କଟକରେ ଲୁଟେରା ରାଜ୍ ! ଘରୋଇ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ଭିଡିଓ ଭାଇରାଲ୍

ବ୍ୟାଙ୍କ ଖୋଲିବା ସମୟରେ ତିନି ଜଣ ଦୁର୍ବୁତ୍ତ ବନ୍ଧୁକ ଦେଖାଇ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ । ଆଉ ତାପରେ...

କଟକରେ ଲୁଟେରା ରାଜ୍ ! ଘରୋଇ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ଭିଡିଓ ଭାଇରାଲ୍

କଟକରେ ଲୁଟେରା ରାଜ୍ ! ଘରୋଇ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ଭିଡିଓ ଭାଇରାଲ୍

  • News18 Odia
  • Last Updated :
  • Cuttack, India
  • Share this:
News 18 Odia Digital

କଟକ: ତ୍ରିଶୁଳିଆ ଫକୀରପଡା ଠାରେ ଥିବା ଏକ ଘରୋଇ ବ୍ୟାଙ୍କ (bank)ରୁ ଲୁଟ୍‌ ଉଦ୍ୟମ ହୋଇଛି । ସିସିଚିଭିରେ କଏଦ ହୋଇଛି ଲୁଟ୍ ସମୟରେ ଲୁଟେରାଙ୍କ କାରନାମାର ସମ୍ପୂର୍ଣ୍ଣ ଭିଜୁଆଲ । ଯାହା ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

ସୂଚନା ମୁତାବକ, ବ୍ୟାଙ୍କ ଖୋଲିବା ସମୟରେ ତିନି ଜଣ ଦୁର୍ବୁତ୍ତ ବନ୍ଧୁକ (GUN) ଦେଖାଇ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ । ଏହା ଦେଖି ବ୍ୟାଙ୍କ କର୍ମଚାରୀ ନିଜ ଉପସ୍ଥିତ ବୁଦ୍ଧିର ପ୍ରୟୋଗ କରି ସାଇରନ ବଜାଇ ଦେଇଥିଲେ । ଫଳରେ ଲୁଟ କରିବା ପାଇଁ ଆସି ଥିବା ଦୁର୍ବୁତ୍ତମାନେ ଫେରାର ହୋଇଯାଇଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କଠାରୁ ଅଭିଯୋଗ ପାଇ ବାରଙ୍ଗ ଥାନା ପୋଲିସ (police) ବ୍ୟାଙ୍କରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି । ଏ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ।

https://www.youtube.com/watch?v=ic6o6amlZ_4

ଏହି ଖବର ପଢ଼ନ୍ତୁ -  ପ୍ରତ୍ୟେକ ପରିବାରକୁ ମାଗଣା LPG ସିଲିଣ୍ଡର ଓ ୧୫ଶହ ଟଙ୍କା ! କେମିତି ପାଇବେ ପଢନ୍ତୁ...
Published by:Soubhagya Mishra
First published: