ଦେଖନ୍ତୁ VIDEO: ରାଷ୍ଟ୍ରପତି ରାମନାଥ କୋବିନ୍ଦ ପହଞ୍ଚିଲେ ଭୁବନେଶ୍ୱରରେ; ସ୍ୱାଗତ କଲେ ନବୀନ, ଧର୍ମେନ୍ଦ୍ର

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ସେ ବିମାନରୁ ଓହ୍ଲାଇବା ପରେ ତାଙ୍କୁ ସ୍ୱାଗତ କରିବାକୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅନ୍ୟ ମାନ୍ୟ ଗଣ୍ୟ ବ୍ୟକ୍ତି ବିମାନ ବନ୍ଦରରେ ପହଞ୍ଚିଛନ୍ତି ।

ଦେଖନ୍ତୁ VIDEO: ରାଷ୍ଟ୍ରପତି ରାମନାଥ କୋବିନ୍ଦ ପହଞ୍ଚିଲେ ଭୁବନେଶ୍ୱରରେ; ସ୍ୱାଗତ କଲେ ନବୀନ, ଧର୍ମେନ୍ଦ୍ର
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ।
  • News18 Odia
  • Last Updated: March 20, 2021, 6:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ସେ ବିମାନରୁ ଓହ୍ଲାଇବା ପରେ ତାଙ୍କୁ ସ୍ୱାଗତ କରିବାକୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅନ୍ୟ ମାନ୍ୟ ଗଣ୍ୟ ବ୍ୟକ୍ତି ବିମାନ ବନ୍ଦରରେ ଉପସ୍ଥିତ ଥିଲେ ।

ସନ୍ଧ୍ୟା ୬ଟା ୨୫ରେ ବାୟୁ ସେନାର ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତାଙ୍କ ସହ ତାଙ୍କ ସହଧର୍ମିଣୀ ସବିତା କୋବିନ୍ଦ ଅଛନ୍ତି । ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ ।

ଏହା ବି ପଢ଼ନ୍ତୁ | ରାଷ୍ଟ୍ରପତି କୋବିନ୍ଦ ବର୍ଷର ହୋଇଥିବା ବେଳେ ଘରେ ନିଆଁ ଲାଗିବାରୁ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା

ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ ବିମାନ ବନ୍ଦରରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ପୋଲିସ ଡିଜି ଅଭୟ ମଧ୍ୟ ଥିଲେ । ବିମାନ ବନ୍ଦରରୁ କଡ଼ା ସୁରକ୍ଷା ମଧ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୁବନେଶ୍ବର ରାଜଭବନକୁ ଯାଇଛନ୍ତି । ଶନିବାର ରାଜଭବନରେ ରାଷ୍ଟ୍ରପତି ରାତ୍ରୀଯାପନ କରିବେ ।

ଦେଖନ୍ତୁ ଭିଡିଓ (WATCH VIDEO):



ମାର୍ଚ୍ଚ ୨୧ ରବିବାର ସକାଳ ୯ଟା ୪୫ରେ ଝାରସୁଗୁଡ଼ାରେ ବିମାନ ବନ୍ଦରରେ ପହଞ୍ଚିବେ । ପୂର୍ବାହ୍ନ ୧୦ଟା ୫୫ରେ ରାଉରକେଲା NITରେ ପହଞ୍ଚିବେ ଓ NITର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ।

ରାଜଭବନରେ ପହଞ୍ଚିଲେ ରାଷ୍ଟ୍ରପତି VIDEO:



ରବିବାର (ମାର୍ଚ୍ଚ ୨୧) ମଧ୍ୟାହ୍ନ ୧୨ଟାରେ ଏନ୍‌.ଆଇ.ଟି.ରୁ ବାହାରି ରାଉରକେଲା ହାଉସରେ ମଧ୍ୟାହ୍ନ ଭୋଜନ କରିବେ କୋବିନ୍ଦ । ଅପରାହ୍ଣ ୩ଟା ୩୦ରେ ସେଠାରୁ ବାହାରି ୩.୪୦ରେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ପହଞ୍ଚିବେ।

୩ଟା ୪୫ରେ ପ୍ଲାଣ୍ଟରେ ଏକ ସ୍ପେସିଆଲଟି ଡାକ୍ତରଖାନାର ଉଦ୍ଘାଟନ କରିବା ସହ ଲୋକଙ୍କୁ ସମ୍ବୋଧନ କରିବେ । ୪ଟା ୩୦ରେ ପ୍ଲାଣ୍ଟରୁ ବାହାରି ଝାରସୁଗୁଡ଼ାରୁ ବିମାନ ଯୋଗେ ରାଷ୍ଟ୍ରପତି ରାଉରକେଲାରୁ ଫେରି ରାଜଭବନରେ ରାତ୍ରିଯାପନ କରିବା ନେଇ ସୂଚନା ରହିଛି ।



ମାର୍ଚ୍ଚ ୨୨ ସୋମବାର ସକାଳ ୯ଟା ୫ରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ମହାମହିମ ରାଷ୍ଟ୍ରପତି । ପୂର୍ବାହ୍ନ ୧୦ଟା ୪୫ରେ ସେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ । ୧୧ଟା ୩୦ରେ IOFLର ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିବେ । ଅପରାହ୍ଣ ୪ଟା ୫୫ରେ ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ ।
Published by: Anand Shankar Thankur Das
First published: March 20, 2021, 6:41 PM IST