News18 Odia Digital
ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ସନ୍ଧ୍ୟାରେ ଓଡି଼ଶାରେ ପହଞ୍ଚିବେ । ରବିବାର ଦିନ ସେ ରାଉରକେଲା ଏନ୍.ଆଇ.ଟି.ର (NIT) ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଓ ତା’ ପରେ ପୁରୀରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ସେ କୋଣାର୍କ ସୂର୍ଯ୍ୟ ମନ୍ଦିର ବି ପରିଦର୍ଶନ କରିବେ ।
ଏହା ବି ପଢ଼ନ୍ତୁ | ଅଚାନକ WhatsApp, ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ସେବା ବିଶ୍ୱ ସାରା ଡାଉନ୍ ହେଲା; ପୁଣି ଠିକ୍ ହୋଇଗଲାରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସୂଚୀ ଅନୁସାରେ ସେ ଶନିବାର ସନ୍ଧ୍ୟା ୬ଟା ୨୫ରେ ଭୁବନେଶ୍ବରରେ ପହଞ୍ଚିବେ ଓ ଭୁବନେଶ୍ବର ରାଜଭବନରେ ରାତ୍ରିଯାପନ କରିବେ । ମାର୍ଚ୍ଚ ୨୧ ରବିବାର ସକାଳ ୯ଟା ୪୫ରେ ଝାରସୁଗୁଡ଼ାରେ ବିମାନ ବନ୍ଦରରେ ପହଞ୍ଚିବେ । ପୂର୍ବାହ୍ନ ୧୦ଟା ୫୫ରେ ରାଉରକେଲା NITରେ ପହଞ୍ଚିବେ ଓ NITର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ।
ଏହା ବି ପଢ଼ନ୍ତୁ | ରାହୁଳ ଗାନ୍ଧୀ କହିଲେ କଂଗ୍ରେସ ଜିତିଲେ ଆସାମରେ ଲାଗୁ ହେବ ନାହିଁ ନାଗରିକତା ଆଇନ (CAA)ରବିବାର ମଧ୍ୟାହ୍ନ ୧୨ଟାରେ ଏନ୍.ଆଇ.ଟି.ରୁ ବାହାରି ରାଉରକେଲା ହାଉସରେ ମଧ୍ୟାହ୍ନ ଭୋଜନ କରିବେ କୋବିନ୍ଦ । ଅପରାହ୍ଣ ୩ଟା ୩୦ରେ ସେଠାରୁ ବାହାରି ୩.୪୦ରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ପହଞ୍ଚିବେ। ୩ଟା ୪୫ରେ ପ୍ଲାଣ୍ଟରେ ଏକ ସ୍ପେସିଆଲଟି ଡାକ୍ତରଖାନାର ଉଦ୍ଘାଟନ କରିବା ସହ ଲୋକଙ୍କୁ ସମ୍ବୋଧନ କରିବେ । ୪ଟା ୩୦ରେ ପ୍ଲାଣ୍ଟରୁ ବାହାରି ଝାରସୁଗୁଡ଼ାରୁ ବିମାନ ଯୋଗେ ରାଷ୍ଟ୍ରପତି ରାଉରକେଲାରୁ ଫେରି ରାଜଭବନରେ ରାତ୍ରିଯାପନ କରିବା ନେଇ ସୂଚନା ରହିଛି ।

ଶୁକ୍ରବାର ଦିନ ଶ୍ରୀମନ୍ଦିରରେ NSG ଡ୍ରୋନ୍ ଉଡ଼ାଇ ସୁରକ୍ଷା ସମୀକ୍ଷା କରିଥିଲା ।
ମାର୍ଚ୍ଚ ୨୨ ସୋମବାର ସକାଳ ୯ଟା ୫ରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ମହାମହିମ ରାଷ୍ଟ୍ରପତି । ପୂର୍ବାହ୍ନ ୧୦ଟା ୪୫ରେ ସେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ । ୧୧ଟା ୩୦ରେ IOFLର ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିବେ । ଅପରାହ୍ଣଣ ୪ଟା ୫୫ରେ ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ ।
ଏହା ବି ପଢ଼ନ୍ତୁ | ‘ବିବାହିତ ପୁରୁଷମାନଙ୍କ ସହ ପ୍ରେମରେ ପଡ଼ନ୍ତୁ ନାହିଁ’: ମହିଳା ଫ୍ୟାନ୍ମାନଙ୍କୁ ନୀନା ଗୁପ୍ତାଙ୍କ ଉପଦେଶରାଷ୍ଟ୍ରପତିଙ୍କ ଆଗମନ ପୂର୍ବରୁ ତାଙ୍କୁ ଭେଟିବାକୁ ଥିବା ସମସ୍ତଙ୍କର କୋଭିଡ ଟେଷ୍ଟ ଆର୍.ଟି.ପି.ସି.ଆର୍. ଜରିଆରେ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏପରିକି ରାଉରକେଲା ଏନ୍.ଆଇ.ଟି.ର ସମାବର୍ତନ ଉତ୍ସବରେ ମଞ୍ଚ ଉପରେ ବସିବାକୁ ଥିବା ଅତିଥି, ଶିକ୍ଷାବିତ୍, ନିର୍ଦ୍ଦେଶକ ଓ କୃତିତ୍ୱ ହାସଲ କରି ପ୍ରମାଣପତ୍ର ପାଇବାକୁ ଥିବା ଛାତ୍ରଛାତ୍ରୀଙ୍କର ମଧ୍ୟ କୋଭିଡ ପରୀକ୍ଷା ହୋଇଛି । ଗାଡି଼ ଚାଳକଙ୍କ ଠାରୁ ଆରମ୍ଭ କରି ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ସବୁ ବ୍ୟକ୍ତି ମଧ୍ୟ କୋଭିଡ ଟେଷ୍ଟ କରାଇଛନ୍ତି ।
ଏହା ବି ପଢ଼ନ୍ତୁ | କରୋନା ଯୋଗୁଁ ପୁରୁଷମାନଙ୍କ ଯୌନ ହରମୋନ୍ କମ୍ ହେଉଛି, ଯୌନ କ୍ଷମତା ବି କମୁଛିରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହା ପୂର୍ବରୁ ଦୁଇ ଥର ଓଡି଼ଶା ଗସ୍ତରେ ଆସିଥିବା ବେଳେ ଏହା ତାଙ୍କର ତୃତୀୟ ଗସ୍ତ ହେବ । ପୂର୍ବରୁ ଭୁବନେଶ୍ୱର ଆଇ.ଆଇ.ଟି.ର ସମାବର୍ତ୍ତନ ଉତ୍ସବ ଓ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ସମାରୋହରେ ସାମିଲ ହୋଇଥିଲେ ସେ । ଚଳିତ ଥର ରାଉରକେଲା ଆସି ଛାତ୍ରଛାତ୍ରୀଙ୍କୁ କ’ଣ ଉଦବୋଧନ ଦେବେ କୋବିନ୍ଦ ତାହା ଉପରେ ସଭିଙ୍କ ନଜର ରହିଛି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।