ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଏଣିକି ସରକାରୀ ପଦୋନ୍ନତିରେ ଚ଼ଳିବନି ବଡ଼ ବାବୁଙ୍କ ମନମାନି; ଆରମ୍ଭ ହେଲା ପ୍ରମୋସନ ଅଦାଲତ

ଏଣିକି ସରକାରୀ ପଦୋନ୍ନତିରେ ଚ଼ଳିବନି ବଡ଼ ବାବୁଙ୍କ ମନମାନି; ଆରମ୍ଭ ହେଲା ପ୍ରମୋସନ ଅଦାଲତ

ଉପରିସ୍ଥ ଅଧିକାରୀଙ୍କ ଅସହଯୋଗ ଅଥବା ଅନ୍ୟ କୌଣସି କାରଣରୁ ପ୍ରମୋସନରୁ ବଞ୍ଚିତ ହୋଇଥିବା ସରକାରୀ କର୍ମଚ଼ାରୀଙ୍କ ପାଇଁ ପ୍ରଥମ କରି ଏଭଳି ଏକ ଅଦାଲତ ର ବ୍ୟବସ୍ତା କରିଛନ୍ତି ରାଜ୍ୟ ସରକାର ।

ଏଣିକି ସରକାରୀ ପଦୋନ୍ନତିରେ ଚ଼ଳିବନି ବଡ଼ ବାବୁଙ୍କ ମନମାନି; ଆରମ୍ଭ ହେଲା ପ୍ରମୋସନ ଅଦାଲତ
ପଦୋନ୍ନତି ଅଦାଲତର ଏକ ଦୃଶ୍ୟ
  • News18 Odia
  • Last Updated: January 28, 2020, 3:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସରକାରୀ କର୍ମଚ଼ାରୀଙ୍କ ପଦୋନ୍ନତି ବ୍ୟବସ୍ଥାକୁ ତ୍ୱରିତ କରିବା ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ପ୍ରମୋସନ ଅଦାଲତ ବା  ପଦୋନ୍ନତି ଅଦାଲତ। ମୁଖ୍ୟତଃ କୌଣସି କାରଣରୁ ଅଟକି ରହିଥିବା ପଦୋନ୍ନତିକୁ କ୍ରିୟାଶୀଳ କରିବା ଲକ୍ଷ୍ୟରେ ଏଭଳି ଏକ ବ୍ୟବସ୍ଥା ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

ଆଜିଠାରୁ ଠାରୁ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥାର ପ୍ରଥମ  ପର୍ଯ୍ୟାୟରେ ଶୁଣାଣି  ତିନି ଦିନ ଧରି ଚାଲିବ ।  ପ୍ରଥମ ଦିନରେ ସମସ୍ତ  ଅଭିଯୋଗର ଶୁଣାଣି ଏକାଥରେ ଛଅଟି ଜାଗାରେ ଆରମ୍ଭ ହୋଇଛି ।

ଉପରିସ୍ଥ ଅଧିକାରୀଙ୍କ ଅସହଯୋଗ ଅଥବା ଅନ୍ୟ କୌଣସି କାରଣରୁ ପ୍ରମୋସନରୁ ବଞ୍ଚିତ ହୋଇଥିବା ସରକାରୀ କର୍ମଚ଼ାରୀଙ୍କ ପାଇଁ ପ୍ରଥମ କରି ଏଭଳି ଏକ ଅଦାଲତ ର ବ୍ୟବସ୍ତା କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଅଦାଲତରେ ଅଭିଯୋଗ ରଖିବା ପାଇଁ ଏ ପର୍ଯ୍ୟନ୍ତ ମୋଟ ୮,୯୦୯ଟି ଅଭିଯୋଗ ଭିତରୁ ପ୍ରଥମ ପର୍ଯ୍ୟାୟରେ  ୨,୨୭୩ଟି ଅଭିଯୋଗର ଶୁଣାଣି କରାଯାଉଛି।

‘‘ପ୍ରଥମ ଦିନରେ ଏକାଥରକେ ଛଅଟି ସ୍ଥାନରେ ଅଭିଯୋଗର ଶୁଣାଣି ଆରମ୍ଭ ହୋଇଛି । ଆଜି, ଆସନ୍ତା କାଲି ଓ ଆସନ୍ତା ୩୧ ତାରିଖ ତିନି ଦିନ ଶୁଣାଣି ହେବ । ସମସ୍ତ ଅଭିଯୋଗକାରୀ ବ୍ୟକ୍ତିଗତଭାବେ ହାଜିର ହୋଇ ଅଭିଯୋଗ ରଖୁଛନ୍ତି । ସେମାନଙ୍କୁ ପଠାଯାଇଥିବା ଅନୁମତି ଚିଠା ବା ଅନଲାଇନ ରେ ପଠାଯାଇଥିବା ପତ୍ର ଦାଖଲ କରି ଅଭିଯୋଗ ରଖିବା ପାଇଁ ସେମାନଙ୍କୁ ସୁଯୋଗ ଦିଆଯାଉଛି,’’ କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

କେବଳ ପ୍ରମୋସନ ପାଇଁ ଆଶାୟୀ ଆବେଦନକାରୀ ହିଁ  ନିଜେ ଅଦାଲତରେ ଉପସ୍ଥିତ ରହି ନିଜ ପକ୍ଷ ରଖିପାରିବେ। କୌଣସି ଓକିଲ କିମ୍ବା ମଧ୍ୟସ୍ଥିଙ୍କ ଜରିଆରେ ସେମାନେ ଅଭିଯୋଗ ରଖିପାରିବେ ନାହିଁ ।

ପ୍ରଥମ ପର୍ଯ୍ୟାୟରେ ଆଜି ଦିନ ତମାମ ଓ ପରେ ଦୁଇ ଦିନ ଅଭିଯୋଗର ଶୁଣାଣି ହେବାକୁ ଥିବା ବେଳେ ଫେବୃଆରୀ ଶେଷ ସପ୍ତାହ ଅର୍ଥାତ ଫେବୃଆରୀ ୨୭, ୨୮ ଓ ୨୯ ତାରିଖ ତିନି ଦିନ ଧରି ଦ୍ୱିତୀୟ ପର୍ଯ୍ୟାୟରେ ଶୁଣାଣି ହେବ। ଆଜି ପ୍ରଥମ ଦିନରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ ବିଭାଗର ଅନ୍ୟ ପାଞ୍ଚ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶୁଣାଣି କରୁଛନ୍ତି।

ମୁଖ୍ୟ ମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରଥମ ଦିନର ପ୍ରଥମ ଭାଗରେ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ ବିଭାଗର ଶୁଣାଣି କରିଛନ୍ତି ନିଜେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ। ସେହିଭଳି ଦ୍ଵିତୀୟ ଭାଗରେ ଯୋଜନା ଓ ସଂଯୋଜନା ବିଭାଗର ଶୁଣାଣୀ ହୋଇଛି।

‘‘୨୦୧୭ ଅକ୍ଟୋବରରୁ ମୋ ପଦୋନ୍ନତି ଅଟକିଛି । ଆଜି ଅଦାଲତରେ ଅଭିଯୋଗ ରଖିଛି। ଆଶା କରୁଛି ମୋତେ ନ୍ୟାୟ ମିଳିବ,’’ ଅଦାଲତରେ ଅଭିଯୋଗ କରିବା ପରେ କେନ୍ଦୁଝର ଘଟଗାଁ ସବ-ରେଜିଷ୍ଟ୍ର ଅଫିସର ଜୁନିୟର କିରାଣୀ ପଦ୍ମିନୀ ଆପଟ କହିଛନ୍ତି ।
First published: January 28, 2020, 3:02 PM IST