ଝାରସୁଗୁଡ଼ା ଉପ କାରାଗାରରେ କଏଦୀଙ୍କୁ ଆତ୍ମ ନିର୍ଭରଶୀଳ ଲାଗି ଦିଆଯାଉଛି ପ୍ରଶିକ୍ଷଣ

ଉପ କାରାଗାରରେ ଏଲ.ଇ.ଡ଼ି. ବଲବ ଏସେମ୍ବଲ ୟୁନିଟ ଓ ଏକ ଡିଟରଜେଣ୍ଟ ୟୁନିଟର ଶୁଭାରମ୍ଭ କରାଯାଇଛି। ପ୍ରିଜନ ମିନିଷ୍ଟ୍ରି ଇଣ୍ଡିଆ ଓ ଝାରସୁଗୁଡ଼ା ଉପ କାରାଗାରର ଉଦ୍ୟମ କ୍ରମେ କଏଦୀମାନଙ୍କ ପାଇଁ ଏହିଭଳି ସୁନ୍ଦର ପ୍ରୟାସ କରାଯାଇଛି।

ଝାରସୁଗୁଡ଼ା ଉପ କାରାଗାରରେ କଏଦୀଙ୍କୁ ଆତ୍ମ ନିର୍ଭରଶୀଳ ଲାଗି ଦିଆଯାଉଛି ପ୍ରଶିକ୍ଷଣ

ଝାରସୁଗୁଡ଼ା ଉପ କାରାଗାରରେ କଏଦୀଙ୍କୁ ଆତ୍ମ ନିର୍ଭରଶୀଳ ଲାଗି ଦିଆଯାଉଛି ପ୍ରଶିକ୍ଷଣ

  • Share this:
News18 Odia Digital

ଝାରସୁଗୁଡ଼ା: ଉପ କାରାଗାରରେ କଏଦୀଙ୍କୁ ଆତ୍ମ ନିର୍ଭରଶୀଳ ଲାଗି ପ୍ରଶିକ୍ଷଣ ଦିଆଯାଉଛି। ଝାରସୁଗୁଡ଼ା ଉପ କାରାଗାରରେ ରାଜ୍ୟର ପ୍ରଥମ ଥର ପାଇଁ ଆରମ୍ଭ କରାଗଲା ଆତ୍ମନିର୍ଭରଶୀଳ କାର୍ଯ୍ୟକ୍ରମ। ଜେଲ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ କରାଗଲା ଝାରସୁଗୁଡ଼ା ଉପ କାରାଗାରକୁ। କେବଳ ଯେ କଏଦୀମାନେ ଭିତରେ ରହି ସଜା କାଟିବେ ତାହା ନୁହେଁ ସେମାନେ କିଭଳି ସଜା କାଟିସାରି ବାହାରକୁ ଗଲେ ଏକ ନୂଆଁ ପ୍ରୟାସ ଆରମ୍ଭ କରିବେ ବୋଲି ପ୍ରଶିକ୍ଷଣ ଦିଆଯାଉଛି।

ଉପ କାରାଗାରରେ ଏଲ.ଇ.ଡ଼ି. ବଲବ ଏସେମ୍ବଲ ୟୁନିଟ ଓ ଏକ ଡିଟରଜେଣ୍ଟ ୟୁନିଟର ଶୁଭାରମ୍ଭ କରାଯାଇଛି। ପ୍ରିଜନ ମିନିଷ୍ଟ୍ରି ଇଣ୍ଡିଆ ଓ ଝାରସୁଗୁଡ଼ା ଉପ କାରାଗାରର ଉଦ୍ୟମ କ୍ରମେ କଏଦୀମାନଙ୍କ ପାଇଁ ଏହିଭଳି ସୁନ୍ଦର ପ୍ରୟାସ କରାଯାଇଛି। ଜେଲ ଭିତରେ ଥିବା ୫ ଜଣ କଏଦୀ ଏହାର ପ୍ରଶିକ୍ଷଣ ଗ୍ରହଣ କରିସାରିଛନ୍ତି। ପର୍ଯ୍ୟାୟକ୍ରମେ ଅନ୍ୟ କଏଦୀମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯିବ। ପ୍ରିଜନ ମିନିଷ୍ଟ୍ରି ଅଫ ଇଣ୍ଡିଆ ପକ୍ଷରୁ ଏଲ.ଇ.ଡ଼ି. ବଲବ ଓ ଡିଟରଜେଣ୍ଟ ପାଇଁ ୧୩, ୫୦୦ ଟଙ୍କାର କଞ୍ଚାମାଲ ଯୋଗାଇ ଦିଆଯାଇଛି। ଗୋଟିଏ ଏଲ.ଇ.ଡ଼ି. ବଲବ ଏସେମ୍ବଲ କରିବା ପାଇଁ ୧୦ ରୁ ୧୫ ମିନିଟ ସମୟ ଲାଗୁଛି।

ଏହି ବଲବ ଗୁଡିକ ଜେଲରେ ବ୍ୟବହୃତ କରାଯିବ ପରବର୍ତ୍ତୀ ସମୟରେ ଏହାକୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ବ୍ୟବହାର କରାଯିବା ପାଇଁ ଚିଠି ଲେଖିବେ ଉପ କାରାଗାରର ଜେଲର ଦେବେନ୍ଦ୍ର ଥାରଟି ବୋଲି ସୂଚନା ଦେଇଛନ୍ତି।

ଗୋଟିଏ ବଲବ ତିଆରି କରିବା ପାଇଁ ୫୦ ରୁ ୬୦ ଟଙ୍କା ଖର୍ଚ୍ଚ ହେଉଛି। ଭଲ ଦୁଇ ପଇସା ରୋଜଗାର କରିପାରିବେ ଜେଲରେ ଥିବା କଏଦୀମାନେ। ନିଜର ସଜା କାଟି ବାହାରକୁ ଗଲାପରେ ସେହି କଏଦୀମାନେ ଜେଲରେ ଗ୍ରହଣ କରିଥିବା ପ୍ରଶିକ୍ଷଣ ସେମାନଙ୍କୁ ଆତ୍ମ ନିର୍ଭରଶୀଳ ହେବାପାଇଁ ସହାୟକ ହେବ ଓ ସେମାନେ କୌଣସି ଅପରାଧିକ କାର୍ଯ୍ୟପ୍ରତି ମନ ବଳାଇବେ ନାହିଁ। ସମାଜର ମୁଖ୍ୟଶ୍ରୋତରେ ସାମିଲ ହୋଇ ନିଜେ ଆତ୍ମ ନିର୍ଭରଶୀଳ ହେବା ସହିତ ନିଜ ପରିବାରର ପେଟ ପୋଷି ପାରିବେ।

ଝାରସୁଗୁଡ଼ା ଉପ କାରାଗାରରେ କଏଦୀମାନଙ୍କୁ କେବଳ ଏଲ.ଇ.ଡ଼ି. ବଲବ ଓ ଡିଟରଜେଣ୍ଟ ପାଉଡରର ପ୍ରଶିକ୍ଷଣ ଦିଆଯାଉଛି ତା ନୁହେଁ କଏଦୀ ମାନଙ୍କୁ କମ୍ପୁଟର ପ୍ରଶିକ୍ଷଣ ଓ ଇଂରାଜୀ କହିବା ପାଇଁ ମଧ୍ୟ ତାଲିମ ଦିଆଯାଉଛି। ସପ୍ତାହରେ ତିନି ଦିନ କମ୍ପୁଟର ଓ ଇଂରାଜୀ କହିବା ପାଇଁ ତାଲିମ ଦିଆଯାଇଛି। ଏହି ପ୍ରୟାସକୁ ସବୁ ମହଲରୁ ସ୍ୱାଗତ କରାଯାଇଛି। ଝାରସୁଗୁଡ଼ା ଉପ କାରାଗାରର ଏହିଭଳି ପ୍ରୟାସ କେବଳ ଯେ କଏଦୀମାନେ ଅପରାଧ କରିବା ଦିଗରୁ ମନ ବଳାଇବେ ନାହିଁ ଏହାଦ୍ୱାରା କଏଦୀମାନେ ଜେଲରେ ଥାଇ ଉତ୍ପାଦନ କରାଗଲେ ଆର୍ଥିକ ସମ୍ବଳ ସଂଗ୍ରହ କରିବାରେ ସହାୟକ ହୋଇପାରିବ।

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ସହିତ ଆତ୍ମନିର୍ଭରଶୀଳ ହେବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ଏହି ପ୍ରୟାସକୁ ସବୁ ମହଲରୁ ସ୍ୱାଗତ କରାଯାଉଛି।
Published by:Lipina Das
First published: