ହକି ତାରକା ପ୍ରବୋଧ ତିର୍କୀଙ୍କ ଘରେ ଚୋରି ମାମଲା; ୫ ଚୋର ଗିରଫ

ୟୁନିଟ-୬ରେ ରହୁଥିବା ପ୍ରବୋଧଙ୍କ ଘରର ପଛପଟ କବାଟ ତାଲା ଭାଙ୍ଗି ଘରେ କଳା କନା ବୁଲାଇଥିଲେ ଦୁର୍ବୃତ୍ତ। ନେଇଯାଇଥିଲେ ୧୪ ଟି ମେଡାଲ ସହ ସୁନାଗହଣା ।

ହକି ତାରକାଙ୍କ ଘରେ ଚୋରି ମାମଲା

ହକି ତାରକାଙ୍କ ଘରେ ଚୋରି ମାମଲା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧନୀରୁ ଅଲମ୍ପିୟାନ ତଥା ପୂର୍ବତନ ଭାରତୀୟ ହକି ଅଧିନାୟକ(Former Hockey Captain) ପ୍ରବୋଧ ତିର୍କୀ(Probodh Tirkey)ଙ୍କ ଘରୁ ଚୋରି ଘଟଣାର ପର୍ଦ୍ଦାଫାସ । ୪ଜଣ ଦୁର୍ବୃତ୍ତ ସମେତ ଜଣେ ରିସିଭରକୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ (Capital Thana) । ଗତ ଶନିବାର ରାତିରେ ୟୁନିଟ-୬ ରେ ରହୁଥିବା ପ୍ରବୋଧଙ୍କ ଘରର ପଛପଟ କବାଟ ତାଲା ଭାଙ୍ଗି ଘରେ କଳାକନା ବୁଲାଇଥିଲେ ଦୁର୍ବୃତ୍ତ।


ଗୁରୁଭାୟୁରରେ ରାଧିକା-ଅନନ୍ତ: ମନ୍ଦିର ବେଢ଼ା ବୁଲିଲେ; ହାତୀଙ୍କ ସହ ସମୟ କାଟିଲେ


ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ବେଲାଗୁଣ୍ଠ ଥାନା ଅଞ୍ଚଳର ଚିତରଞ୍ଜନ ଦଳେଇ, ଏୟାରପୋର୍ଟ ଥାନା ଅଞ୍ଚଳର ସୁକାନ୍ତ ନାୟକ, ଖାରବେଳନଗର ଅଞ୍ଚଳର ମିଲୁ ବେହେରା, ଗଞ୍ଜାମ ଛତ୍ରପୁର ଅଞ୍ଚଲର ଗଙ୍ଗା ରେଡି ଓ କଟକର ରାଜକା ମହାଳିକ। ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟେ ସ୍କୁଟି, ଅଟୋ, ୫ଟି ସିଲଭର ମେଡାଲ, ୮ଟି ବ୍ରୋଞ୍ଚ ମେଡାଲ, ଗୋଟିଏ ଗୋଲଡ ମେଡାଲ (Gold Medal) ସହ ସୁନା ଗହଣା ଜବତ ହୋଇଛି ।

ପୋଲିସ ସୂଚନା ଅନୁସାରେ, ଗିରଫ  ଅଭିଯୁକ୍ତମାନେ ଜଣେ ଜଣେ ପେଶାଦାର ଅପରାଧି। ଏମାନଙ୍କ ବିରୁଦ୍ଧରେ ରାଜଧାନୀର ବିଭିନ୍ନ ଥାନାରେ ଶହେରୁ ଅଧିକ ମାମଲା ରହିଛି। ଏମାନେ ବୁଲି ବୁଲି ସ୍କୁଟିରେ ସରକାରି କ୍ୱାଟର ଗୁଡିକୁ ରେକି କରୁଥିଲେ । ଯେଉଁ କ୍ୱାଟର ଗୁଡିକରେ ତାଲା ପଡିଥିବ ସେଇ ଘରୁ ଗୁଡିକରୁ ଚୋରି କରୁଥିଲେ । ପରେ ଚୋରି ସାମଗ୍ରୀ କଟକର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରୁଥିଲେ ।


ରାମଦେବ ବାବାଙ୍କ ବଡ଼ ଦାବୀ: ଖୁବଶୀଘ୍ର ପାକିସ୍ତାନ ୪ ଖଣ୍ଡ ହୋଇ ଭାରତରେ ବିଲୟ ହେବ


ସୂଚନାଯୋଗ୍ୟ, ହକି ତାରକା ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ସାମଗ୍ରୀକୁ ମାତ୍ର ୧୫ହଜାର ଟଙ୍କାର ବିକ୍ରି କରିଥିଲେ । ସେଇ ଟଙ୍କାରେ ମଉଜ କରୁଥିଲେ । ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି ।
Published by:Soumya Das
First published: