News18 Odia Digital
ନୂଆ ଦିଲ୍ଲୀ: ଦେଶର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ (President Ramnath Kovind) ବାଲ୍ୟକାଳ ଦୁଃଖରେ ବିତିଥିଲା । ଉତ୍ତର ପ୍ରଦେଶର (Uttar Pradesh) କାନପୁର ନିକଟସ୍ଥ ଏକ ମଫସଲ ଗାଁରେ ଏକ ଗରିବ ଦଳିତ ପରିବାରରେ ଜନ୍ମ ହୋଇଥିବା ରାମନାଥ ପିଲାଟି ବେଳେ ନିଜ ମା’ଙ୍କୁ ହରେଇଥିଲେ ।
ପାଞ୍ଚ ଭାଇ ଓ ଦୁଇ ଭଉଣୀଙ୍କ ମଧ୍ୟରେ ସବୁଠୁ ସାନ ରାମନାଥ ଯେତେବେଳେ ମାତ୍ର ପାଞ୍ଚ ବର୍ଷର ହୋଇଥିଲେ, ସେତେବେଳେ ତାଙ୍କ ଚାଳ ଛପର ଘରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ବେଳେ ରାମନାଥ ଘର ଭିତରେ ନିଜ ମା’ଙ୍କ ସହ ଥିଲେ । ରାମନାଥଙ୍କୁ ସାହି ପଡ଼ିଶା ଲୋକେ କୌଣସି ପ୍ରକାର ନିଆଁ ଭିତରୁ ବାହାରକୁ ବାହାରକରି ଆଣିଥିଲେ, ହେଲେ ତାଙ୍କ ମା’ ନିଆଁରେ ଜଳିଯାଇଥିଲେ ଓ ମୃତ୍ୟୁ ବରଣ କରିଥିଲେ । ପରେ ସେହି ଘର ଓ ଜମିକୁ ରାମନାଥ କୋବିନ୍ଦ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘକୁ (RSS) ଦାନ କରିଦେଇଥିଲେ ।
ଏହା ବି ପଢ଼ନ୍ତୁ | ୧, ୨, ୩… : ଆଗ ବାପା ଚାଲିଗଲେ କରୋନା ସଂକ୍ରମଣରେ; ତା’ ପରେ ସାନ ପୁଅ, ତା’ ପରେ ବଡ଼ ପୁଅଏବେ ୭୫ ବର୍ଷ ବୟସରେ ପହଞ୍ଚିଥିବା ରାମନାଥ କୋବିନ୍ଦ (Ramnath Kovind) ପ୍ରାଥମିକ ବିଦ୍ୟାଳୟକୁ ଯିବା ପାଇଁ ଘରୁ ଆଠ କିଲୋମିଟର ଚାଲି ଚାଲି ସ୍କୁଲକୁ ଯାଉଥିଲେ । ଅସଲରେ ତାଙ୍କ ଗାଁରେ କାହାରି ପାଖରେ ସାଇକେଲ୍ ଖଣ୍ଡେ ନ ଥିଲା । ସେହି ଗାଁରେ ରହୁଥିବା ତାଙ୍କ କୋରି ଜାତିର ଲୋକେ ଭାରି ଗରିବ ଥିଲେ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ (ଫାଇଲ୍ ଫଟୋ)
ରାମନାଥଙ୍କ ବଡ଼ ଭାଇମାନେ ତାଙ୍କ ଭିତରେ ଶିକ୍ଷା ପ୍ରତି ଆଗ୍ରହ ଦେଖିବା ପରେ ତାଙ୍କୁ କାନପୁର ସହରରେ ରହୁଥିବା ନିଜ ବଡ଼ ଭଉଣୀ ଘରକୁ ପଠେଇ ଦେଇଥିଲେ । ରାମନାଥ ସେଠି ରହି ହାଇ ସ୍କୁଲ୍ ଓ କଲେଜ ଶିକ୍ଷା (ବି.କମ୍.) ପୂରା କରିଥିଲେ । ତା’ ପରେ ସେ ଆଇନ ପାଠରେ ସ୍ନାତକ ଡିଗ୍ରୀ (LlB) ହାସଲ କରିଥିଲେ ।
ଏହା ବି ପଢ଼ନ୍ତୁ | କୋଭିଡ୍ କଟକଣାକୁ ଫୁ କରି ସୁକିନ୍ଦା ତଦସିଲଦାର୍ ନାଚିଲେ ନାଗୁଣୀ ନାଚ; ପୋଲିସ୍ ମାମଲା ରୁଜୁ କଲାଆଇ.ଏ.ଏସ୍. ଅଫିସର୍ (IAS officer) ହେବା ପାଇଁ ପ୍ରଥମରୁ ଆଗ୍ରହୀ ଥିବା ରାମନାଥ କୋବିନ୍ଦ ୟୁ.ପି.ଏସ୍.ସି. (UPSC) ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ ଓ ପରୀକ୍ଷା ଦେଉଥିଲେ । ତୃତୀୟ ଥର ପରୀକ୍ଷା ଦେବା ପରେ ସେ ପାସ୍ କଲେ, ହେଲେ ତାଙ୍କୁ ଏଲାୟଡ୍ ସର୍ଭିସେଜ୍ ମିଳିବାରୁ ସେ ଯୋଗ ଦେଇ ନ ଥିଲେ ଓ ୧୯୭୧ରେ ଦିଲ୍ଲୀରେ ଓକିଲାତି ଆରମ୍ଭ କରିଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବାରିପଦା COVID ହସ୍ପିଟାଲରେ ଉଲଗ୍ନ ହୋଇ ପଡ଼ିଛନ୍ତି ରୋଗୀ; କେହି ଶୌଚାଳୟରେ ତ କେହି କରିଡରରେ ପଡ଼ିଛିଦିଲ୍ଲୀ ହାଇ କୋର୍ଟ ଓ ସୁପ୍ରିମ୍ କୋର୍ଟରେ ଓକିଲାତି କରିବା ବେଳେ ଗରିବ ଓ ତଳିଆ ସାମାଜିକ ବର୍ଗର ଲୋକଙ୍କୁ ସେ ବିନା ଫି’ରେ ଆଇନ ସେବା ଯୋଗାଇ ଦେଉଥିଲେ । ପ୍ରଥମରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର (RSS) ବିଚାରଧାରା ପ୍ରତି ଆକୃଷ୍ଠ ଥିବା ରାମନାଥ ୧୯୭୭ରେ ଆର୍.ଏସ୍.ଏସ୍.ରେ ଯୋଗଦେଇଥିଲେ । ସେ ୧୯୯୧ରେ ବିଜେପିରେ ଯୋଗ ଦେଇଥିଲେ ଓ ୧୯୯୮ରୁ ୨୦୦୨ ପର୍ଯ୍ୟନ୍ତ ବିଜେପିର ଦଳିତ ମୋର୍ଚ୍ଚାର ସଭାପତି ଥିଲେ ।
ଏହା ବି ପଢ଼ନ୍ତୁ ଓ ତାଙ୍କ ଗୀତ ଶୁଣନ୍ତୁ | ‘ଜୀବନରେ ଯେବେ ମୋ’ର ଆସିବ ସନ୍ଧ୍ୟା…’: ଭୁଲି ହେବନି ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କୁବିଜେପିରେ ଯୋଗ ଦେବା ପରେ ରାମନାଥ କୋବିନ୍ଦ ଦୁଇ ଦୁଇ ଥର ଉତ୍ତର ପ୍ରଦେଶରେ ବିଧାନ ସଭା ନିର୍ବାଚନ ବିଜେପି ଟିକେଟରେ (ଘାତମପୁର ଓ ଭୋଗନିପୁରରୁ) ଲଢ଼ିଥିଲେ, ହେଲେ ଦୁଇ ଥର ଯାକ ସେ ହାରିଯାଇଥିଲେ । ଏପ୍ରିଲ୍ ୧୯୯୪ରେ କୋବିନ୍ଦ ରାଜ୍ୟ ସଭାରୁ ନିର୍ବାଚିତ ହୋଇଥିଲେ ଓ ଲଗାତର ୧୨ ବର୍ଷ ରାଜ୍ୟସଭା ସଦସ୍ଯ ରହିଥିଲେ । ଜୁଲାଇ ୨୦୧୭ରେ ରାଷ୍ଟ୍ରପତି ହେବା ପୂର୍ବରୁ ରାମନାଥ କୋବିନ୍ଦ ବିହାରର ରାଜ୍ୟପାଳ ଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ସୁବର୍ଣ୍ଣପୁର: ୧୦ ମାସର ପୁଅ ମରିଯିବାର ୨ ଦିନ ପରେ ବି ଗୁଣିଆ କଥାରେ ପଡ଼ି ଘରେ ରଖିଥିଲେ ବାପା-ମା’ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତ ମାର୍ଚ୍ଚ ମାସରେ ତୃତୀୟ ଥର ପାଇଁ ଓଡ଼ିଶା ଆସିଥିଲେ । ସେ ରାଉରକେଲା ଏନ୍.ଆଇ.ଟି.ର (NIT) ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ ଓ ତା’ ପରେ ପୁରୀରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ତା’ ପରଦିନ ସେ କୋଣାର୍କ ସୂର୍ଯ୍ୟ ମନ୍ଦିର ବି ପରିଦର୍ଶନ କରିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।