ଜୁଲାଇ ୧ରୁ ରାଜ୍ୟରେ ଵସ ଚଳାଚଳ ବନ୍ଦ; ଚେତାବନୀ ଦେଲା ଵସ ମାଲିକ ସଂଘ

୯ ଦଫା ନେଇ ପୂର୍ବରୁ ହୋଇଥିବା ଦାବି ପୂରଣ କରା ନଗଲେ ଆସନ୍ତା ଜୁଲାଇ ୧ ତାରିଖରୁ ସାରା ରାଜ୍ୟରେ ପ୍ରାୟ ୧୪ ହଜାର ଵସ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ। ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଏଭଳି ଚେତାବନୀ ଦେଇଛି ।

ଜୁଲାଇ ୧ରୁ ରାଜ୍ୟରେ ବସ ଚଳାଚଳ ବନ୍ଦ (ପ୍ରତୀକାତ୍ମକ ଛବି)

ଜୁଲାଇ ୧ରୁ ରାଜ୍ୟରେ ବସ ଚଳାଚଳ ବନ୍ଦ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

୯ ଦଫା ନେଇ ପୂର୍ବରୁ ହୋଇଥିବା ଦାବି ପୂରଣ କରା ନଗଲେ ଆସନ୍ତା ଜୁଲାଇ ୧ ତାରିଖରୁ ସାରା ରାଜ୍ୟରେ ପ୍ରାୟ ୧୪ ହଜାର ଵସ  ଘରୋଇ ବସ୍‌ ଚଳାଚଳ ବନ୍ଦ ରହିବ। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଏଭଳି ଚେତାବନୀ ଦେଇଛି ।

ଘରୋଇ ବସ୍‌ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ସଂଘର ସଂପାଦକ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି," ୯ ଦଫା ଦାବି ନେଇ ସଂଘ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲା। ବସର ପରମିଟ ଗୁଡିକୁ ତୃତୀୟ ପକ୍ଷକୁ ହସ୍ତାନ୍ତର କରିବା ନିଷ୍ପତ୍ତି କାର୍ଯ୍ୟକାରୀ ନକରିବା, ଦିନରେ ସ୍ଲିପର ବସକୁ ଅନୁମତି ଦେବା, ୧୫ ବର୍ଷରୁ ଊର୍ଦ୍ଧ୍ବ ଗାଡ଼ିକୁ ସ୍ଥାୟୀ ଚଳାଚଳ ପାଇଁ,  ବସ ଗୁଡିକୁ ସ୍ଥାୟୀ ପରମିଟ ନଦେବା, ମଙ୍ଗୁଳିଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ-୫୫ର ନିର୍ମାଣ କାର୍ଯ୍ୟରେ ବିଳମ୍ବ, ଯାତ୍ରୀବାହୀ ବସ ଗୁଡିକ ଜାତୀୟ ରାଜପଥ ଉପରେ ଯାତ୍ରୀ ଓହ୍ଲାଇବା ଓ ଚଢାଇବା ପାଇଁ ସରକାର କୌଣସି ସ୍ଥାନ ନଦେବା, କୋଭିଡ ସମୟରେ ବସ ମାଲିକମାନଙ୍କୁ ୧ ଲକ୍ଷ ଋଣ ଯୋଗାଇ ଦେବା ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ନକରିବା ଏବଂ ଯାତ୍ରୀବାହୀ ବସ ଗୁଡିକରେ ହାଇ ସିକ୍ୟୁରିଟି ନମ୍ବର ପ୍ଲଟ୍‌ ଲଗାଇବା ନିଷ୍ପତ୍ତି ପ୍ରତ୍ୟାହାର କରିବା ଆବଶ୍ୟକ"।

ସେ ଆହୁରି ମଧ୍ୟ କହିଛନ୍ତି," ଲୋକଙ୍କର ଗାଡ଼ିରେ ନମ୍ବର ଥାଇ ପୁଣି ଥରେ ହାଇ ସିକ୍ୟୁରିଟି ନମ୍ବର ପାଇଁ କାହିଁକି ଅଯଥାରେ ଖର୍ଚ୍ଚ କରିବେ। ତେଣୁ ସରକାର ଏହି ନିଷ୍ପତ୍ତିରେ ପରିବର୍ତ୍ତନ ଆଣିବା ଦରକାର"।

ରାଜ୍ୟ ସରକାର ଯଦି ଆସନ୍ତା ୩୦ ତାରିଖ ମଧ୍ୟରାତ୍ର ସୁଦ୍ଧା ଏ ସମସ୍ତ ଦାବି ପୂଣ ନକରନ୍ତି, ତେବେ ରାଜ୍ୟର ଘରୋଇ ବସଗୁଡ଼ିକ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜୁଲାଇ ୧ ତାରିଖରୁ ଚଳାଚଳ ବନ୍ଦ ରହିବ ବୋଲି ଶ୍ରୀ ସାହୁ କହିଛନ୍ତି।
Published by:Soumya Das
First published: