ପ୍ରିୟଙ୍କା ଚୋପ୍ରା ନିକ୍ ଜୋନାସଙ୍କ ପିଲାର ମା’ ହୋଇ ପରିବାର ଆରମ୍ଭ କରିବାକୁ ଚାହୁଁଛନ୍ତି

‘‘ଆମେ ପରସ୍ପର ସହ ଦୁଇ ତିନି ସପ୍ତାହରୁ ଅଧିକ ମିଳାମିଶା ନ କରି ରହି ପାରୁ ନାହିଁ । ଏଇଟା ଆମର ଗୋଟେ ନିୟମ । ନହେଲେ ଭାରି କଷ୍ଟ । ସମ୍ପର୍କକୁ ପ୍ରାଥମିକତା ଦେବା ପାଇଁ ତା’ ଉପରେ କାର୍ଯ୍ୟ କରିବାକୁ ପଡ଼ିବ,’’ କହିଛନ୍ତି ପ୍ରିୟଙ୍କା ।

ପ୍ରିୟଙ୍କା ଚୋପ୍ରା ନିକ୍ ଜୋନାସଙ୍କ ପିଲାର ମା’ ହୋଇ ପରିବାର ଆରମ୍ଭ କରିବାକୁ ଚାହୁଁଛନ୍ତି
ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ପତି ନିକ୍ ଜୋନାସ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ନିକ ଜୋନାସଙ୍କ ସହ ପ୍ରିୟଙ୍କା ଚୋପ୍ରାଙ୍କର ୨୦୧୬ରେ ଦେଖା ହେବା ପରେ ଦୁହିଁଙ୍କ ମଧ୍ୟରେ ଜବରଦସ୍ତ ପ୍ରେମ ଆରମ୍ଭ ହୋଇଥିଲା ଓ ଦୁହେଁ ଦୁଇ ବର୍ଷ ପରେ ରାଜସ୍ଥାନର ଉମୈଦ୍‌ ଭବନ ପ୍ୟାଲେସରେ ବାହା ହୋଇଥିଲେ । ଏବେ ପ୍ରିୟଙ୍କା ଭବିଷ୍ୟତର ଛୋଟ ଚୋପ୍ରା-ଜୋନାସ୍ ବିଷୟରେ ମୁହଁ ଖୋଲି କିଛି କହିଛନ୍ତି ।

‘ଟାଟଲର୍‌’ ପତ୍ରିକା ପାଇଁ ଏକ ଫ୍ୟାଶନ୍ ସୁଟ୍ ରେ ଅଂଶ ଗ୍ରହଣ କରି ୩୭ ବର୍ଷୀୟା ପ୍ରିୟଙ୍କା ତାଙ୍କ ଗାୟକ ସ୍ୱାମୀଙ୍କ ସହ ପରିବାର ଆରମ୍ଭ କରିବା ବିଷୟରେ କହିଥିଲେ । ଯେ କୌଣସି ମାନବୀୟ ସମ୍ପର୍କ ଉପରେ ବେଶ୍‌ କାମ କରିବାକୁ ପଡ଼େ ବୋଲି ସେ କହିଥିଲେ ।

‘‘ବର୍ତ୍ତମାନ ମୁଁ କରୁଥିବା କାର୍ଯ୍ୟ ଏବଂ ମୁଁ ଗ୍ରହଣ କରିଥିବା କେତେକ ପ୍ରଜେକ୍ଟ ଯୋଗୁଁ ଏହି ବର୍ଷ ପ୍ରକୃତରେ ମୋ ପାଇଁ ପୂରା ପ୍ୟାକ୍ ହୋଇ ରହିଛି । କିନ୍ତୁ ପରିବାର ଆରମ୍ଭ କରିବା କଥାଟି ମୋ’ ପାଇଁ ଭାରି ଗୁରୁତ୍ୱପୂର୍ଣ୍ଣ । ଏହା ସର୍ବଦା ଗୁରୁତ୍ୱପୂର୍ଣ୍ଣ ରହିଆସିଛି । ଏହା ଏମିତି ଗୋଟେ ଜିନିଷ ଯାହା ମୁଁ ନିଶ୍ଚିତ ଭାବରେ କରିବାକୁ ଚାହୁଁଛି, ଆଉ ମୁଁ ଆଶା କରୁଛି ଯେ ଯେତେବେଳେ ଭଗବାନ ଚାହିଁବେ ଠିକ୍ ସମୟରେ ଓ ଉପଯୁକ୍ତ ସମୟରେ ଏହା ଘଟିବ,’’ କହିଛନ୍ତି ପ୍ରିୟଙ୍କା ।

ସେ କହିଛନ୍ତି ଯେ ତାଙ୍କୁ ନିଜ ବିବାହକୁ ଅନ୍ୟ ସବୁ କଥା ଅପେକ୍ଷା ଅଧିକ ପ୍ରାଥମିକତା ଦେବାକୁ ପଡ଼ିବ ଓ ନିଶ୍ଚିତ କରିବାକୁ ପଡ଼ିବ ଯେ ସେ ଓ ତାଙ୍କ ସ୍ୱାମୀ ନିୟମିତ ଭାବରେ ପରସ୍ପର ସହ ମିଳାମିଶା କରୁଛନ୍ତି ।

ପ୍ରିୟଙ୍କା ୨୦୧୮ରେ ବିବାହ କରିଥିଲେ ।


‘‘ଆମେ ପରସ୍ପର ସହ ଦୁଇ ତିନି ସପ୍ତାହରୁ ଅଧିକ ମିଳାମିଶା ନ କରି ରହି ପାରୁ ନାହିଁ । ଏଇଟା ଆମର ଗୋଟେ ନିୟମ । ନହେଲେ ଭାରି କଷ୍ଟ । ସମ୍ପର୍କକୁ ପ୍ରାଥମିକତା ଦେବା ପାଇଁ ତା’ ଉପରେ କାର୍ଯ୍ୟ କରିବାକୁ ପଡ଼ିବ,’’ କହିଛନ୍ତି ପ୍ରିୟଙ୍କା ।

ଯଦିଓ ବର୍ତ୍ତମାନ ପାଇଁ ପ୍ରିୟଙ୍କା ଓ ନିକ୍‌ ପିତାମାତା ହେବା କଥା ଉପରେ ବିରାମ ଲଗାଇ ରଖିଛନ୍ତି, ନିକଙ୍କ ଭାଇ ଜୋ ଜୋନାସ୍ ଓ ତାଙ୍କ ପତ୍ନୀ ସୋଫି ଟର୍ନର୍‌ ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଆଶା କରୁଛନ୍ତି ବୋଲି ଜଣାଯାଇଛି । ୟୁ.ଏସ୍‌. ୱିକଲୀ ପତ୍ରିକାରେ ଏକ ଉତ୍ସ କହିଛନ୍ତି ଯେ ‘‘ସନ୍ତାନ ଜନ୍ମ କରିବା ଓ ପରିବାର ଆରମ୍ଭ କରିବା ଜୋ ଓ ସୋଫିଙ୍କ ଯୋଜନାର ଏକ ଅଂଶ । ସେମାନେ ପିଲା ଚାହୁଁଛନ୍ତି ବୋଲି ସେମାନେ ସର୍ବଦା ଜାଣିଛନ୍ତି’’ ।

ଜୋନାସ୍ ଭାଇ ଦ୍ୱୟ ବର୍ତ୍ତମାନ କରୋନା ଭାଇରସ୍ ମହାମାରୀ ହେତୁ ସତର୍କତା ଅବଲମ୍ବନ କରୁଛନ୍ତି ଓ ଆଗାମୀ ତିନି ସପ୍ତାହ ପାଇଁ ଥିବା ସେମାନଙ୍କର ଲାସ୍ ଭେଗାସ୍ ରେସିଡେନ୍ସି ସୋ ବାତିଲ୍ କରିଛନ୍ତି ।
First published: April 1, 2020, 6:50 PM IST
corona virus btn
corona virus btn
Loading