ଫାର୍ମହାଉସରେ OUAT ଛାତ୍ରୀଙ୍କ ମୃତ୍ୟୁ: ଡାଏଟମ୍ ଟେଷ୍ଟରୁ ସ୍ପଷ୍ଟ ହେବ ଏହା ହତ୍ୟା ନା ଆତ୍ମହତ୍ୟା

ଡାଏଟମ୍ ପରୀକ୍ଷା ଦ୍ୱାରା ପୋଲିସ ଜାଣିବାକୁ ଚାହୁଁଛି ଯେ ଛାତ୍ରୀ ଜଣଙ୍କର ପୋଖରୀର ପାଣିରେ ବୁଡି଼ ମୃତ୍ୟୁ ହୋଇଛି ନା ତାଙ୍କୁ ହତ୍ୟା କରି ତାକୁ ଆତ୍ମହତ୍ୟା ରୂପ ଦେବାକୁ ପୋଖରୀରେ ମୃତ ଦେହକୁ ଫିଙ୍ଗି ଦିଆଯାଇଛି ।

କାମିନୀ ପ୍ରିୟଦର୍ଶିନୀ; (ଡାହାଣ) ଘଟଣା ସ୍ଥଳରେ ପୋଲିସ ଓ ଫରେନସିକ୍ ଟିମ୍

କାମିନୀ ପ୍ରିୟଦର୍ଶିନୀ; (ଡାହାଣ) ଘଟଣା ସ୍ଥଳରେ ପୋଲିସ ଓ ଫରେନସିକ୍ ଟିମ୍

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଏକ ଫାର୍ମହାଉସରେ ଥିବା ପୋଖରୀରୁ ଓ.ୟୁ.ଏ.ଟି. ଛାତ୍ରୀ କାମିନୀ ପ୍ରିୟଦର୍ଶିନୀଙ୍କ (୧୮) ମୃତ ଦେହ ଉଦ୍ଧାର ହେବା ପରେ ଏହି ମୃତ୍ୟୁକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି । ଛାତ୍ରୀ ଜଣଙ୍କ ସନ୍ଦେହଜନକ ମୃତ୍ୟୁ ଉପରୁ ପରଦା ହଟାଇବାକୁ ପୋଲିସ ଫରେନସିକ୍ ତଦନ୍ତ ଆରମ୍ଭ କରିଛି । ଏଥି ପାଇଁ ଡାଏଟମ୍‌ ଟେଷ୍ଟ କରିବ ପୋଲିସ । ହସପିଟାଲରୁ ମୃତ ଦେହରୁ ସଂଗୃହିତ ନମୁନା ଡାଏଟମ୍ ପରୀକ୍ଷା ପାଇଁ ରସୁଲଗଡ ସ୍ଥିତ ରାଜ୍ୟ ଫରେନସିକ୍ ଲାବକୁ ପଠାଯାଇଛି ।

ଡାଏଟମ୍‌ ପରୀକ୍ଷା ଦ୍ୱାରା ପୋଲିସ ଜାଣିବାକୁ ଚାହୁଁଛି ଯେ ଛାତ୍ରୀ ଜଣଙ୍କର ପୋଖରୀର ପାଣିରେ ବୁଡି଼ ମୃତ୍ୟୁ ହୋଇଛି ନା ତାଙ୍କୁ ହତ୍ୟା କରି ତାକୁ ଆତ୍ମହତ୍ୟା ରୂପ ଦେବାକୁ ପୋଖରୀରେ ମୃତ ଦେହକୁ ଫିଙ୍ଗି ଦିଆଯାଇଛି । ଡାଏଟମ୍ ଟେଷ୍ଟ ରିପୋର୍ଟ ଆସିଲେ ତାହ ସ୍ପଷ୍ଟ ହେବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | ପାଣିରେ ନିଜ ପରିସ୍ରା ମିଶାଉଥିବା ଗୁପଚୁପ୍ ବିକାଳି ଗିରଫ ହେଲେ; VIDEO ଭାଇରାଲ୍ ହୋଇଥିଲା

“ଛାତ୍ରୀ ଜଣଙ୍କ ମୃତ୍ୟୁକୁ ନେଇ ତଦନ୍ତ ଚାଲିଛି । ସ୍ପଷ୍ଟ ଭାବେ ମୃତ୍ୟୁର କାରଣ ଏବେ କହି ହେବ ନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆମେ ଅପେକ୍ଷା କରିଛୁ । ଦ୍ୱିତୀୟତଃ ଅଧିକ ପ୍ରମାଣ ପାଇଁ ଆମେ ମୃତ ଦେହର ଡାଏଟମ୍ ଓ ଭିସେରା ଟେଷ୍ଟ୍‌ କରାଉଛୁ । ଏଥି ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ ଡାକ୍ତରଙ୍କ ପରାମାର୍ଶ କ୍ରମେ ଆମେ ଫରେନସିକ୍ ଲାବରେଟରୀକୁ ନମୁନା ପଠାଇ ଦେଇଛୁ,” କହିଛନ୍ତି ଦାଶ ।

ଓ.ୟୁ.ଏ.ଟି. ଛାତ୍ରୀଙ୍କ ମୃତ୍ୟୁକୁ ୨୪ ଘଣ୍ଟାରୁ ଅଧିକ ବିତିବା ପରେ ବି ଏହା ହତ୍ୟା ନା ଆତ୍ମହତ୍ୟା ତାହା ଅସ୍ପଷ୍ଟ ଥିବା ବେଳେ ପୋଲିସ ଆଗରେ ରହିଛି ଅନେକ ଅସମାହିତ ପ୍ରଶ୍ନ । ଫାର୍ମହାଉସ ଭିତରେ ପୋଖରୀ ଥିବା କଥା ଛାତ୍ରୀ ଜାଣିଲେ କେମିତି? ଛାତ୍ରୀଙ୍କ ଶରୀରରେ ଥିବା ପାଣି ସେହି ପୋଖରୀର କି ନା? ତାଙ୍କୁ ଅନ୍ୟ କେଉଁଠି ହତ୍ୟା କରି ଆତ୍ମହତ୍ୟାର ରୁପ ଦିଆଯାଇନି ତ? ଏସବୁ ଦିଗ ନେଇ ତଦନ୍ତକାରୀ ଟିମ୍ ଏବେ ଖୋଳତାଡ଼ କରୁଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | କାବୁଲ ଏୟାରପୋର୍ଟରେ କୁନି ଝିଅକୁ US ଓ UKର ସୈନ୍ୟମାନଙ୍କୁ ଦିଆଯାଉଥିବାର ଭାଇରାଲ୍ VIDEO

“ପ୍ରାଥମିକ ଭାବେ ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ, ଭିସେରା ରିପୋର୍ଟ ଓ ଡାଏଟମ୍ ପରୀକ୍ଷା ରିପୋର୍ଟ ଆସିବା ପରେ ପୁଣି ଥରେ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯିବ । ତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଜେ.ଇ.ଇ. ପରୀକ୍ଷରେ ଭଲ ନମ୍ବର୍‌ ନ ଆସିବାରୁ ଛାତ୍ରୀ ଜଣକ ମାନସିକ ଚାପରେ ଥିବା କଥାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ,’’ କହିଛନ୍ତି ଡିସିପି ।

ଏହା ବି ପଢ଼ନ୍ତୁ | ରୁଷିଆର AK-47 ରାଇଫଲ୍ ଛାଡ଼ି ତାଲିବାନ୍ ଏବେ ଆମେରିକା-ନିର୍ମିତ ବନ୍ଧୁକ ବ୍ୟବହାର କରୁଛି

ସାଧାରଣତଃ ପାଣିରେ ବୁଡି ମୃତ୍ୟୁ ହୋଇଥିବା ସନ୍ଦିଗ୍ଧ ମାମଲାଗୁଡି଼କର ଡାଏଟମ୍‌ ପରୀକ୍ଷା କରାଯାଏ । ହାଇଟେକ୍ ହସପିଟାଲର ଫରେନସିକ୍ ବିଭାଗର ଡାକ୍ତର ଅଙ୍କିତା କହିଛନ୍ତି, “ପାଣିରେ ବୁଡି଼ ହୋଇଥିବା ମୃତ୍ୟୁ ମାମଲାଗୁଡି଼କରେ ଅଧିକ ପ୍ରମାଣ ପାଇଁ ଡାଏଟମ୍ ଟେଷ୍ଟ କରାଯାଏ । ବିଶେଷ କରି ଯେଉଁ ମାମଲାଗୁଡି଼କରେ ସନ୍ଦେହଜନକ ଅବସ୍ଥାରେ ପାଣି ଭିତରୁ ମୃତ ଦେହକୁ ଉଦ୍ଧାର କରାଯାଏ ସେ ସବୁର ଡାଏଟମ୍ ଟେଷ୍ଟ କରାଯାଏ । ଏହି ପରୀକ୍ଷାରେ ପୂର୍ବରୁ ମାରି ପାଣିରେ ଫିଙ୍ଗି ଦିଆଯାଇଛି ନା ସେହି ପାଣିରେ ବୁଡି଼ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୁଏ ।”

ଏହା ବି ପଢ଼ନ୍ତୁ | ‘‘ଏବେ ଆଫଗାନ୍ ଯୁଦ୍ଧ ଶେଷ ହୋଇଛି; ଆମେ A to Z ସମସ୍ତଙ୍କୁ କ୍ଷମା କରିବୁ,’’ କହିଲା ତାଲିବାନ୍

“ଏହି ଘଟଣାରେ ଛାତ୍ରୀଙ୍କ ଶରୀର ଭିତରେ ପଶିଥିବା ପାଣି ଓ ଫାର୍ମହାଉସ ପୋଖରୀ ପାଣିକୁ ଟେଷ୍ଟ କରାଯିବ । ଯଦି ଛାତ୍ରୀ ଜଣଙ୍କର ସେହି ପୋଖରୀରେ ମୃତ୍ୟୁ ହୋଇଛି, ତେବେ ତାଙ୍କ ଶରୀରେ ପାଣି ସରକୁଲେସନ୍ ହୋଇଥିବ । ଯଦି ଅନ୍ୟ କେଉଁଠି ମୃତ୍ୟୁ ହେବା ପରେ ପୋଖରୀରେ ଫିଙ୍ଗି ଦିଆଯାଇଛି, ତେବେ ପାଣି ଶରୀର ଭିତରକୁ ପଶିବ ନାହିଁ । ଏହି ପରୀକ୍ଷାରେ ତାହା ସ୍ପଷ୍ଟ ହୋଇପାରିବ । ରିପୋର୍ଟ ଆସିବା ପାଇଁ  ୪୮ ଘଣ୍ଟା ସମୟ ଲାଗିବ,’’ କହିଛନ୍ତି ଡାକ୍ତର ଅଙ୍କିତା ।



ଶୁକ୍ରବାର ଦିନ ନନ୍ଦନକାନନ ଥାନା ରଘୁନାଥପୁର ଅଞ୍ଚଳରେ ଥିବା ଜଣେ ଅବସରପ୍ରାପ୍ତ ଅବକାରୀ କମିଶନରଙ୍କ ଫାର୍ମହାଉସର ପୋଖରୀରୁ ଭୁବନେଶ୍ୱର ଓ.ୟୁ.ଏ.ଟି. ବେସିକ୍ ସାଇନ୍ସ ବିଭାଗର ଛାତ୍ରୀ କାମିନୀ ପ୍ରିୟଦର୍ଶିନୀଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ଛାତ୍ରୀଙ୍କ ବାପା କହିଛନ୍ତି ଯେ ଝିଅ ପରୀକ୍ଷାରେ ଭଲ ନମ୍ବର ନ ଆସିଥିବାରୁ ମାନସିକ ଚାପରେ ଥିଲା । ହେଲେ ସେ କହିଛନ୍ତି ଯେ ତାଙ୍କ ଘର ନିକଟରେ ପୋଖରୀ ଥିବା ସତ୍ତ୍ୱେ ସେ ଆତ୍ମହତ୍ୟା କରିବାକୁ ଏତେ ଦୂର ସେହି ଫାର୍ମହାଉସକୁ ଆସିବା ସନ୍ଦେହ ସୃଷ୍ଟି କରୁଛି ।
Published by:Anand S.T. Das
First published: