ମାରାତ୍ମକ ହୃଦରୋଗରୁ ବଞ୍ଚିବା ପାଇଁ ସଚେତନତା ଉପରେ ପ୍ରାଥମିକତା

ନିୟମିତ ଭାବରେ ହୃଦରୋଗ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରାଯିବା ଦରକାର । ସାହସର ସହ ଏହି ରୋଗକୁ ମୁକାବିଲା କରିବାକୁ ପଡିବ । ରୋଗକୁ ଭୟ ନକରି ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା କରାଯାଇପାରିବ । ସଚେତନତା ସୃଷ୍ଟି ହେଲେ ହିଁ ଏ ଦିଗରେ ସମାଜର ସୁରକ୍ଷା ହୋଇପାରିବ ।

ମାରାତ୍ମକ ହୃଦରୋଗରୁ ବଞ୍ଚିବା ପାଇଁ ସଚେତନତା ଉପରେ ପ୍ରାଥମିକତା

ମାରାତ୍ମକ ହୃଦରୋଗରୁ ବଞ୍ଚିବା ପାଇଁ ସଚେତନତା ଉପରେ ପ୍ରାଥମିକତା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଦିନକୁ ଦିନ ହୃଦରୋଗୀଙ୍କ ସଂଖ୍ୟା ବଢ଼ୁଛି । ସାରା ବିଶ୍ୱ ପାଇଁ ଏହା ଏବେ ଏକ ଚିନ୍ତାର କାରଣ ପାଲଟିଛି । ତେବେ ହୃଦରୋଗ କଣ, ଏହା କିପରି ହୁଏ ଓ ଏହାର ନିରାକରଣ ପାଇଁ କଣ କରାଯାଇପାରିବ ସେନେଇ ଚିନ୍ତାପ୍ରକଟ କରିଛନ୍ତି ଓଡ଼ିଶାର ପ୍ରଖ୍ୟାତ ହୃଦରୋଗ ଚିକିତ୍ସାକେନ୍ଦ୍ର କାର୍ଡିଓ କେୟାର  କେନ୍ଦ୍ରର ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡା. ଜେ କେ ପାଢ଼ୀ ।

ବଢୁଥିବା ହ୍ରଦରୋଗ ନେଇ ଚିନ୍ତା ପ୍ରକଟ କରିବା ସହ ଏ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଥିଲେ ଡା. ଜେଜେ ପାଢ଼ୀ ।  ସେ କହିଛନ୍ତି ଯେ, ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ବିଶ୍ୱ ହୃଦୟ ଦିବସ ପାଳନ କରାଯାଏ । ୱାର୍ଲ୍ଡ ହାର୍ଟ ଫେଡେରେସନ ତରଫରୁ ଏହି ଦିବସ ପାଳନ କରାଯାଉଛି । ଏବର୍ଷର ଥିମ ରହିଛି – ୟୁଜ୍ ୟୋର୍ ହାର୍ଟ ଟୁ ପ୍ରୋଟେକ୍ଟ ଦି କମ୍ୟୁନିଟି, ପ୍ରୋଟେକ୍ଟ ଦି ନେଚର ଆଣ୍ଡ ପ୍ରୋଟେକ୍ଟ ୟୋରସେଲ୍ଫ । ଅର୍ଥାତ ପରିବେଶ, ସମାଜ ସହିତ ନିଜକୁ ବଞ୍ଚାଇବା । ଏଥିସହ ହୃଦ ସମ୍ବନ୍ଧିତ ରୋଗ ଗୁଡିକୁ କମାଇବା ଦିଗରେ ଧ୍ୟାନ ଦେବା ।

ସେ ସ୍ପଷ୍ଟ କରିଛନ୍ତି ଯେ, ସମାଜରେ ହୃଦରୋଗ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରାଯିବା ଦରକାର । ସାହସର ସହ ଏହି ରୋଗକୁ ମୁକାବିଲା କରିବାକୁ ପଡିବ । ରୋଗକୁ ଭୟ ନକରି ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା କରାଯାଇପାରିବ । ସଚେତନତା ସୃଷ୍ଟି ହେଲେ ହିଁ ଏ ଦିଗରେ ସମାଜର ସୁରକ୍ଷା ହୋଇପାରିବ । ମୂଳ କଥା ହେଲା,  ଆଜିକାଲି ପରିବେଶ ଦୂଷିତ ହୋଇ ଉଠୁଥିବା ବେଳେ ସ୍ୱଚ୍ଛ ଅମ୍ଳଜାନର ଅଭାବ ପରିଲକ୍ଷିତ ହେଲାଣି । ଦୂଷିତ ଜଳବାୟୁ ଓ ପ୍ରଦୂଷଣ ପାଇଁ ଲୋକେ ହୃଦରୋଗରେ ପଡିବାର ସମ୍ଭାବନା ରହିଛି । ବାୟୁ ପ୍ରଦୂଷଣ କମାଇବା ପାଇଁ ସାଇକେଲର ବହୁଳ ବ୍ୟବହାର ଓ ପବ୍ଲିକ ଟ୍ରାନସପୋର୍ଟ ବ୍ୟବହାର କରିବାକୁ ପଡିବ । ଗାଡିରୁ ନିର୍ଗତ ଧୂଆଁ କମାଇବା ପାଇଁ ଗାଡିର ବ୍ୟବହାର କମାଇବାକୁ ପଡିବ ।

ଏସବୁ ସହିତ,  ଚିନ୍ତାମୁକ୍ତ ରହିବାକୁ ଚେଷ୍ଟା କରିବା ଉଚିତ । ଇମୋସନାଲ ନହୋଇ ଯୋଗ ଧ୍ୟାନ କରିବା ସହ ସୁଷମ ଖାଦ୍ୟ ଖାଇବାକୁ ପଡିବ । ଫଳ, ମାଛ, ଶାଗ, ପନିପରିବା ଖାଇବା ସହିତ ମାଂସ ଓ ଅଣ୍ଡା ଖାଦ୍ୟକୁ କମ୍ ଖାଇବାକୁ ପଡିବ । ଅଫିସ ଓ ଘରେ ଷ୍ଟ୍ରେସ୍ ଫ୍ରି ରହିବା ସହ କାମ ଚାପକୁ କମାଇବାକୁ ପଡିବ । ମନରେ ଶଙ୍କା, ମୁଣ୍ଡରେ ଚିନ୍ତା ଓ ଶରୀରରେ ଆଳସ୍ୟ ରୋଗର ମୂଳ କାରଣ । ତେଣୁ ଏ ଦିଗରେ ଯତ୍ନବାନ ହେବା ସହ ପ୍ରତିଦିନ ଶାରିରୀକ ପରିଶ୍ରମ ଓ ବ୍ୟାୟାମ କରିବା ଜରୁରୀ । ଏ ସବୁ ପ୍ରତି ଗୁରୁତ୍ୱ ଦେଲେ ହୃଦଘାତ ଓ ହୃଦରୋଗକୁ ଏଡେଇ ଦେଇହେବ ବୋଲି ବରିଷ୍ଠ ଡାକ୍ତର ଜେ କେ ପାଢ଼ୀ କହିଛନ୍ତି । ଏହି ଦିବସର ଭାବନାକୁ କେବଳ ଗୋଟିଏ ଦିନ ଭିତରେ ସୀମିତ ନରଖି ବର୍ଷ ତମାମ ଏହା ଉପରେ ଗୁରୁତ୍ୱ ଦିଆଯିବା ଦରକାର ।
Published by:Soubhagya Mishra
First published: