଶ୍‌ କିଛି ଦେହଜୀବୀ ଯୁବତୀ । ଖଣ୍ଡଗିରି ଏମ୍‌ସ୍‌ ନଗରୀର ଏକ ହୋଟେଲରୁ ନିକଟରେ ଛଅ ଜଣ ହାଇପ୍ରୋଫାଇଲ୍ ଦେହଜୀବୀ ଧରା ପଡି଼ବା ପରେ ଏ କଥା ସାମ୍ନାକୁ ଆସିଛି । ତଦନ୍ତ ଯେତେ ଆଗଉଛି, ଦେହ ବ୍ୟବସାୟ ସମ୍ପର୍କରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।

ପୋଲିସ ସୁତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଗତ ସପ୍ତାହେ ହେଲା କିଛି ଦେହଜୀବୀ ଯୁବତୀ କୋଲକାତାରୁ ଭୁବନେଶ୍ବର ଆସିଥିଲେ । ଏମ୍‌ସ୍‌ ନଗରୀରେ ଥିବା ଏକ ହୋଟେଲରେ ସେମାନଙ୍କ ପାଇଁ ବୁକ୍‌ ହୋଇଥିଲା ତିନିଟି ରୁମ୍‌ । ଯୁବତୀମାନଙ୍କ ସହ କୋଲକାତାରୁ ଆସିଥିଲେ ଦୁଇ ଦେହ ଦଲାଲ୍‌ – ମହମ୍ମଦ ନିହାର ଏବଂ ମହମ୍ମଦ ସେହେବାଜ୍ । ଉଭୟଙ୍କ ଘର ବି କୋଲକାତାରେ ।

କୋଲକାତାରେ ରହି ଭୁବନେଶ୍ବରର ମିଡିଲ୍‌ମ୍ୟାନ୍‌ ମୁନ୍ନା ଓରଫ ହୁସେନ ଖାନ୍ ସହ ସେମାନେ ଯୋଗାଯୋଗ କରୁଥିଲେ । ମୁନ୍ନା ଡିଲ୍‌ କରିବା ପରେ ଭୁବନେଶ୍ବରେ ବୁକ୍ ହେଉଥିଲା ହୋଟେଲ ।

ଗୋଟିଏ ରାତିରେ ୭୦ରୁ ୮୦ ହଜାର ଟଙ୍କାର ବେପାର

ତଦନ୍ତ ବେଳେ ଦେହଜୀବୀଙ୍କ ଠାରୁ ମିଳିଛି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ । ରାତିକ ପାଇଁ ସାତ ହଜାରରୁ 15 ହଜାର ଟଙ୍କା ପର୍ଯ୍ୟନ୍ତ ଗ୍ରାହକଙ୍କ ସହ ଦେହଜୀବୀଙ୍କ ଡିଲ୍‌ ହୁଏ । ଏସ୍‌କର୍ଟ୍‌ରେ ବି ଦେହଜୀବୀଙ୍କୁ ଗ୍ରାହକମାନେ ବାହାରକୁ ନେଇ ଯାଉଥିବା ପୋଲିସ କହିଛି । ଏସବୁ କାରବାର ହେଉଥିଲା ହ୍ବାଟ୍‌ସ୍‌ଆପ୍‌ରେ, ଯାହାର ସୁରାକ ପାଇବା ଥିଲା ପୋଲିସ ପାଇଁ କଷ୍ଟକର । ଗୋଟିଏ ଗୋଟିଏ ରାତିରେ ୭୦ରୁ ୮୦ ହଜାର ଟଙ୍କାର ବେପାର ହେଉଥିଲା । ବେପାରର ୩୦ ପ୍ରତିଶତ ଦେହଜୀବୀ ନେଉଥିବା ବେଳେ, ବାକି ଟଙ୍କା ଦଲାଲଙ୍କ ପକେଟକୁ ଯାଏ ।

ନିକଟରେ ଏକ ହୋଟେଲରୁ ଧରା ପଡି଼ଥିବା ଜଣେ ହାଇପ୍ରୋଫାଇଲ୍ ଦେହଜୀବୀ


ଦେହ ଦଲାଲ ମାଣ୍ଟରମାଇଣ୍ଡ ମୁନ୍ନା ଓରଫ ହୁସେନ ଖାନ୍‌ର ଘର ଖଣ୍ଡଗିରି ଥାନା ଅନ୍ତର୍ଗତ ଯଦୁପୁରରେ । ତା’ର ଇସାରାରେ ଚାଲୁଥିଲା ଏହି ହାଇପ୍ରୋଫାଇଲ ସେକ୍ସ୍‌ ରାକେଟ୍ । ଖଣ୍ଡିଗିରି, କୋଳଥିଆ, ଚନ୍ଦକା, ତମାଣ୍ଡୋ, ଡୁମୁଡୁମା, ଜାଗମରା, ବରମୁଣ୍ଡା, ସାଁପୁର, ଘାଟିକିଆ ଓ ପାତ୍ରପଡା ଏରିଆରେ ଚାଲିଥିଲା ମୁନ୍ନାର ଅପରେସନ୍‌ । ଇଞ୍ଜିନିୟର, ପ୍ରଫେସର, ପଥର ମାଫିଆ ଓ ବ୍ୟବସାୟୀ ଭଳି ଲୋକ ଥିଲେ ଗ୍ରାହକ । ହ୍ୱାଟ୍‌ସ୍‌ଆପ୍‌ରେ କଥାବାର୍ତ୍ତା, ଫଟୋ ଦିଆନିଆ ସରିବା ପରେ ହେଉଥିଲା ମୁଲଚାଲ ।

ଏସ୍‌କର୍ଟ୍‌ ପାଇଁ ଗ୍ରାହକଙ୍କ ସହ ଯୁବତୀ ଯାଆନ୍ତି ବାହାରକୁ । ଏଥିପାଇଁ ଯୁବତୀଙ୍କ ପାଇଁ ଏକ କାର୍‌ ବି ରଖିଥିଲା ମୁନ୍ନା । ସେହି କାର୍‌ରେ ଗ୍ରାହକଙ୍କ ପାଖକୁ ଯୁବତୀମାନଙ୍କୁ ନେବା ଆଣିବା କରେ ମୁନ୍ନା । ଘଟଣା ଦିନ ରେଡ୍ ବେଳେ ପୋଲିସ ହାତରୁ ଖସି ଗଲା ମୁନ୍ନା । ଏବେ ସେ ପୋଲିସ ପାଇଁ ୱାଣ୍ଟେଡ୍ ।

ଭୁବନେଶ୍ବରର ମିଡିଲମ୍ୟାନ୍ ମୁନ୍ନା ଓରଫ ହୁସେନ ଖାନ୍ । ତାକୁ ପୋଲିସ୍‌ ଖୋଜୁଛି ।


ରେଡ୍ ବେଳେ ଦେହଜୀବୀଙ୍କ ଠାରୁ ପୋଲିସ ଅନେକ ଆପତ୍ତି ଜନକ ସାମଗ୍ରୀ, ୧୦ରୁ ଅଧିକ ମୋବାଇଲ ଫୋନ୍‌, ଏୟାର ଟିକେଟ୍ ଏବଂ ଏକ ଡାଏରି ଜବତ କରିଛି । ତେବେ ବଡ଼ କଥା ହେଲା, ଯୁବତୀମାନଙ୍କ ନେଟ୍‌ୱାର୍କ ଲମ୍ବିଛି ମୁମ୍ବାଇ, ଦିଲ୍ଲୀ ଓ ଚଣ୍ଡିଗଡ଼ରୁ ଭୁବନେଶ୍ବରକୁ । ଏଥି ସହ ବିଦେଶକୁ ମଧ୍ୟ ଦେହ ବ୍ୟବସାୟ ପାଇଁ ଏଇ ଯୁବତୀମାନେ ଯାଉଥିବା ବିଷୟରେ ତଥ୍ୟ ପୋଲିସକୁ ମିଳିଛି ।

ଡାଏରି ଖୋଲିବ ଗୁମର

ଦଲାଲ୍‌ଙ୍କ ନିକଟରୁ ପୋଲିସ ଜବତ କରିଛି ଏକ ଡାଏରି । ଡାଏରିରୁ ମିଳିଛି ସେକ୍ସ ରାକେଟ୍‌ ବିଷୟରେ ଆଉ କିଛି ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ । ଆଗକୁ ନୂଆ ବର୍ଷ ଥିବାରୁ ଆଉ କିଛି ଦେହ ବ୍ୟବସାୟୀଙ୍କୁ ଭୁବନେଶ୍ବରକୁ ଆଣିବାର ପ୍ଲାନ୍‌ କରିଥିଲା ମୁନ୍ନା । ଏଥି ପାଇଁ ରାଜ୍ୟ ବାହାରର ଅନେକ ଦେହ ଦଲାଲ୍‌ଙ୍କ ସହ ହ୍ୱାଟ୍‌ସ୍‌ଆପ୍‌ରେ ଯୋଗସୁତ୍ର ରଖିଥିଲା ସେ । ଏସବୁ ତଥ୍ୟ ଜବତ ଡାଏରିରୁ ମିଳିଥିବା ଜଣାପଡିଛି ।

ବିଦେଶ କନେକ୍ସନ୍: ବାପୁଜୀ ନଗରର ଏକ ସ୍ପାରେ ଥାଇଲାଣ୍ଡରୁ ଆସିଥିବା ଆଠ ଜଣ ଦେହଜୀବୀ ଧରାପଡ଼ିଥିଲେ । (ଫାଇଲ୍ ଫଟୋ)


କାହିଁକି ଭୁବନେଶ୍ବର

ଓଡ଼ିଶା ରାଜଧାନୀ କ୍ରମାଗତଭାବେ ବଢିଚାଲିଛି । ଜନସଂଖ୍ୟା ବି ବଢୁଛି । ଏଠି ଦ୍ରୁତ ଗତିରେ ଏଜୁକେସନ ଇନଷ୍ଟିଚ୍ୟୁଟ୍‌, ପ୍ରାଇଭେଟ୍ ହସ୍ପିଟାଲ, ସଫ୍ଟୱେର କମ୍ପାନୀ, ମଲ୍ ଓ ଆପାର୍ଟମେଣ୍ଚ ଆଦିର ସଂଖ୍ୟା ବଢ଼ିଚାଲିଛି । ଆନ୍ତର୍ଜାତୀୟ ବିମାନ ବନ୍ଦର ଆରମ୍ଭ ହୋଇଯିବା ପରେ ବଢିଛି ଭୁବନେଶ୍ବରର ଡିମାଣ୍ଡ୍‌ । ସ୍ମାର୍ଟ ସିଟି ହେବା ପରେ ବଦଳିଛି ଦେହ ବ୍ୟବସାୟର ଟେକ୍‌ନିକ୍ ।

ପୂର୍ବରୁ ସ୍ଥାନୀୟ ଦେହଜୀବୀ ଏ ବ୍ୟବସାୟରେ ଲିପ୍ତ ଥିଲେ ଏବଂ କୋଲକାତାରୁ ବିମାନରେ ଆସୁଥିଲେ ଦେହଜୀବୀ । ହେଲେ ଏବେ ଥାଇଲାଣ୍ଡ୍‌ ଏବଂ କିର୍ଗିଜ୍‌ସ୍ଥାନ୍‌ରୁ ଦେହଜୀବୀ ଆସୁଥିବାର ଉଦାହରଣ ରହିଛି । ପୂର୍ବରୁ ମୁଖ୍ୟତଃ ଗେଷ୍ଟ୍‌ହାଉସ୍‌ ଓ ବ୍ୟୁଟି ପାର୍ଲରରେ ଚାଲିଥିଲା ଦେହ ବ୍ୟବସାୟ । ହେଲେ ବାରମ୍ବାର ପୋଲିସ ରେଡ୍‌ ପରେ ଏବେ ହୋଟେଲ ଏବଂ ଆପାର୍ଟମେଣ୍ଟ୍‌ରେ ଏହା ଚାଲିଛି । ପୋଲିସ ପାଇଁ ସେକ୍ସ ରାକେଟ୍ର ପର୍ଦାଫାସ୍‌ କରିବା ହୋଇପଡ଼ିଛି କଷ୍ଟକର ।
First published: December 7, 2019, 12:08 PM IST
corona virus btn
corona virus btn
Loading