ଡ୍ରାଇଭର ଆନ୍ଦୋଳନ ପାଇଁ ପରିବା ବଜାରରେ ନିଆଁ !

ଡ୍ରାଇଭରଙ୍କ ଧର୍ମଘଟ ଯୋଗୁଁ ପନିପରିବା ବଜାରରେ ଏବେ ହାଇରେଟ୍‌ । କଞ୍ଚା ପନିପରିବା ଟ୍ରକ୍‌କୁ ବାଟରେ ଅଟକାଇବା ସହ ବଜାରରେ ପହଞ୍ଚାଇ ଦେଉନାହାନ୍ତି ଆନ୍ଦୋଳନକାରୀ । କାଲି ମାଲ୍ ନଆସିଲେ ରାଜଧାନୀ ମିଳିବନି ପନିପରିବା ।

ଡ୍ରାଇଭର ଆନ୍ଦୋଳନ ପାଇଁ ପରିବା ବଜାରରେ ନିଆଁ ! କାଲି ମିଳିବନି ପରିବା ?

ଡ୍ରାଇଭର ଆନ୍ଦୋଳନ ପାଇଁ ପରିବା ବଜାରରେ ନିଆଁ ! କାଲି ମିଳିବନି ପରିବା ?

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ରାଜ୍ୟର ଅନେକ ସ୍ଥାନରେ ଅଡ଼ୁଆ ହେଉଛି ସ୍ଥିତି । ଡ୍ରାଇଭର ଆନ୍ଦୋଳନ (drivers protest) ନେଇ ପରିବା ବଜାରରେ ନିଆଁ । କାଲି ମାଲ୍ ନଆସିଲେ ରାଜଧାନୀ ମିଳିବନି ପନିପରିବା (vegetable) । ଆନ୍ଦୋଳନ ପାଇଁ ବିଭିନ୍ନ ସ୍ଥାନରେ ଅଟକି ରହିଛି ପ୍ରାୟ ୧୦୦ ରୁ ଉର୍ଦ୍ଧ୍ୱ ପନିପରିବା ଗାଡ଼ି ।

ଡ୍ରାଇଭରଙ୍କ ଧର୍ମଘଟ ଯୋଗୁଁ ପନିପରିବା ବଜାରରେ ଏବେ ହାଇରେଟ୍‌ । ଏମିତିକି କଞ୍ଚା ପନିପରିବା ଟ୍ରକ୍‌କୁ ବାଟରେ ଅଟକାଇ ଦେବା ସହ ବଜାରରେ ପହଞ୍ଚାଇ ଦେଉନାହାନ୍ତି ଆନ୍ଦୋଳନକାରୀ । ଯେଉଁ ପରିବା ରେଟ୍‌ କେଜି ୨୦ରୁ ୨୫ ଟଙ୍କା ଥିଲା ତାହାଏବେ କେଜି ପ୍ରତି ୫୦ ଟଙ୍କାରେ ପହଞ୍ଚିଲାଣି । ଧର୍ମଘଟ ଜାରି ରହିଲେ ରେଟ୍‌ ଆଗକୁ ଆହୁରି ବଢ଼ିବ । ରାଜଧାନୀର ମୁଖ୍ୟ ମଣ୍ଡି ଏକ ନମ୍ବରରେ ପହଞ୍ଚି ପାରିନି ପରିବା ଟ୍ରକ୍‌ । ତେଣୁ ଯାହା ଥିଲା ତାକୁ ମନଇଚ୍ଛା ରେଟ୍‌ରେ ବିକ୍ରି ହେଉଛି । ପ୍ରତ୍ୟକ ଦିନ ବାହାର ରାଜ୍ୟର ୧୦୦ ଗାଡ଼ି ଓ ଲୋକାଲ ପାଖାପାଖି ୧୫୦ଟି ଛୋଟ ଗାଡ଼ିରେ ପରିବା ଏଠାକୁ ଆସିଥାଏ । ହେଲେ ଆନ୍ଦୋଳନ ଯୋଗୁଁ ଗୋଟିଏ ବି ଗାଡ଼ି ଆସିନି । ଏପଟେ ରେଟ୍‌ ବଢ଼ିଥିବାରୁ ଗ୍ରାହକ ଓ ବ୍ୟବସାୟୀ ମଧ୍ୟରେ ବଢ଼ିଛି ଅସନ୍ତୋଷ । କଞ୍ଚା ପରିବା ସଂଘ ସଭାପତିଙ୍କ କହିବାନୁଯାୟୀ ବଜାରରେ ଯେତିକି ପରିବା ଅଛି ଶୁକ୍ରବାର ପର୍ଯ୍ୟନ୍ତ ଚାଲିଯିବ । ଆଗକୁ ଉପୁଜିପାରେ ସମସ୍ୟା । ସେହିପରି ବ୍ୟବସାୟୀ ସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି କି ଷ୍ଟ୍ରାଇକ୍‌ ପାଇଁ ରାସ୍ତା ଉପରେ ଟ୍ରକ୍‌ ଛିଡ଼ା ହୋଇଛି । ଅତ୍ୟାବଶକୀୟ ଜିନିଷ ସହ ଯେତିକି ଆଳୁ ପିଆଜ ଅଛି ୧୫ ଦିନ ଯାଏ ଚାଲିଯିବ । କଳାବଜାରୀ ଉପରେ ନଜର ରଖାଯାଇଛି ।

ସେହିପରି ପରିବା ହବ୍‌ ଭାବେ ପରିଚିତ କଟକ ଛତ୍ରବଜାରର ବି ପଡ଼ିଛି ଧର୍ମଘଟର ପ୍ରଭାବ । ବର୍ଷତମମାମ ରାଜ୍ୟ ବାହାର ପରିବା ଗାଡ଼ି ଓ ସ୍ଥାନୀୟ ଗ୍ରାହକଙ୍କ ଗହଳିରେ ପୁରି ଉଠୁଥିବା ଏହି ବଜାର ଏବେ ଏକ ପ୍ରକାରର ଖାଁ ଖାଁ ଲାଗୁଛି । ବଜାରରୁ ବିନ୍ସ, ଗାଜର, ବିଟ୍ସ, ପୋଟଳ, ଅମୃତଭଣ୍ଡା, ଗ୍ରୀନ ମଟର ଓ କଲରା ଭଳି ରାଜ୍ୟ ବାହାରୁ ଆମଦାନୀ ହେଉଥିବା ପରିବା ଏକପ୍ରକାର ଗାୟବ ହୋଇଯାଇଛି । ଯେଉଁ କିଛି ପରିବା ବି ବିକ୍ରି ହେଉଛି ତାହା ମଧ୍ୟ ଅମୂଲ ମୂଲ ହୋଇଛି । ଏଠି ବି ସବୁ ରେଟ୍‌ କିଲୋପ୍ରତି ୨ ଗୁଣା ବଢ଼ିଯାଇଛି । ଛତ୍ରବଜାରକୁ ପରିବା ନେଇ ଆସୁଥିବା ଟ୍ରକ୍‌ ଗୁଡ଼ିକ ବିଭିନ୍ନ ସ୍ଥାନରେ ଫସିଯାଇଛି । ପୁରୀରେ ମଧ୍ୟ ସମାନ ଅବସ୍ଥା । ପରିବା ଆସୁନଥିବାରୁ ରେଟ୍‌ରେ ହାତ ମାରି ହେଉନି ।

ଏହି ଖବର ପଢ଼ନ୍ତୁ - http://Black Potato Farming: କଳା ଆଳୁ ଚାଷ କରି ଚର୍ଚ୍ଚାରେ ଚାଷୀ ଆଶିଷ୍: ଦାମ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ସେପଟେ ରାସ୍ତାରେ ଅଟକିବା ଯୋଗୁଁ ଟ୍ରକରେ ଥିବା ପରିବା ଗୁଡ଼ିକ ଧିରେ ଧିରେ କରି ନଷ୍ଟ ହେବାକୁ ବସିଛି । ଆଗକୁ ଆନ୍ଦୋଳନ ଜାରି ରହିଲେ ଖେତରେ ଥିବା ପରିବା ଗୁଡ଼ିକ ମଧ୍ୟ ନଷ୍ଟ ହୋଇଯିବାର ସମ୍ଭାବନା ଦେଖାଦେଇଛି ।.
Published by:Soubhagya Mishra
First published: