ପ୍ରିନ୍ସ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା; ସାଙ୍ଘାତିକ ଅଭିଯୋଗ ଆଣିଲେ ବାପା

ହଠାତ ୧୮ ତାରିଖ ରାତିରେ ରହୁଥିବା ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ ଆଉ ଗୁରୁବାର କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କଲେ ପ୍ରିନ୍ସ କଲେଜ ଛାତ୍ରୀ। ତେବେ ମୃତ୍ୟୁ ପରେ ଏବେ ପରିବାର ପକ୍ଷରୁ ଆସିଛି ସାଙ୍ଘାତିକ ଅଭିଯୋଗ।

ପ୍ରିନ୍ସ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା

ପ୍ରିନ୍ସ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା

  • Share this:
News18 Odia Digital

ବାଲେଶ୍ବର: ପ୍ରିନ୍ସ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାର ଏଫଆଇଆର ଦଖଲକୁ ବିତିଲାଣି ୨୪ ଘଣ୍ଟାରୁ ଅଧିକ ସମୟ। ଆତ୍ମହତ୍ୟା ପରେ ଛାତ୍ରୀଙ୍କ ବାପାଙ୍କ ସାଙ୍ଘାତିକ ଅଭିଯୋଗ ରାଗିଂ କରି ମାନସିକ ନିର୍ଯ୍ୟାତନା ଦେବା ଫଳରେ ଝିଅ କରିଛି ଆତ୍ମହତ୍ୟା। ସେପଟେ କଲେଜ କତ୍ତୃପକ୍ଷ କହିଛନ୍ତି ୨୦୦ ଟଙ୍କା ଚୋରି ନେଇ ରୁମମେଣ୍ଟ ସହିତ ବିବାଦ ଉପୁଜିଥିଲା ହେଲେ ରାଗିଂ ହୋଇନାହିଁ।

ମାତ୍ର ୧୭ ବର୍ଷର ଛାତ୍ରୀ। ହଠାତ ୧୮ ତାରିଖ ରାତିରେ ରହୁଥିବା ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିବା ଉଦ୍ୟମ କରିଥିଲେ। ଆଉ ଗୁରୁବାର କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି ସେ। ତେବେ ମୃତ୍ୟୁ ପରେ ଏବେ ପରିବାର ପକ୍ଷରୁ ଆସିଛି ସାଙ୍ଘାତିକ ଅଭିଯୋଗ।

ମାତ୍ର ୨୦୦ ଟଙ୍କା ପାଇଁ ଝିଅର ଜୀବନ ଯାଇଥିବା ଅଭିଯୋଗରେ ଦର୍ଶାଇଛନ୍ତି ମୃତ ଛାତ୍ରୀର ବାପା। ଘଟଣା ଅନୁସାରେ ବାଲେଶ୍ୱର ଜିଲ୍ଲା ସଦର ଥାନା ଭୋଇସାହି ନିକଟରେ ଥିବା ପ୍ରିନ୍ସ କଲେଜ ଜଣେ ଯୁକ୍ତ ଦୁଇର ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ନିଜ ହଷ୍ଟେଲର ତୃତୀୟ ମହଲାରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଛାତ୍ରୀ। ଗତ ବୁଧବାର ରାତିରେ ଛାତ୍ରୀ ଜଣଙ୍କ ହଷ୍ଟେଲ ଛାତରୁ ଡେଇଁବା ପରେ ପ୍ରଥମେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ଓ ପରବର୍ତ୍ତୀ ସମୟରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଗୁରୁବାର କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ତେବେ ମୃତ୍ୟୁ ପରେ ଛାତ୍ରୀଙ୍କ ବାପା ଆଣିଛନ୍ତି ସଘାତକି ଅଭିଯୋଗ। ଏଫଆଇଆରରେ ବାପା କହିଛନ୍ତି, ‘‘ମୋ ଝିଅ ରହୁଥିବା ରୁମରେ ଜଣେ ଛାତ୍ରୀର ୨୦୦ ଟଙ୍କା ଚୋରି ହୋଇ ଯାଇଥିଲା ଆଉ ସେହି ଟଙ୍କା ମୋ ଝିଅ ନେଇଥିବା ଅଭିଯୋଗ କରିଥିଲେ ରୁମମେଣ୍ଟ। ଏନେଇ ତାଙ୍କୁ ତିନି ସାଙ୍ଗ ରୁମମେଣ୍ଟ ଗାଳି ଗୁଳଜ କରିବା ସହିତ ହଷ୍ଟେଲ ୱାର୍ଡନଙ୍କୁ ମଧ୍ୟ ଜଣାଇଥିଲେ ହେଲେ ସେ ସମାଧାନ ପରିବର୍ତ୍ତେ ଟଙ୍କା ଫେରାଇ ଦେବାକୁ କହିବା ସହିତ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିଲେ। ଯାହାକୁ ନେଇ ମୋ ଝିଅ ମୃତ୍ୟୁ ପୂର୍ବରୁ ଆମକୁ କହିବା ସହିତ ଟଙ୍କା ମାଗିଥିଲେ ଫେରାଇବାକୁ। ମାତ୍ର ରାତିରେ କଲେଜ କତ୍ତୃପକ୍ଷ ଝିଅ ମେଡିକାଲରେ ଥିବା ଫୋନ କରି କହିଥିଲେ।"

ସକାଳେ ଟଙ୍କା ଦେବା ଆଗରୁ ସେ ଆତ୍ମହତ୍ୟା ଉଦ୍ୟମ କରି ସାରିଥିଲେ ବୋଲି ପରିବାର ଅଭିଯୋଗ ଆଣିଛି।

ସେପଟେ ଘଟଣାକୁ ନେଇ ଗୁରୁବାର ରାତିରେ କଲେଜ ପରିସରରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ଛାତ୍ରୀ ପରିବାର ଅଭିଯୋଗ ଅନୁସାରେ ସଦର ଥାନା ପୋଲିସ ୧୫୦/ ୨୨ ମାମଲା ରୁଜୁ କରି ୩୦୨ ଧାରା ଲଗାଇ ତଦନ୍ତ ଜାରି ରଖିଛି ବୋଲି ଏସଡିପିଓ ପଦାରବିନ୍ଦ ତ୍ରିପାଠୀ କହିଛନ୍ତି।

ସେହିପରି ଏନେଇ କଲେଜ କର୍ତ୍ତୃପକ୍ଷ ଟଙ୍କା ପାଇଁ ରୁମମେଣ୍ଟ ମଧ୍ୟରେ ପାଟିତୁଣ୍ଡ କଥାକୁ ସ୍ୱୀକାର କରିଛନ୍ତି। ହେଲେ ଏଥିରେ କଲେଜ କର୍ତ୍ତୃପକ୍ଷଙ୍କ କୌଣସି ଭୁଲ ନଥିବା ବେଳେ ମ୍ୟାନେଜମେଣ୍ଟ ପାଖକୁ ସକାଳେ ଘଟଣା ଆସିବା ପୂର୍ବରୁ ସେ ଆତ୍ମହତ୍ୟା କରି ଦେଇଥିବା କହିଛନ୍ତି। ହେଲେ ଏସବୁ ଭିତରେ କଲେଜ ରାଗିଂ କଥା ମାନୁ ନଥିବା ବେଳେ ୱାର୍ଡେନ ଗାଳି ବା ନିର୍ଯାତନା ଦେବାକୁ ମଧ୍ୟ ସ୍ୱୀକାର କରୁ ନାହାଁନ୍ତି କେହି।

ପ୍ରିନ୍ସ କଲେଜ ଏକାଡେମୀ ହେଡ ସତ୍ୟମ ଶିବମ ଦାସ କହିଛନ୍ତି ଯେ ୨୦୦ ଟଙ୍କା ଚୋରି ନେଇ ପାଟିତୁଣ୍ଡ ସାଙ୍ଗମାନଙ୍କ ମଧ୍ୟରେ ହୋଇଥିଲା। ଏନେଇ ସକାଳେ ମ୍ୟାନେଜମେଣ୍ଟ ପାଖକୁ ଖବର ଆସିଥିଲେ ଆମେ ସମାଧାନ କରିଥାନ୍ତୁ ହେଲେ ଏହା ପୂର୍ବରୁ ସେ ଛାତରୁ ଡେଇଁ ପଡ଼ିଲେ ଆମେ ଖବର ପାଇ ସଙ୍ଗେ ସଙ୍ଗେ ମେଡିକାଲ ନେଇଥିଲୁ ମାତ୍ର ଝିଅ ଜୀବନ ବଞ୍ଚି ପାରିଲାନି।

ଯଦି ୨୦୦ ଟଙ୍କା ପାଇଁ ରୁମମେଣ୍ଟଙ୍କ ମଧ୍ୟରେ ବିବାଦ ଥିଲା ତେବେ କାହିଁକି କଲେଜ କର୍ତ୍ତୃପକ୍ଷଏହାକୁ ସମାଧାନ କରିବାକୁ ଚେଷ୍ଟା କଲେନି ଏବେ ପ୍ରଶ୍ନ ଉଠୁଛି ମାତ୍ର ୨୦୦ ଟଙ୍କା ନା ଆତ୍ମହତ୍ୟା ପଛରେ ଆଉ କିଛି କାରଣ ଅଛି ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।
Published by:Lipina Das
First published: