News18 Odia Digital
କଟକ: ଆଜୀବନ କାରାଦଣ୍ଡ ସଜାପ୍ରାପ୍ତ କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ଶେଖ୍ ହାଇଦର୍ ଏସ୍.ସି.ବି. ହସପିଟାଲରୁ ଚତୁରତାର ସହ କେମିତି ଫେରାର୍ ହେଲା ଓ ଏଥିରେ ତାକୁ କେଉଁମାନେ ସାହାଯ୍ୟ କରିଥିଲେ ତାହା ଏ ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି । ତାକୁ ତେଲେଙ୍ଗନାରୁ ଗିରଫ କରି ଆଣିବା ପରେ ୨୩ ଦିନ ବିତିଯାଇଥିଲେ ବି ପୋଲିସ ତାକୁ ଏ ପର୍ଯ୍ୟନ୍ତ ଜେରା କରି ପାରିନାହିଁ । ଏହି ଘଟଣାର ତଦନ୍ତ ବି ଆଖିଦୃଶିଆ ଭାବେ ଆଗେଇ ନାହିଁ ।
ଗିରଫଦାରୀ ଦିନରୁ ହାଇଦର୍ କୋଭିଡ ଆକ୍ରାନ୍ତ ଭାବେ ଚିହ୍ନଟ ହେବା ପରେ ତାକୁ ବିଚାରାଧୀନ କଏଦୀ ରୂପେ ଚୌଦ୍ବାର ଜେଲରେ ସଙ୍ଗରୋଧରେ ରଖାଯାଇଛି । କିନ୍ତୁ ଏହାରି ଭିତରେ ସେ କୋଭିଡ ସଂକ୍ରମଣର ୨୧ ଦିନର ସମୟକୁ ଅତିକ୍ରାନ୍ତ କରି ସାରିଛି ଓ ଏବେ କୋଭିଡ ମୁକ୍ତ ହୋଇଥିବା ମଧ୍ୟ ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଏହା ବି ପଢ଼ନ୍ତୁ | ଚନ୍ଦା ମୁଣ୍ଡ ଥିବା ପୁରୁଷମାନଙ୍କଠାରେ କରୋନା ସଂକ୍ରମିତ ହେବା ପରେ ମୃତ୍ୟୁ ସମ୍ଭାବନା ଅଧିକ: ରିସର୍ଚ୍ଚଏହା ସତ୍ତ୍ୱେ ପୋଲିସ ହାଇଦରକୁ ରିମାଣ୍ଡରେ ଆଣି ଜେରା କରି ନ ଥିବାରୁ ତା’ ଫେରାର୍ ହେବା ଘଟଣା ପଛର ରହସ୍ୟ ଉଦ୍ଭେଦନରେ ପୋଲିସର ଆଗ୍ରହ ଉପରେ ପ୍ରଶ୍ନ ଉଠିଛି । କଟକ କମିଶନରେଟ୍ ପୋଲିସ ହାଇଦରକୁ ରିମାଣ୍ଡରେ ଆଣି ପଚରାଉଚରା କରିବା ନେଇ କାଳକ୍ଷେପଣ ନୀତି ଅବଲମ୍ବନ କଲେ ତାକୁ ଫେରାର୍ ହେବାରେ ସହଯୋଗ କରିଥିବା ଲୋକେ ଏହି ଅପରାଧରୁ ଖସିଯିବେ ବୋଲି ଆଶଙ୍କା ମଧ୍ୟ ବ୍ୟକ୍ତ କରାଯାଉଛି ।

କଟକ ଡିସିପିଙ୍କ କାର୍ଯ୍ୟାଳୟ
‘‘ପୋଲିସ ଏବେ ଡାକ୍ତରଙ୍କ ସହ ପରାମର୍ଶ କରି ଯଥା ଶୀଘ୍ର ହାଇଦରକୁ କେମିତି ରିମାଣ୍ଡରେ ଆଣିବ ସେହି ବ୍ୟବସ୍ଥା କରିବା ଦରକାର । ଯଦି ସମୟ ଅତିବାହିତ ହୋଇଯାଏ ତାହେଲେ ଘଟଣାର ଗୁରତ୍ବ କମିଯିବ ଓ ତା’ ପାଖରୁ କଥା ବାହାର କରିବା କଷ୍ଟ ହେବ । ତା’ ସହଯୋଗୀମାନେ ମଧ୍ୟ ଖସିଯିବେ । ପରେ ସେମାନଙ୍କୁ ଗୋଟିଗୋଟି କରି ଧରିବା କଷ୍ଟସାଧ୍ୟ ହେବ,’’ କହିଛନ୍ତି କଟକର ଅପରାଧ ଜଗତକୁ ଅତି ନିକଟରୁ ଦେଖିଥିବା ଅବସରପ୍ରାପ୍ତ ଡି.ଏସ୍.ପି. ରମେଶ ଚନ୍ଦ୍ର କର ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଝିଅଟି ଅଶ୍ଳୀଳ ଇଙ୍ଗିତର ବିରୋଧ କରିବାରୁ ନାବାଳକ ତାକୁ ନୃଶଂସ ଭାବେ ମାଡ଼ ମାରିଲା; VIDEO ଭାଇରାଲ୍ପୋଲିସ ଅଧିକାରୀମାନଙ୍କ କହିବା ଅନୁସାରେ ଲକଡାଉନ୍ ଚାଲିଥିବାରୁ ଓ କଟକରେ କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବାରୁ ହାଇଦରକୁ ଏବେ ରିମାଣ୍ଡରେ ଆଣି ପଚରାଉଚରା କରିବା ସମ୍ଭବ ନୁହେଁ । ‘‘ହାଇଦରକୁ ସହଯୋଗ କରିଥିବା ଯେଉଁ ବ୍ୟକ୍ତିମାନଙ୍କ ଉପରେ ଆମର ସନ୍ଦେହ ହେଉଛି ବା ହାଇଦରକୁ ଜେରା କରିବା ସମୟରେ ଯଦି କାହା ଉପରେ ଆମର ସନ୍ଦେହ ହୁଏ, ତାହେଲେ କରୋନା ସଂକ୍ରମଣର ଏହି ସମୟରେ ସେହି ଲୋକମାନଙ୍କୁ ଥାନାକୁ ଡ଼ାକି ପଚରାଉଚରା କରିବା ଉଚିତ ହେବ ନାହିଁ । ସେଥି ପାଇଁ ଲକଡାଉନ୍ ଶେଷ ହେବା ସମୟକୁ ଅପେକ୍ଷା କରାଯାଇଛି,’’ କହିଛନ୍ତି ଏହି ମାମଲାର ତଦନ୍ତ ପାଇଁ ଗଠିତ ହୋଇଥିବା ସ୍ବତନ୍ତ୍ର ଟିମର ଜଣେ ବରିଷ୍ଠ ଅଧିକାରୀ ।
ଏହା ବି ପଢ଼ନ୍ତୁ | କରୋନା ପ୍ରଭାବ: ମେ ୯ରୁ ରାଜଧାନୀ, ଶତାବ୍ଦୀ ଓ ଦୂରନ୍ତୋ ଏକ୍ସପ୍ରେସ ସମେତ ୨୮ଟି ଟ୍ରେନ୍ ଚଳାଚଳ ବନ୍ଦ ହେବହାଇଦର ଫେରାର୍ ହେବା ଘଟଣାରେ ଏ ପର୍ଯ୍ୟନ୍ତ ମୋ’ଟ ସାତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନେ ହେଲେ ସେଖ୍ ସଲ୍ଲୁ, ଇସ୍ତିଆକ୍ ଖାନ୍, ସେଖ୍ ଇବ୍ରାହିମ୍, ଅର୍ଚ୍ଚନା ପରିଡ଼ା, ସେଖ୍ ରସିଉଦ୍ଦିନ୍, ଇମରାନ୍ ଓ ପୋଲିସ କନଷ୍ଟେବଲ୍ ମହମ୍ମଦ ମୌସିମ୍ । ହାଇଦରକୁ ହସପିଟାଲରୁ ଖସାଇ ନେବାର ଷଡ଼ଯନ୍ତ୍ରରେ ଆହୁରି କେତେକ ଲୋକଙ୍କ ସମ୍ପୃକ୍ତି ରହିଥିବା ପୂର୍ବରୁ ପୋଲିସ ଅଧିକାରୀମାନେ କହିଥିଲେ । ହାଇଦରକୁ ରିମାଣ୍ଡରେ ନେଇ ପଚରାଉଚରା କଲେ ଅନେକ ଲୁକ୍କାୟିତ ତଥ୍ୟ ସାମନାକୁ ଆସିବ ବୋଲି ସେମାନେ କହିଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଯୋଗୀ ଆଦିତ୍ୟନାଥଙ୍କୁ ମୃତ୍ୟୁ ଧମକ ମିଳିଲା; କହିଲା ‘‘ଆପଣଙ୍କ ଜୀବନର ଆଉ ୪ ଦିନ ବାକି ଅଛି’’ବିନା କୌଣସି ଗୁରୁତର ରୋଗରେ ହାଇଦରକୁ ଏସ୍.ସି.ବି. ହସପିଟାଲରେ କ୍ୟାବିନ୍ ଚିକିତ୍ସା ଦିଆଯିବା ପଛର କାରଣ ପୋଲିସ ଏ ପର୍ଯ୍ୟନ୍ତ ଜାଣିପାରି ନାହିଁ । ସମ୍ବଲପୁର ଜେଲ୍ ଓ ବୁର୍ଲା ହସପିଟାଲର ଡାକ୍ତରମାନେ କେମିତି ହାଇଦରକୁ ଗୁରୁତର ଦର୍ଶାଇ ଏସ୍.ସି.ବି. ହସପିଟାଲକୁ ରେଫର୍ କରିଥିଲେ ଓ କାହା ସହଯୋଗରେ ହାଇଦର୍ ଓଡ଼ିଶାରୁ ଯାଇ ତେଲେଙ୍ଗାନାରେ ଆତ୍ମଗୋପନ କରିଥିଲା ସେ ସବୁ ତଥ୍ୟ ଏ ପର୍ଯ୍ୟନ୍ତ ଲୁକ୍କାୟିତ ଅଛି ।
ଏହା ବି ପଢ଼ନ୍ତୁ | Bengal Polls: ରାହୁଳ ଗାନ୍ଧି ଯେଉଁ ଯେଉଁ ଆସନ ପାଇଁ ପ୍ରଚାର କରିଥିଲେ ସେଠି କଂଗ୍ରେସ ଜମାନତ ହରାଇଛିକିନ୍ତୁ ଏବେ ହାଇଦରକୁ ନେଇ ଚାଲିଥିବା ତଦନ୍ତ ଶୀତଳ ଭଣ୍ଡାରକୁ ଚାଲିଯାଇଥିବା ଅନୁମାନ କରାଯାଉଛି । ହାଇଦାରକୁ ପୁଣି ଦ୍ବିତୀୟ ଥର ଲାଗି ରିମାଣ୍ଡରେ ଆଣିବା ପାଇଁ ଏ ପର୍ଯ୍ୟନ୍ତ କୌଣସି ଯୋଜନା ପୋଲିସ ପ୍ରସ୍ତୁତ କରି ନ ଥିବା ଜଣାପଡ଼ିଛି । ଗତ ମାସ ୧୦ ତାରିଖରେ ହାଇଦର୍ ଏସ୍.ସି.ବି. ହସପିଟାଲରୁ ଫେରାର ହୋଇଯାଇଥିଲା । ତାକୁ ଧରିବା ପାଇଁ ଓଡ଼ିଶା ପୋଲିସ ନିଜ ଇତିହାସର ସବୁଠାରୁ ବଡ଼ ମ୍ୟାନହଣ୍ଟ୍ ଆରମ୍ଭ କରିଥିଲା ।
ଗତ ମାସ ୧୫ ତାରିଖ ରାତିରେ ହାଇଦରକୁ ତେଲେଙ୍ଗାନାରୁ ଗରିଫ କରିବା ପରେ ୧୬ ତାରିଖରେ କୋର୍ଟ ଚାଲାଣ କରାଯାଇଥିଲା । ୧୭ ତାରିଖରୁ ସାତ-ଦିନିଆ ରିମାଣ୍ଡ ପାଇଁ କୋର୍ଟ ପୋଲିସକୁ ଅନୁମତି ଦେଇଥିଲେ, କିନ୍ତୁ ହାଇଦର୍ କରୋନାରେ ଆକ୍ରାନ୍ତ ହେବା ଯୋଗୁଁ କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରି ନ ଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।