ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବଲାଙ୍ଗୀରରେ ରୋଗୀ ଦେହରେ ଏକ୍ସପାୟାର୍ଡ଼ ଡେଟ୍ ସାଲାଇନ୍ ଚଢ଼ାଇବା ପରେ ଚାଲିଛି ତଦନ୍ତ

ବଲାଙ୍ଗୀରରେ ରୋଗୀ ଦେହରେ ଏକ୍ସପାୟାର୍ଡ଼ ଡେଟ୍ ସାଲାଇନ୍ ଚଢ଼ାଇବା ପରେ ଚାଲିଛି ତଦନ୍ତ

Patient administered expired date saline water in Balangir govt hospital | ଏହି ରୋଗୀଜଣକ ସୁସ୍ଥ ହୋଇ ଘରକୁ ଫେରିଆସିଥିଲେ ବି ତାଙ୍କ ପୂର୍ବରୁ ସେହି ସରକାରୀ ଡାକ୍ତରଖାନାରେ ଅନ୍ୟ ରୋଗୀମାନଙ୍କ ଦେହରେ ୨୪ଟି ଏକ୍ସପାୟାର୍ଡ଼ ଡେଟ୍ ଥିବା ସାଲାଇନ୍ ଚଢ଼ାଯାଇଥିଲା ବୋଲି ଜଣାପଡ଼ିଛି ।

ବଲାଙ୍ଗୀରରେ ରୋଗୀ ଦେହରେ ଏକ୍ସପାୟାର୍ଡ଼ ଡେଟ୍ ସାଲାଇନ୍ ଚଢ଼ାଇବା ପରେ ଚାଲିଛି ତଦନ୍ତ
ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଏକ ୱାର୍ଡ଼।
  • News18 Odia
  • Last Updated: August 26, 2021, 6:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଏକ ସରକାରୀ ହସପିଟାଲରେ ହସପିଟାଲରେ ଜଣେ ମହିଳା ରୋଗୀଙ୍କ ଦେହରେ ଏକ୍ସପାୟରଡ୍‌ ଡେଟ୍‌ ଥିବା ସାଲାଇନ୍‌ ୱାଟର୍‌ ଚଢ଼ାଯିବା ଘଟଣାରେ ଏବେ ଖୋଳତାଡ଼ ଆରମ୍ଭ ହୋଇଛି । ସେହି ସାଲାଇନ୍‌ ନିଜ ଦେହରେ ନେବା ପରେ ମହିଳା ରୋଗୀଜଣକ ଆହୁରି ଅସୁସ୍ଥ ହୋଇ ପଡ଼ିଥିଲେ । ହେଲେ ସେ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏହି ଅଭାବନୀୟ ଘଟଣା ଘଟିଥିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ । ବିଭିନ୍ନ ଗଣମାଧ୍ୟମରେ ଏହା ବିଷୟରେ ଖବର ପ୍ରସାରିତ ହେବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଗୁରୁବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଭୀମ ସାହୁଙ୍କ କାର୍ଯ୍ୟାଳୟରେ ମେଡିକାଲ ଅଫିସର୍‌ ପ୍ରତିମା ସୋରେନ୍, ଷ୍ଟାଫ୍ ନର୍ସ ବୀଣାପାଣି ସେଠ୍ ଓ ଫାର୍ମାସିଷ୍ଟ ମହାଦେବ ରଣା ଉପସ୍ଥିତ ରହି କେଉଁ ପରିସ୍ଥିତିରେ ରୋଗୀକୁ ଏକ୍ସପାୟାର୍ଡ଼ ସାଲାଇନ୍ ଦିଆଗଲା ତା’ର ତଥ୍ୟ ଦେଇଛନ୍ତି । ଏବେ ତଦନ୍ତ ଚାଲୁ ରହୁଥିବାରୁ କୌଣସି ତଥ୍ୟ ଦେବାକୁ ଡଃ ସାହୁ ମନା କରି ଦେଇଛନ୍ତି ।

ଏହା ବି ପଢ଼ନ୍ତୁ | ଓଃ, କି ମର୍ମନ୍ତୁଦ ଦୁର୍ଘଟଣା! କିଆ ସେଲ୍ଟୋସ୍ କାର୍ ମଝିରୁ ଖଣ୍ଡ ହୋଇଗଲା; ଜଣଙ୍କ ମୃତ୍ୟୁ ହେଲା

‘‘ଆମର ଇନକ୍ୱାରୀ ଚାଲୁଛି । ସବୁ ଡିଟେଲ୍ସ ଏବେ କହି ହେବନି । ଏବେ ଇନକ୍ୱାରୀ ଅଣ୍ଡର୍‌ ପ୍ରସେସ୍‌ ଅଛି । ଯେଉଁ ଷ୍ଟାଫମାନଙ୍କ ନାଁ ଖବରକାଗଜ ଓ ଇଲେକ୍ଟ୍ରୋନିକ ମିଡ଼ିଆରେ ବାହାରିଛି ସେମାନଙ୍କୁ ଡକାଇ ଇନକ୍ୱାରୀ ଚାଲିଛି,’’ କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଭୀମ ସାହୁ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଭୀମ ସାହୁ


ଏହା ବି ପଢ଼ନ୍ତୁ | Actress Arrested: ଦୁର୍ବ୍ୟବହାର ଅଭିଯୋଗରେ ବଲିଉଡ ଅଭିନେତ୍ରୀ ପାୟଲ୍ ରୋହତାଗୀ ଗିରଫ ହେଲେ

ଅଗଷ୍ଟ ୨୨ ତରିଖ ଦିନ ଲୋଇସିଂହା ବ୍ଳକ୍ କନ୍ଦାଯୁରୀ ଗ୍ରାମର ସନ୍ତୋଷିନୀ ପଧାନଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଦିନ ୧୧ଟା ବେଳେ ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତା’ ପର ଦିନ ସେଠାକାର ଜଣେ ଡାକ୍ତର ତାଙ୍କୁ କିଛି ଔଷଧ ସହିତ ସାଲାଇନ୍‌ ପାଇଁ ଲେଖିଥିଲେ । ଫଳରେ ଡିଉଟିରେ ଥିବା ନର୍ସମାନେ ତାଙ୍କୁ D5 DS ନାମକ ଏକ ସାଲାଇନ୍‌ ଲଗେଇଥିଲେ । ସନ୍ତୋଷିନୀଙ୍କ ବଡ ଭାଇ ଉକ୍ତ ସାଲାଇନ୍‌ ବୋତଲଗୁଡ଼ିକର ଫଟୋ ନିଜ ମୋବାଇଲ୍‌ ଫୋନରେ ଉଠାଇଥିଲେ ।

ଏହା ବି ପଢ଼ନ୍ତୁ | କରୋନାର Delta ରୂପ ବିଷୟରେ WHO ଚେତାବନୀ ଦେଲା: ଡୋଜ୍ ଟିକା ନେଇଥିଲେ ବି ମାସ୍କ ପିନ୍ଧନ୍ତୁ

‘‘ଆମେ ଫଟୋଗୁଡ଼ିକ ଏମିତି ସାଧାରଣଭାବେ ଉଠାଇଥିଲୁ । ହେଲେ ଘରେ ସେ ସବୁ ଫଟୋକୁ ଦେଖୁ ଦେଖୁ ଆମେ ଜାଣିବାକୁ ପାଇଥିଲୁ ଯେ ସାଲାଇନ୍‌ ୱାଟର ଗତ ମାର୍ଚ୍ଚ ମାସଠାରୁ ଏକ୍ସପାୟାର୍ଡ଼ ହୋଇଯାଇଥିଲା । ଆମେ ବଡ଼ ଚଚିନ୍ତାରେ ପଡ଼ିଯାଇଥିଲୁ । ସଙ୍ଗେ ସଙ୍ଗେ ମୋ’ ଭଉଣୀଙ୍କ ସହ ଥିବା ଆମର ଆଉ ଜଣେ ସମ୍ପର୍କୀୟଙ୍କୁ ଫୋନ୍ କରି ଏ କଥା ଜଣେଇଥିଲୁ । ହେଲେ ସେତେବେଳକୁ ସାଲାଇନ ବୋତଲଟି ସମ୍ପୂର୍ଣ୍ଣ ମାତ୍ରାରେ ଭଉଣୀ ଦେହରେ ଚଢି ସାରିଥିଲା । ତାହା ଏକ୍ସପାୟର୍ଡ଼ ସାଲାଇନ୍ ହୋଇଥିବାରୁ ସେ ସୁସ୍ଥ ହେବା ପରିବର୍ତ୍ତେ ଆହୁରି ଅସୁସ୍ଥ ହୋଇ ପଡିଥିଲା,’’ କହିଛନ୍ତି ସନ୍ତୋଷିନୀଙ୍କ ବଡ଼ ଭାଇ । ସନ୍ତୋଷିନୀ ପରବର୍ତ୍ତୀ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।



ସୂତ୍ରଙ୍କ ଅନୁସାରେ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୯ ମାର୍ଚ୍ଚରେ ୨୫ଟି ସାଲାଇନ୍ ବୋତଲ ଷ୍ଟାଫ୍ ନର୍ସମାନଙ୍କୁ ଇସ୍ୟୁ ହୋଇଥିଲା, ଯାହାର ଅବଧି ମାର୍ଚ୍ଚ ମାସରେ ହିଁ ଶେଷ ହେଉଥିଲା । ତେବେ ସନ୍ତୋଷିନୀ ପ୍ରଧାନଙ୍କ ପୂର୍ବରୁ ଅନ୍ୟ ୨୪ଟି ସାଲାଇନ୍ ବୋତଲ କେଉଁ ରୋଗୀମାନଙ୍କୁ ଦିଆଯିଆଥିଲା ଓ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା କେମିତି ରହିଛି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । କାହାର ଅବହେଳାରୁ ଏମିତି ଗୁରୁତର ତ୍ରୁଟିପୂର୍ଣ୍ଣ ଚିକିତ୍ସା ହୋଇଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସେ ସବୁର ଯାଞ୍ଚ କରୁଥିବା ଜଣାପଡ଼ିଛି ।
Published by: Anand S.T. Das
First published: August 26, 2021, 6:12 PM IST