ରତ୍ନସିଂହାସନରେ ଦର୍ଶନ କରିବେ କି ଫରେନର ? ରାଜ୍ୟପାଳ କହିଲେ ଏମିତି...

ଶ୍ରୀମନ୍ଦିର ପ୍ରବେଶ ଓ ରତ୍ନ ସିଂହାସନରେ ଶ୍ରୀଜୀଉଙ୍କ ଦର୍ଶନ କରିବାର ସୌଭାଗ୍ୟ ବିଦେଶୀ ଶ୍ରଦ୍ଧାଳୁଙ୍କୁ ମିଳୁ ବୋଲି ପ୍ରସ୍ତାବ ରଖିଛନ୍ତି ରାଜ୍ୟପାଳ ।

ରତ୍ନସିଂହାସନରେ ଦର୍ଶନ କରିବେ କି ଫରେନର ? ରାଜ୍ୟପାଳ କହିଲେ ଏମିତି...

ରତ୍ନସିଂହାସନରେ ଦର୍ଶନ କରିବେ କି ଫରେନର ? ରାଜ୍ୟପାଳ କହିଲେ ଏମିତି...

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ଭୁବନେଶ୍ୱର; ବିଦେଶୀଙ୍କ ( foreigner ) ପାଇଁ ଭାବବିହ୍ୟୁଳ ହେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ( professor ganeshi lal ) । ଶ୍ରୀମନ୍ଦିର ପ୍ରବେଶ ଓ ରତ୍ନ ସିଂହାସନରେ ଶ୍ରୀଜୀଉଙ୍କ ଦର୍ଶନ କରିବାର ସୌଭାଗ୍ୟ ବିଦେଶୀ ଶ୍ରଦ୍ଧାଳୁଙ୍କୁ ମିଳୁ ବୋଲି ପ୍ରସ୍ତାବ ରଖିଛନ୍ତି ରାଜ୍ୟପାଳ । କ୍ୟାମେରା ସାମ୍ନାରେ ରାଜ୍ୟପାଳ କହିଥିବା ଏପରି କିଛି କଥାକୁ ନେଇ ଆଲୋଚନା ଆରମ୍ଭ ହୋଇଛି ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି ଯେ, ଓଡ଼ିଶା ସହ ମୁଁ ଜଡ଼ିତ ହୋଇଥିବାରୁ ସେବାୟତ, ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜଙ୍କୁ ଏ ବିଷୟରେ ଚିନ୍ତା କରିବା ପାଇଁ ନିବେଦନ କରୁଛି । ଚକାନୟନ ସହିତ ପ୍ରତିଟି ଭକ୍ତର ନୟନ ମିଶିବା ଉଚିତ ବୋଲି ରାଜ୍ୟପାଳ ଆଶା ପ୍ରକଟ କରିଛନ୍ତି ।

ଜଗନ୍ନାଥଙ୍କ ତତ୍ୱ ଯଦି ବିଶ୍ୱରେ ଅଧିକ ପରିବ୍ୟାପ୍ତ ହେବାରେ ଅଛି ତାହାଲେ ବିଦେଶୀଙ୍କୁ ମଧ୍ୟ ଦର୍ଶନ କରିବାର ଅନୁମତି ମିଳୁ । ଗୋଟିଏ ପଟେ ପଥା, ପରମ୍ପରା ଯୁଗ ଯୁଗରୁ ରହିଆସିଛି । ହିନ୍ଦୁ ଧର୍ମ, ପରମ୍ପରା ଖୁବ୍ ଭିନ୍ନ । ଅନ୍ୟ କୌଣସି ଧର୍ମର ଲୋକେ ଜଗନ୍ନାଥଙ୍କୁ ରତ୍ନ ସିଂହାସନରେ ଦର୍ଶନ କରିପାରିବେ ନାହିଁ ବୋଲି ପୂର୍ବରୁ ପ୍ରଥା ରହି ଆସିଛି । ଯେଉଁ ଭକ୍ତମାନେ ମନ୍ଦିର ଭିତରେ ରତ୍ନ ସିଂହାସନରେ ଦର୍ଶନ କରିପାରନ୍ତି ନାହିଁ ସେମାନଙ୍କ ପାଇଁ ମହାପ୍ରଭୁ ନିଜେ ବର୍ଷକୁ ଥରେ ବଡ଼ ଦାଣ୍ଡକୁ ଓହ୍ଲାଇ ଆସନ୍ତି । ବଡ଼ଦାଣ୍ଡରେ ସମସ୍ତଙ୍କୁ ଦର୍ଶନ ଦେଇଥାନ୍ତି । କିନ୍ତୁ ଅନ୍ୟ ସମୟରେ ଆସୁଥିବା ଭକ୍ତମାନେ ମଧ୍ୟ ଜଗନ୍ନାଥଙ୍କୁ ଦେଖିବାର ସୁଯୋଗ ପାଆନ୍ତୁ ବୋଲି ବାର୍ତ୍ତା ଦେଇଛନ୍ତି ରାଜ୍ୟପାଳ ।

ରାଜ୍ୟପାଳଙ୍କ ଏପରି ବାର୍ତ୍ତାକୁ ନେଇ ବାଦବିବାଦ ବଢିବାର ସମ୍ଭାବନା ରହିଛି ବୋଲି କିଛି ବ୍ୟକ୍ତି ମତ ପ୍ରକାଶ କରିଛନ୍ତି । ଯଦି ଅଜାଣତରେ ଅନ୍ୟ ଧର୍ମର ଲୋକ ଶ୍ରୀମନ୍ଦିରର ୨୨ ପାହାଚ ଦେଇ ଭିତରକୁ ପସିଯାଉଛି । ତାହାଲେ ଶ୍ରୀମନ୍ଦିର ମାରା ହୋଇଗଲା ବୋଲି ବିବେଚନା କରାଯାଉଛି । ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହେଉଛି । ଭୋଗ ନଷ୍ଟ ହୋଇଯାଉଛି ।
ପୂର୍ବର ସାମାଜିକ ବ୍ୟବସ୍ଥାକୁ ନେଇ ଯେଉଁ ତତ୍ୱ ରହିଥିଲା ତାହା ସମୟର ପରିବର୍ତ୍ତନ ସହ ପରିବର୍ତ୍ତନ ହେବ କି ନାହିଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏକ ସମୟରେ ଦଳିତମାନଙ୍କୁ ମଧ୍ୟ ଶ୍ରୀ ମନ୍ଦିରକୁ ପ୍ରବେଶ କରାଇଦିଆଯାଉନଥିଲା । କିନ୍ତୁ ବର୍ତ୍ତମାନ ହିନ୍ଦୁ ଧର୍ମର ସମସ୍ତେ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି । ବର୍ତ୍ତମାନର ପ୍ରଶ୍ନ, ସବୁ ଧର୍ମର ଲୋକେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିବା ସମ୍ଭବପର ହେବ କି ? କେବଳ ରାଜ୍ୟପାଳ ନୁହନ୍ତି ଏହା ପୂର୍ବରୁ ମଧ୍ୟ ଅନେକ ଜଣ ଏ ବିଷୟରେ ଦାବି କରିଥିବା ନଜରକୁ ଆସିଛି । କିନ୍ତୁ ଏହାର ସମାଧାନ ହୋଇପାରିନି । ଧର୍ମ, ପରମ୍ପରା ଓ ବିଶ୍ୱାସ ହିଁ ଏହାର ବାଟକୁ ଓଗାଳିଥିବା କଥା କହି କିଛି ବ୍ୟକ୍ତି ଏ ସମ୍ପର୍କରେ ମତ ପ୍ରକାଶ କରିଛନ୍ତି ।

https://odia.news18.com/news/sport/suryakumar-yadav-to-be-part-of-third-odi-confirmed-6ssm-130123-ssm-147933.html
Published by:Soubhagya Mishra
First published: