ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭୋଟର ତାଲିକା ସଂଶୋଧନ ନେଇ ପ୍ରକ୍ରିୟା ଆରମ୍ଭ; ଆସନ୍ତା ୧୬ ତାରିଖ ସୁଦ୍ଧା ଆସିବ ତାଲିକା

ଭୋଟର ତାଲିକା ସଂଶୋଧନ ନେଇ ପ୍ରକ୍ରିୟା ଆରମ୍ଭ; ଆସନ୍ତା ୧୬ ତାରିଖ ସୁଦ୍ଧା ଆସିବ ତାଲିକା

ପଞ୍ଚାୟତ ନିର୍ବାଚନ ରାଜ୍ୟ ନିର୍ବାଚନ ଆୟୋଗ ଆଉ ପାଦେ ଆଗକୁ ବଢ଼ିଛନ୍ତି । ଭୋଟର ତାଲିକା ପ୍ରସ୍ତୁତି ନେଇ କମିଶନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ୱାର୍ଡ ସ୍ତରରେ ପ୍ରସ୍ତୁତ ହେବ ଭୋଟର ତାଲିକା। ୨୦୨୧ ନଭେମ୍ବର ୧ ସୁଦ୍ଧା ୧୮ ବର୍ଷ ପୂରଣ କରିଥିବା ଭୋଟର ତାଲିକାରେ ସାମିଲ ପାଇଁ ଆବେଦନ କରିପାରିବେ।

ଭୋଟର ତାଲିକା ସଂଶୋଧନ ନେଇ ପ୍ରକ୍ରିୟା ଆରମ୍ଭ; ଆସନ୍ତା ୧୬ ତାରିଖ ସୁଦ୍ଧା ଆସିବ ତାଲିକା
ଭୋଟର ତାଲିକା ସଂଶୋଧନ ନେଇ ପ୍ରକ୍ରିୟା ଆରମ୍ଭ
  • News18 Odia
  • Last Updated: November 9, 2021, 4:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ୱାର୍ଡ ସ୍ତରରେ ଭୋଟର ତାଲିକା ପ୍ରସ୍ତୁତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୧ ନଭେମ୍ବର ୧ ସୁଦ୍ଧା ୧୮ ବର୍ଷ ହୋଇଥିବା ବ୍ୟକ୍ତି ଯୋଗ୍ୟ ଭୋଟର ଭାବେ ଆବେଦନ କରି ପାରିବେ। ସମସ୍ତ ପ୍ରକ୍ରିୟା ସାରି ଡିସେମ୍ବର ୧୪ ସୁଦ୍ଧା ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରିବେ କମିଶନ।

ପଞ୍ଚାୟତ ନିର୍ବାଚନ ରାଜ୍ୟ ନିର୍ବାଚନ ଆୟୋଗ ଆଉ ପାଦେ ଆଗକୁ ବଢ଼ିଛନ୍ତି । ଭୋଟର ତାଲିକା ପ୍ରସ୍ତୁତି ନେଇ କମିଶନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ୱାର୍ଡ ସ୍ତରରେ ପ୍ରସ୍ତୁତ ହେବ ଭୋଟର ତାଲିକା। ୨୦୨୧ ନଭେମ୍ବର ୧ ସୁଦ୍ଧା ୧୮ ବର୍ଷ ପୂରଣ କରିଥିବା ଭୋଟର ତାଲିକାରେ ସାମିଲ ପାଇଁ ଆବେଦନ କରିପାରିବେ। କେବଳ ବାଲେଶ୍ଵର ଜିଲ୍ଲା ବାଦ ଅନ୍ୟ ସମସ୍ତ ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କରାଯିବ।

୧୬ ନଭେମ୍ବରରେ ସମସ୍ତ ଗ୍ରାମ ପଞ୍ଚାୟତରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ କରାଯିବ । କୌଣସି ଆପତ୍ତି ଓ ଅଭିଯୋଗ ଥିଲେ ୨୩ ତାରିଖ ମଧ୍ୟରେ ଇଲେକଟ୍ରୋରାଲ ରେଜିଷ୍ଟ୍ରର ଅଫିସର ନିକଟରେ ଅବଗତ କରିପାରିବେ। ନୂଆ ଭାବେ ସାମିଲ ପାଇଁ ଫର୍ମ ୧୬ ଓ ସଂଶୋଧନ ପାଇଁ ଫର୍ମ ୧୭ରେ ଆବେଦନ କରିପାରିବେ ଭୋଟର।

୨୦୨୧ ନଭେମ୍ବର ୧ ସୁଦ୍ଧା ୧୮ ବର୍ଷ ହୋଇଥିବା ବ୍ୟକ୍ତି ଯୋଗ୍ୟ ଭୋଟର ଭାବେ ଆବେଦନ କରି ପାରିବେ


୨୪ ରୁ ୨୬ ନଭେମ୍ବର ମଧ୍ୟରେ ନିଷ୍ପତ୍ତି କରିବେ ସମ୍ପୃକ୍ତ ଅଧିକାରୀ । ଚିଠା ଭୋଟର ତାଲିକାକୁ ନେଇ କିଛି ଅସନ୍ତୋଷ ଥିଲେ ୨୯ ରୁ ୩୦ ନଭେମ୍ବର ମଧ୍ୟରେ ବିଡ଼ିଓ ପାଖରେ ଦରଖାସ୍ତ ଆବେଦନ କରିପାରିବେ ।

ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି, " ଡିସେମ୍ବର ୧ ରୁ ୨ ତାରିଖ ମଧ୍ୟରେ ବିଡ଼ିଓ ଏହି ଅଭିଯୋଗର ଫଇସଲା କରିବେ । ଡିସେମ୍ବର ୪ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ସେହିପରି ଡିସେମ୍ବର ୬ରେ ଚୂଡାନ୍ତ ଭୋଟର ତାଲିକା କମିଶନଙ୍କ ନିକଟରେ ଦାଖଲ ହେବ।

୧୪ ତାରିଖ ସୁଦ୍ଧା ଚୂଡାନ୍ତ ଭୋଟର ତାଲିକା ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟକୁ ଆସିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ଭୋଟର ତାଲିକା ସଂଶୋଧନ ନେଇ କମିଶନ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ ପରେ ଗୁରୁତ୍ୱ ଦେଇଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ।

ଦୁଇଟି ଭୋଟର ତାଲିକା ବ୍ୟକ୍ତିଙ୍କୁ ଚିହ୍ନଟ କରି ତାଲିକା ସଂଶୋଧନ ପାଇଁ ଦାବି କରିଛି କଂଗ୍ରେସ। କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଯେଉଁ ଭୋଟରଙ୍କର ଦୁଇଟି ସ୍ଥାନରେ ନା ରହିଛି ଚିହ୍ନଟ କରି ବାଦ ଦିଆଯିବା ଆବଶ୍ୟକ ଅଛି। ଅନେକ ଭୋଟରଙ୍କ ଗାଁ ସହ ସହରରେ ଭୋଟର ତାଲିକାରେ ନା ରହିଛି। ସେମାନଙ୍କୁ ଚିହ୍ନଟ ପାଇଁ ଅନୁଧ୍ୟାନ କରାଯାଉ। କେବଳ ଫାର୍ସ ନ କରାଯାଇ ସଠିକ ଭାବେ ତାଲିକା ପ୍ରସ୍ତୁତ କରାଯାଉ।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, "ଭୋଟର ସଂଶୋଧନ ଆବଶ୍ୟକତା ଅଛି ତାକୁ ନେଇ କି ବିଏଲ ଓ ନିଯୁକ୍ତି କରାଯାଇଛି ସେମାନେ କାମ କରିବା ଆରମ୍ଭ କଲେଣି। ଭୋଟର ଲିଷ୍ଟ ସଂଶୋଧନ କରିବା ନାଗରିକର କର୍ତ୍ତବ୍ୟ।’’

ବିଜେଡି ଉପ ସଭାପତି ଦେବୀ ମିଶ୍ର କହିଛନ୍ତି, "ପଞ୍ଚାୟତ ନିର୍ବାଚନ ନେଇ ପ୍ରଥମ ମିଟିଂ ସରିଛି। ଭୋଟର ତାଲିକାରେ କିଭଳି ନୂଆ ଭୋଟର ଯୋଡ଼ି ହେବେ ଓ ବାଦ ପଡ଼ିବେ ଆଲୋଚନା ହୋଇଥିଲା। ବ୍ଲକ ସ୍ତରରେ ଗଣତି ହେଉଥିବାରୁ ଅଧିକ ସମୟ ଭୋଟ ଦାନ ପାଇଁ ଦେବାକୁ କୁହାଯାଇଥିଲା। ସବୁ ଦଳ ରାଜି ହୋଇଥିଲେ । ୨ଟା ଯାଏ ବୄଦ୍ଧି ପାଇଁ କୁହାଯାଇଛି। ପ୍ରାର୍ଥୀଙ୍କ ଖର୍ଚ୍ଚ ବଢ଼େଇବା ପାଇଁ କୁହାଯାଇଥିଲା। ଏ ସବୁକୁ ନେଇ ରାଜ୍ୟ ନିର୍ବାଚନ କମିଶନ ତର୍ଜମା କରିବେ।’’

ମାର୍ଚ୍ଚ ଦ୍ୱିତୀତ ସପ୍ତାହ ସୁଦ୍ଧା ଜିଲ୍ଲା ପରିଷଦ ସଦସ୍ୟଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ପ୍ରକ୍ରିୟା ଆରମ୍ଭ କରିଛନ୍ତି କମିଶନ। ସବୁ ସଠିକ ସମୟରେ ଚାଲିଲେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ବାଚନ ହେବା ନେଇ ସମ୍ଭାବନା ଅଛି ।
Published by: Lipina Das
First published: November 9, 2021, 4:48 PM IST