ବଢ଼ିଲା ଘରୋଇ ବସ୍‌ ଭଡ଼ା; ତେଲ ଦର ବୃଦ୍ଧି ଯୋଗୁଁ ପାଞ୍ଚ ମାସ ବ୍ୟବଧାନରେ ପୁଣି ବଢ଼ିଲା

ସାଧାରଣ ଓ ଏକ୍ସପ୍ରେସ ବସ୍‌ ଭଡ଼ା କିଲୋମିଟର୍ ପିଛା ୧ ପଇସା ବଢିଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ ଭଡ଼ା କିଲୋମିଟର୍ ପିଛା ୨ ପଇସା ବୃଦ୍ଧି ପାଇଛି ।

ବଢ଼ିଲା ଘରୋଇ ବସ୍‌ ଭଡ଼ା; ତେଲ ଦର ବୃଦ୍ଧି ଯୋଗୁଁ ପାଞ୍ଚ ମାସ ବ୍ୟବଧାନରେ ପୁଣି ବଢ଼ିଲା
ସୋମବାର ଦିନ କ୍ରମାଗତ ଭାବେ ଷଷ୍ଠ ଦିନ ତେଲ ଦର ବଢ଼ିଛି ।
  • News18 Odia
  • Last Updated: December 7, 2020, 10:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଯଦି ଆପଣ ଘରୋଇ ବସରେ ଯାତ୍ରା କରୁଛନ୍ତି ତେବେ ଏଣିକି ଆପଣଙ୍କୁ ଅଧିକ ଭଡ଼ା ଦେବାକୁ ପଡ଼ିବ । ପ୍ରାୟ ପାଞ୍ଚ ମାସର ବ୍ୟବଧାନ ପରେ ରାଜ୍ୟ ସରକାର ସୋମବାର ଦିନ ଘରୋଇ ଯାତ୍ରୀବାହୀ ବସ୍ ଭଡ଼ା ତୁରନ୍ତ ପ୍ରଭାବରେ ବଢ଼ାଇ ଦେଇଛନ୍ତି । ଏହା ପୂର୍ବରୁ ବସ୍‌ ଭଡ଼ା ୧ ଜୁଲାଇରେ ବଢ଼ାଯାଇଥିଲା ।

ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ବୃଦ୍ଧି ଯୋଗୁଁ ରାଜ୍ୟରେ ଘରୋଇ ବସ୍‌ ଭଡ଼ା ବଢ଼ାଯାଇଥିବା କୁହାଯାଉଛି । ସାଧାରଣ ଓ ଏକ୍ସପ୍ରେସ ବସ୍‌ ଭଡ଼ା କିଲୋମିଟର୍‌ ପିଛା ୧ ପଇସା ବଢିଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ ଭଡ଼ା କିଲୋମିଟର୍‌ ପିଛା ୨ ପଇସା ବୃଦ୍ଧି ପାଇଛି ।

ଏହା ବି ପଢ଼ନ୍ତୁ ସନ୍ନି ଲିଓନ, ଆଲିଆ ଭଟ୍ଟଏହି ସେଲିବ୍ରିଟିମାନେ PETAର ସମର୍ଥନରେ ବୋଲ୍ଡ ଫଟୋସୁଟ୍ କରିଛନ୍ତି

ସାଧାରଣ ବସ୍‌ ଭଡ଼ା କିଲୋମିଟର୍‌ ପିଛା ୭୨ରୁ ୭୩ ପଇସାକୁ ଓ ଏକ୍ସପ୍ରେସ ବସ୍‌ ଭଡ଼ା କିଲୋମିଟର୍‌ ପିଛା ୭୫ରୁ ୭୬ ପଇସାକୁ ବଢ଼ିଥିବା ବେଳେ ଡିଲକ୍ସ ବସ୍‌ ଭଡ଼ା କିଲୋମିଟର୍‌ ପିଛା ୧ ଟଙ୍କା ୫ ପଇସାରୁ ୧ ଟଙ୍କା ୭ ପଇସାକୁ ଓ AC ଡିଲକ୍ସ ବସ୍‌ ଭଡ଼ା କିଲୋମିଟର୍‌ ପିଛା ୧ ଟଙ୍କା ୨୭ ପଇସାରୁ ୧ ଟଙ୍କା ୨୯ ପଇସାକୁ ବୃଦ୍ଧି ପାଇଛି ।

ସୋମବାର ଦିନ କ୍ରମାଗତ ଭାବେ ଷଷ୍ଠ ଦିନ ତେଲ ମାର୍କେଟିଂ କମ୍ପାନୀଗୁଡିକ ନିଜ ଖୁଚୁରା ଦାମ୍‌ ବୃଦ୍ଧି କରିଥିବାରୁ ପେଟ୍ରୋଲ ଓ ଡିଜେଲ୍‌ ଦାମ୍‌ ସର୍ବକାଳୀନ ଉଚ୍ଚତା ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି ।

ଏହା ବି ପଢ଼ନ୍ତୁପତି କେତେ ଦରମା ପାଉଛନ୍ତି ତାହା ଜାଣିବାର ଅଧିକାର ପ୍ରତ୍ୟେକ ପତ୍ନୀଙ୍କର ଅଛି; ଆଇନ ଅଧିକାର ଦେଇଛି

ଏହା ପୂର୍ବରୁ ରବିବାର ଦିନ ତେଲ ମାର୍କେଟିଂ କମ୍ପାନୀଗୁଡ଼ିକ ପେଟ୍ରୋଲର ଖୁଚୁରା ଦରରେ ୨୮ ପଇସା ବୃଦ୍ଧି କରିବା ପରେ ଦିଲ୍ଲୀରେ ଏହା ୮୩.୪୧ ଟଙ୍କାରେ ପହଞ୍ଚିଛି । ସେହି ଭଳି ଡିଜେଲ ଦର ବି ୨୯ ପଇସା ବୃଦ୍ଧି ପାଇ ଲିଟର ପିଛା ୭୩.୬୧ ଟଙ୍କା ହୋଇଛି ।



‘‘ଏମିତି ପାଞ୍ଚ ମାସ ବ୍ୟବଧାନରେ ବସ୍‌ ଭଡ଼ା ବଢ଼େଇବା ଉଚିତ ନୁହେଁ । ଏହା ସାଧାରଣ ଲୋକଙ୍କ ପାଇଁ ବୋଝ ବଢ଼ାଇବ । ତୈଳ କମ୍ପାନୀଗୁଡ଼ିକ ତେଲ ଦର ବଢ଼ାଇଥିବାରୁ ଯଦି ଘରୋଇ ବସ୍‌ ଭଡ଼ା ବଢ଼ିଛି, ତେବେ ତେଲ ଦର କମ୍‌ ହେବା ସମୟରେ ବସ୍‌ ଭଡ଼ା କମ୍‌ ହେଉନାହିଁ କାହିଁକି?’’ ପଚାରିଛନ୍ତି ସହିଦ ନଗର ବାସିନ୍ଦା ବୁଲୁ ମହାନ୍ତି ।
Published by: Anand Shankar Thankur Das
First published: December 7, 2020, 10:36 PM IST
corona virus btn
corona virus btn
Loading