ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି!

 ବିଜେପି ସାଧାରଣ ସମ୍ପାଦକଙ୍କ ସୂଚନା। ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ମୋଦି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର:  ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦାନ କରିବାକୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତ କରିପାରନ୍ତି । ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ଦେଶରେ ବିଭିନ୍ନ ସ୍ଥାନରେ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କାର୍ଯ୍ଯକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହୁଛନ୍ତି । ସେହି କ୍ରମରେ ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ଉଦଘାଟନୀ କାର୍ଯ୍ୟକ୍ରମରେ ସେ ଯୋଗଦାନ କରିପାରନ୍ତି । ପୁରୀରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । 

ସୂଚନାଯୋଗ୍ୟ, ଖୁବ୍ ଶୀଘ୍ର ଓଡ଼ିଶା ଦେଇ ଦୌଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ଶୁକ୍ରବାର ବନ୍ଦେ ଭାରତ ଏକ୍ସପ୍ରେସର ହୋଇଛି ଟ୍ରାଏଲ ରନ୍ । କୋଲକାତା ହାଓଡ଼ା ଷ୍ଟେସନରୁ ସକାଳ ୬ଟା ୧୦ ମିନିଟରେ ଛାଡ଼ି ପୁରୀ ଷ୍ଟେସନରେ ପହଞ୍ଚିଥିଲା ମଧ୍ୟାହ୍ନ ୧୨ଟା ୩୫ ମିନିଟରେ । ପରେ ଅପରାହ୍ନ ୧ଟା ୫୦ ମିନିଟରୁ ପୁରୀରୁ ଛାଡ଼ି ହାଓଡ଼ା ଅଭିମୁଖେ ଯାତ୍ରା କରିଥିଲା ।  ଓଡ଼ିଶା ଭିତରେ ୬ଟି ଷ୍ଟେସନ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ବର, ଖୋର୍ଦ୍ଧା ରୋଡ୍‌ରେ ୨ ମିନିଟ୍ ଲେଖାଏଁ ଅଟକିଥିଲା । ଶେଷରେ ପହଞ୍ଚିଥିଲା ପୁରୀ ଷ୍ଟେସନରେ । ପୁଣି ପୁରୀରୁ ହାଓଡ଼ା ଅଭିମୁଖେ ଯାତ୍ରା କରିଥିଲା । ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ଦେଖିବା ପାଇଁ ଏସବୁ ଷ୍ଟେସନରେ ଲାଗିଥିଲା ଲୋକଙ୍କ ଭିଡ଼ ।

ବନ୍ଦେ ଭାରତ ଏକ୍ସପ୍ରେସରେ ମୋଟ ୧୬ଟି କୋଚ୍ ରହିଛି । ଯାହା ଭିତରେ ୨ଟି ଏକଜିକ୍ୟୁଟିଭ୍ କୋଚ୍, ବାକି ୧୪ଟି ଏସି କୋଚ୍ । ଏହାର ଯାତ୍ରୀଧାରଣ ସଂଖ୍ୟା ହେଲା ୧୧୨୮ । ମେ ତୃତୀୟ ସପ୍ତାହରେ ଓଡ଼ିଶା ଭିତରେ ବନ୍ଦେ ଭାରତ ଏକ୍ସପ୍ରେସ୍ ସେବା ଆରମ୍ଭ ହେବା ନେଇ ସୂଚନା ମିଳୁଛି । ବର୍ତ୍ତମାନ ସୁଦ୍ଧା ଦେଶର ୯ଟି ରୁଟ୍‌ରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି। ଓଡ଼ିଶା ଦେଇ ତିନିଟି ରୁଟ୍ ପୁରୀ-ହାଓଡା, ପୁରୀ-ରାୟପୁର ଓ ଭୁବନେଶ୍ବର-ହାଇଦ୍ରାବାଦ ରୁଟ୍‌ରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବାକୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ ।
Published by:Soumya Das
First published: