ଫେବୃଆରୀ ନୁହେଁ ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି

ମହିଳା କଂଗ୍ରେସକୁ ଅଧିକ ସଙ୍ଗଠିତ କରିବା ଲାଗି ପ୍ରିୟଙ୍କା ଗାନ୍ଧି ଏକ ବଡ଼ ଜନସଭାରେ ଯୋଗ ଦେବେ। ଯାହା ପାଇଁ ସେ ମାର୍ଚ୍ଚରେ ଓଡ଼ିଶା ଆସିବେ।

ଫେବୃଆରୀ ନୁହେଁ ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି

ଫେବୃଆରୀ ନୁହେଁ ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି। ହାତକୁ ହାତ ଯୋଡ଼ିବା କାର୍ଯ୍ୟକ୍ରମରେ ଯୋଗ ଦେବେ। ମହିଳା କଂଗ୍ରେସକୁ ଅଧିକ ସଙ୍ଗଠିତ କରିବା ଲାଗି ପ୍ରିୟଙ୍କା ଗାନ୍ଧି ଏକ ବଡ଼ ଜନସଭାରେ ଯୋଗ ଦେବେ।

କେବଳ ସେତିକି ନୁହେଁ ରାଜ୍ୟ କଂଗ୍ରେସକୁ ସଞ୍ଜିବନୀ ଦେବା ଲାଗି ଆସିବେ ପ୍ରୟଙ୍କା ଗାନ୍ଧି। କଂଗ୍ରେସର ଏହି ଜାତୀୟ ଚେହେରା ବା ଭେଟେରାନ୍ ଲିଡର ଓଡ଼ିଶା ଆସିଲେ କଂଗ୍ରେସ ଆହୁରି ସଙ୍ଗଠିତ ହେବ ବୋଲି ଆଶାବାଦୀ କଂଗ୍ରେସ ନେତା। ଜାନୁଆରୀ ୨୬ ରୁ ମାର୍ଚ୍ଚ ୨୬ ଯାଏଁ ସାରା ଦେଶରେ ଚାଲିବ ହାତକୁ ହାତ ବା ହାଥ ସେ ହାଥ ଯୋଡୋ କାର୍ଯ୍ୟକ୍ରମ।

ଯେଉଁଥିରେ ଯୋଗ ଦେବେ ପ୍ରିୟଙ୍କା ଗାନ୍ଧି। ଗୋଟିଏ ପଟେ ଏହି ସୂଚନା ପିସିସି ସଭାପତି ଦେଇଥିବା ବେଳେ ଅନ୍ୟପଟେ ସୁର କହିଛନ୍ତି ଯେ ପ୍ରିୟଙ୍କା ଗାନ୍ଧି ଆସିବେ ସତ। ଯଦି ବରୁଣେଇ ପାହାଡ଼ ପାଦ ଦେଶକୁ ଆସନ୍ତେ ତେବେ ବହୁତ୍ ଭଲ ହୁଅନ୍ତା। ପାଇକ ପରିବାରକୁ ଭେଟନ୍ତେ।

କଂଗ୍ରେସ ଭବନରେ ବସିଲା ଶୃଙ୍ଖଳା କମିଟି ବୈଠକ। ଖୁବ୍ ଜଲଦି ବିଶୃଙ୍ଖଳା କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ବସିଲା ବୈଠକ। ଶୃଙ୍ଖଳା କମିଟି ଚେୟାରମ୍ୟାନ କିଶୋର ପଟେଲଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ଦଳ ବିରୋଧରେ, ନେତୃତ୍ଵ ଉପରେ ପ୍ରଶ୍ନ କରୁଥିବା ନେତାଙ୍କ ତୁଣ୍ଡରେ ଲାଗିବ ଲଗାମ। ନିକଟରେ ମୋକିମ, ସୁର ଓ ତାରା ଦଳୀୟ ନେତୃତ୍ଵ ଓ ପଦ୍ମପୁର ଡ଼ିଲ ନେଇ ରଖିଥିଲେ ଭିନ୍ନ ଭିନ୍ନ ମତ।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ‘‘ଯିଏ ବିଶୃଙ୍ଖଳା କରିବ ତା ବିରୋଧରେ ଦଳ ନେବ କାର୍ଯ୍ୟାନୁଷ୍ଠାନ। ଦଳ ଭିତରେ ରହି ଦଳକୁ ମଜବୁତ୍ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ତା ଭିତରେ ଦଳ ବିରୋଧୀ ମତ ଦେବା ଗ୍ରହଣୀୟ ନୁହେଁ। ଆମର ମିଶନ ୯ ରୁ ୯୦। ସେଥିପାଇଁ ସମସ୍ତେ କାମ କରିବା ଉଚିତ୍। ସେ ଯିଏବି ହେଉନା କାହିଁକି ଦଳ ବିରୋଧରେ ଯିଏ କାମ କରିବ ତା ବିରୋଧରେ ଆକ୍ସନ ହେବ।"

ସେପଟେ ଓଲଟି ଗଲେ ସୁର। ଦଳୀୟ ଛାଟ ପରେ ନରମିଲେ ସୁର। ଗତ କାଲି ଚେଲ୍ଲାଙ୍କୁ କରିଥିଲେ ଚ୍ୟାଲେଞ୍ଜ। ଏବେ ବଦଳିଗଲା ମତ। ଗତ କାଲି କହିଥିଲେ, ‘‘ପଦ୍ମପୁରରେ କାହିଁକି ଦଳ ଭୋଟ କମିଗଲା ଚେଲ୍ଲା ଦିଅନ୍ତୁ ଉତ୍ତର। ଏବେ କହିଲେ ମୁଁ ସେଭଳି କିଛି କହିଁନି। କାହିଁକି ଭୋଟ କମିଲା ତା ଉପରେ କହିଥିଲି, ପ୍ରଭାରୀ ଚେଲ୍ଲାଙ୍କୁ କିଛି କହିଁନି।’’
Published by:Lipina Das
First published: