ମା' ହେଲେ ଏସିଡ଼ ପୀଡ଼ିତା ପ୍ରମୋଦିନୀ; ଘରକୁ ଆସିଲା ପୁତ୍ର ସନ୍ତାନ

ଗର୍ଭଧାରଣ ସମୟରେ ଗୋଟିଏ ଆଖି ଖରାପ ହୋଇଯାଇଥିଲା, ତଥାପି ପଛକୁ ହଟି ନଥିଲେ ସେ। ଆଜି ଏକ ନୂଆ ଜୀବନକୁ ସ୍ୱାଗତ କରିଛନ୍ତି ପ୍ରମୋଦିନୀ।

ଘରକୁ ଆସିଲା ପୁତ୍ର ସନ୍ତାନ

ଘରକୁ ଆସିଲା ପୁତ୍ର ସନ୍ତାନ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କଟକ: ଏସିଡ଼ ପୀଡିତା ପ୍ରମୋଦିନୀ ରାଉଳ ଓ ସ୍ୱାମୀ ସରୋଜ ସାହୁ ସେମାନଙ୍କ ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି। ପ୍ରମୋଦିନୀ ଏକ ସୁନ୍ଦର ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଯାହାର ଫଟୋ ସରୋଜ ନିଜ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ଏକ ସୁନ୍ଦର କ୍ୟାପସନ ସହ ସେ ଶିଶୁ ପୁତ୍ରକୁ ଦୁନିଆକୁ ସ୍ୱାଗତ କରିଛନ୍ତି।

କଟକରେ ଆଜି ସକାଳେ ଶିଶୁ ପୁତ୍ରଟି ଜନ୍ମ ହୋଇଥିଲା। ସରୋଜ ନିଜ ପତ୍ନୀ ଓ ପୁଅଙ୍କ ସହ ଫଟୋ ସେୟାର କରି ଲେଖିଛନ୍ତି, ମା ହେଉଛି ପୁଅର ପ୍ରଥମ ଭଗବାନ। ସମସ୍ତଙ୍କୁ କିପରି ସ୍ନେହ ଓ ପ୍ରେମ ପ୍ରଦାନ କରାଯିବ ତାହା ମା ହିଁ ଶିଖାଇଥାଏ। ଏହି ଖବରକୁ ନେଇ ପରିବାର ଓ ସମ୍ପର୍କୀୟଙ୍କ ଭିତରେ ଖେଳି ଯାଇଛି ଖୁସିର ଲହରୀ। ପରେ ଖବର ଜାଣିବା ପରେ ସୋସିଆଲ ମିଡ଼ିଆରେ ସରୋଜ ଓ ପ୍ରମୋଦିନୀଙ୍କୁ ଛୁଟିଥିଲା ଶୁଭେଚ୍ଛାର ସୁଅ।

ପୁତ୍ର ସନ୍ତାନ ଜନ୍ମ ପରେ ଏସିଡ୍ ଆକ୍ରମଣ ଯୋଗୁ ହରାଇଥିବା ଆତ୍ମବିଶ୍ୱାସ ପୁଣି ଫେରିଆସିଛି। ବଞ୍ଚିବା ପାଇଁ ନୂଆ ଆଶା ସଞ୍ଚାରିଛି। ଯାହା ଏବେ ଦ୍ବିଗୁଣିତ ହୋଇଯାଇଛି। ୧୭ ଜାନୁଆରୀ ୨୦୨୩ରେ ପ୍ରମୋଦିନୀ ରାଉଳ ସୋସିଆଲ ମିଡ଼ିଆରେ ନିଜ ପ୍ରେଗନାନ୍ସି ବାବଦରେ ଏକ ଫଟୋ ସେୟାର କରିଥିଲେ। ଯାହା ପରେ ତାଙ୍କୁ ଅନେକ ଶୁଭେଚ୍ଛା ମଧ୍ୟ ଆସିଥିଲା। କିନ୍ତୁ ଦୁଃଖର କଥା ଗର୍ଭଧାରଣ ପାଇଁ ତାଙ୍କ ଗୋଟେ ପାଖ ଆଖି ଖରାପ ହୋଇଯାଇଥିଲା। ଯେଉଁଥିପାଇଁ ତାଙ୍କୁ ଜରୁରୀକାଳୀନ ଅପରେସନ ମଧ୍ୟ କରିବାକୁ ପଡିଥିଲା। ଅନେକ ସଂଘର୍ଷ ଭିତରେ ଆଜି ସେ ଏକ ଖୁସି ଖବର ଦେଇଛନ୍ତି। ସୋସିଆଲ ମିଡ଼ିଆ ପ୍ରମୋଦିନୀ ଓ ସରୋଜଙ୍କ ନିଚ୍ଛକ ପ୍ରେମ କାହାଣୀକୁ ଦର୍ଶକମାନେ ବେଶ ପସନ୍ଦ କରନ୍ତି।



ସୂଚନାଯୋଗ୍ୟ, ୨୦୦୯ ଏପ୍ରିଲ ୧୮ ତାରିଖରେ ପ୍ରମୋଦିନୀ ଏସିଡ ଆକ୍ରମଣର ଶିକାର ହେବାପରେ ତାଙ୍କୁ କଟକସ୍ଥିତ ବଡ ମେଡିକାଲରେ ଚିକିତ୍ସା କରାଯାଇଥିଲା । ସେଠାରୁ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ କୋମାରେ ରହିଥିଲେ ଓ ପରେ ଧୀରେ ଧୀରେ ସୁସ୍ଥ ହୋଇଥିଲେ । ୨୦୧୬ ମସିହାରେ ପ୍ରମୋଦିନୀଙ୍କର ସରୋଜଙ୍କ ସହ ଭେଟ ହେବା ପରେ ପ୍ରମୋଦିନୀଙ୍କ ଆଉ ଅବଶିଷ୍ଟ ଚିକିତ୍ସାର ଦାୟିତ୍ୱ ନେଇଥିଲେ ସରୋଜ । ପରେ ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ୨୦୨୧ ମାର୍ଚ୍ଚ ମାସରେ ଦୁହେଁ ଜଗତସିଂହପୁର ବାସଭବନରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।
Published by:Soumya Das
First published: