ଗୋଟିଏ ଦିନରେ ସୁନା ଦର ବଢ଼ିଲା ₹୭୫୨, ରୂପା ଦର ବଢ଼ିଲା ₹୯୬୦; ଟଙ୍କାର ମୂଲ୍ୟ କମିଲା

ଗଭୀର ସଙ୍କଟ ଦେଇ ଚାଲିଥିବା ଭାରତୀୟ ଅର୍ଥନୀତିକୁ ଲାଗିଛି ପୁଣି ଏକ ଝଟକା । ଇରାନ ଉପରେ ଆମେରିକା ଏୟାର ଷ୍ଟ୍ରାଇକ ପ୍ରଭାବ ଯୋଗୁଁ ଟଙ୍କାର ମୂଲ୍ୟ ୪୨ ପଇସା ହ୍ରାସ ପାଇଥିବାବେଳେ ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ଘଟିଛି ।

ଗୋଟିଏ ଦିନରେ ସୁନା ଦର ବଢ଼ିଲା ₹୭୫୨, ରୂପା ଦର ବଢ଼ିଲା ₹୯୬୦; ଟଙ୍କାର ମୂଲ୍ୟ କମିଲା
ସୁନା ଏବଂ ରୁପା ଖଣ୍ଡ
  • News18 Odia
  • Last Updated: January 4, 2020, 2:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତର ଅର୍ଥନୈତିକ ଅବସ୍ଥା ଗଭୀର ସଙ୍କଟଦେଇ ଗତି କରୁଥିବାବେଳେ ବେଡି ଉପରେ କୋରାଡ଼ା ମାଡ଼ ଭଳି ଗୋଟିଏ ଦିନ ଭିତରେ ଟଙ୍କାର ମୂଲ୍ୟ ହ୍ରାସ ପାଇବା ସହ ସୁନା ଏବଂ ରୂପା ଦାମ ବଢ଼ିଛି । ଇରାନ ଉପରେ ଆମେରିକା ଦ୍ବାରା କରାଯାଇଥିବା ଏୟାର ଷ୍ଟ୍ରାଇକର ପ୍ରଭାବ  ଭାରତ ଉପରେ ପଡ଼ିବା ସହ ଟଙ୍କାର ମୂଲ୍ୟ ୪୨ ପଇସା ହ୍ରାସ ଘଟି ୭୧ ଟଙ୍କା ୮୦ ପଇସାରେ ପହଞ୍ଚିଛି । ସେହିପରି ସୁନା ଦର ୧୦ ଗ୍ରାମ ପ୍ରତି ୭୫୨ଟଙ୍କ ବଢ଼ି ୪୦, ୬୫୨ ଟଙ୍କାରେ ପହଞ୍ଚିଥିବାବେଳେ ରୂପା କିଲୋ ପିଛା ମୂଲ୍ୟ ୯୬୦ଟଙ୍କା ବଢ଼ି ୪୮, ୮୭୦ ଟଙ୍କାରେ ପହଞ୍ଚିଯାଇଛି । ଆମେରିକାର ଇରାନ ଉପରେ ଏପରି ଅତର୍କିତ ଆକ୍ରମଣ ଯୋଗୁଁ ବିଶ୍ବରେ ତୈଳ ଦର ବୃଦ୍ଧି ଘଟିଥିବା ବେଳେ ସୁନା ଏବଂ ରୂପା ଦର ମଧ୍ୟ ବଢ଼ିଛି । ରାଜଧାନୀ ଭୁବନେଶ୍ବରେ ସୁନା ୧୦ଗ୍ରାମ ପ୍ରତି ୪୦, ୧୦୦ଥିବାବେଳେ ରୁପାର କିଲୋପିଛା ମୂଲ୍ୟରେ ବୃଦ୍ଧି ଘଟି ୪୮, ୫୦୦ ଛୁଇଁଛି । ଶେଷଥର ପାଇଁ ୨୦୧୯ ନଭେମ୍ବର ୨୦ ତାରିଖରେ ଡଲାର ତୁଳନାରେ ଟଙ୍କା ଏହି ସ୍ତରରେ କାରବାର ଶେଷ ହୋଇଥିଲା ।

ଭାରତୀୟ ଟଙ୍କା


କ୍ରମାଗତ ବର୍ଦ୍ଧିତ ଦରଦାମ ଏବଂ ଟଙ୍କାର ମୂଲ୍ୟ ହ୍ରାସ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସରକାର ଅର୍ଥନୈତିକ ସଂସ୍କାର ପାଇଁ ଅନେକ ପଦେକ୍ଷେପ ନେଉଥିବାବେଳେ ଅଚାନକ ଏଭଳି ଦୁର୍ଘଟଣା ସେଥିରେ ବାଧକ ସାଜୁଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବହୁବାର ଅର୍ଥନୈତିକ ସଂସ୍କାର ନେଇ ବଡ଼ ବଡ଼ ପଦେକ୍ଷପ ନେଉଥିଲେବି ତାହା ଫଳପ୍ରଦ ହେଉଥିବା ଦେଖାଯାଉନି । କିଛି ଦିନ ପୂର୍ବରୁ ଅଟୋମୋବାଇଲ ସେକ୍ଟରର ସ୍ଥିତି ସୁଧାରିବା ପାଇଁ ବେଲଆଉଟ ପ୍ୟାକେଜ ଘୋଷଣା କରିଥିବାବେଳେ କର୍ପୋରେଟ ଟ୍ୟାକ୍ସ ମଧ୍ୟ ହ୍ରାସ କରିଥିଲେ ।
Published by: Durgamadhab Rath
First published: January 4, 2020, 2:51 PM IST
corona virus btn
corona virus btn
Loading