CMଙ୍କ ପାଖରେ ଅଛି ପୁରୁଣା ମଡେଲ୍ ଆମ୍ବାସାଡାର; ପ୍ରୀତିରଞ୍ଜନ ଓ ରୀତାଙ୍କର ନାହିଁ ୪ଚକିଆ ଗାଡ଼ି

ପ୍ରକାଶ ପାଇଥିବା ତାଲିକା ଅନୁଯାୟୀ ନବୀନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ପ୍ରାୟ ୬୪ କୋଟି ୮୯ ହଜାର ୨୨୦ ଟଙ୍କା। ତାଙ୍କ ପାଖରେ କେବଳ ପୁରୁଣା ମଡେଲର ଏକ ଆମ୍ବାସାଡାର ଅଛି ।

ପ୍ରକାଶ ପାଇଲା ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା

ପ୍ରକାଶ ପାଇଲା ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ପ୍ରକାଶ ପାଇଲା ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା । ୨୦୨୧ର ସମସ୍ତ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ୱେଟସାଇଟ୍‌ରେ ସମ୍ପତ୍ତି ତାଲିକା ଉପଲବ୍ଧ ରହିଛି । ଯେଉଁଥିରେ ମନ୍ତ୍ରୀଙ୍କ ସ୍ଥାବର ଓ ଅସ୍ଥାବର ତାଲିକା ରହିଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି।

ନୂଆ ସମ୍ପତ୍ତି ତାଲିକା ଅନୁଯାୟୀ  ଭୁବନେଶ୍ବର ନବୀନ ନିବାସରେ ଥିବା କୋଠା ଓ ଜମିରେ ମୁଖ୍ୟମନ୍ତ୍ରୀଙ୍କର ଦୁଇ ତୃତୀୟାଂଶ ଅଂଶ ରହିଛି। ଯାହାର ଆନୁମାନିକ ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ୧୯୦ ଟଙ୍କା। ଦିଲ୍ଲୀର ଏ.ପି.ଜେ ଅବଦୁଲ କାଲାମ୍ ରୋଡ଼ରେ ଥିବା ଜମି ଓ କୋଠାରୁ ନବୀନଙ୍କ ଭାଗରେ ପଡ଼ୁଥିବା ୫୦% ଅଂଶର ମୂଲ୍ୟ ୪୩ କୋଟି ୩୬ ଲକ୍ଷ ୧୮ ହଜାର ଟଙ୍କା।

ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗାଡ଼ି ହିସାବରେ ୧୯୮୦ ମଡେଲର ଗୋଟିଏ ପୁରୁଣା ମଡେଲ୍ ଆମ୍ବାସାଡାର କାରଟିଏ ରହିଛି, ଯାହାର ମୂଲ୍ୟ ମାତ୍ର ୬ ହଜାର ୪୩୪ ଟଙ୍କା। ନବୀନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ପ୍ରାୟ ୬୪ କୋଟି ଟଙ୍କା କୋଟି ୮୯ ହଜାର ୨୨୦ ଟଙ୍କା।

ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଜନପଥ ବ୍ୟାଙ୍କରେ ୭୨ ଲକ୍ଷ ୮ ହଜାର ୯୩ ଟଙ୍କା ରହିଛି। ସେହିପରି ଭୁବନେଶ୍ୱର ଷ୍ଟେଟ୍ ବ୍ୟାଙ୍କରେ ୨୧ ଲକ୍ଷ ୭୧ ହଜାର ଟଙ୍କା ରହିଛି।

ସେହିଭଳି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ପାଖରେ ଏକ ଇନୋଭା କାର ଥିବା ତାଲିକାରୁ ଜଣାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି। ସ୍ୱାସ୍ଥ୍ୟ ପତ୍ନୀଙ୍କ ନାଁରେ ୬୫ଟି ଗାଡ଼ି ରହିଛି।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ପୂର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ନାଁରେ କୌଣସି ଚାରି ଚକିଆ ଗାଡ଼ି ନଥିବା ଦର୍ଶାଯାଇଛି।
Published by:Soumya Das
First published: