ଶ୍ରୀମନ୍ଦିରରେ ରାଷ୍ଟ୍ରପତି: କାର୍‌ରୁ ଓହ୍ଲାଇ ଚାଲି ଚାଲି ଗଲେ, ହାତ ଟେକି କହିଲେ ‘ଜୟ ଜଗନ୍ନାଥ’

ବଡ଼଼ ଦାଣ୍ଡରେ ରାଷ୍ଟ୍ରପତିଙ୍କ କାରକେଡ୍ ଯାଉଥିବା ବେଳେ ବ୍ଲୁ ବୁକ୍ ସୁରକ୍ଷାକୁ ବାଦ୍ ଦେଇ କୋବିନ୍ଦ ନିଜ କାରରୁ ଓହ୍ଲାଇ ପଡ଼ିଥିଲେ ଓ ଶ୍ରୀନଅର ସାମନାରେ ଚାଲି ଚାଲି ଉପସ୍ଥିତ ଜନତାଙ୍କୁ ହାତ ହଲେଇ ସେମାନଙ୍କ ଅଭିଭାଦନ ଗ୍ରହଣ କରିଥିଲେ ।

ପରିବାର ସହ ରାଷ୍ଟ୍ରପତି ଶ୍ରୀମନ୍ଦିରକୁ ଯାଉଥିବା ବେଳର ଦୁଇଟି ଦୃଶ୍ୟ

ପରିବାର ସହ ରାଷ୍ଟ୍ରପତି ଶ୍ରୀମନ୍ଦିରକୁ ଯାଉଥିବା ବେଳର ଦୁଇଟି ଦୃଶ୍ୟ

  • Share this:
News18 Odia Digital

ପୁରୀ: ତିନି-ଦିନିଆ ଓଡ଼ିଶା ଗସ୍ତର ତୃତୀୟ ତଥା ଶେଷ ଦିନରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସପତ୍ନୀକ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଓ ନିଜ ପୁରୀ ରହଣି ସମୟରେ ରଚିଛନ୍ତି ଅନେକ ଇତିହାସ । ୨୦୧୮ ପରେ ଏହା ଥିଲା କୋବିନ୍ଦଙ୍କ ଦ୍ୱିତୀୟ ପୁରୀ ଗସ୍ତ ଓ ମହାପ୍ରଭୁଙ୍କ ଦର୍ଶନ ।

ଦୁଇ ହାତ ଟେକି ସପତ୍ନୀକ ଜୟ ଜଗନ୍ନାଥ କହି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ କୋବିନ୍ଦ । ମନ୍ଦିରର ଗର୍ଭଗୃହରେ ସେ ୧୫ ମିନିଟ ଧରି ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କରିଥିଲେ । ବଡ଼ ଦାଣ୍ଡରେ ଯାଉଥିବା ବେଳେ ଶ୍ରୀନଅର ପାଖରେ କାରକେଡକୁ ରଖି ବ୍ଲୁ ବୁକ୍ ସୁରକ୍ଷାକୁ ବାଦ୍‌ ଦେଇ ଗାଡିରୁ ଓହ୍ଲାଇ ଚାଲିଚାଲି ଯାଇଥିଲେ ଓ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଜନତାଙ୍କୁ ହାତ ହଲାଇ ‘‘ଜୟ ଜଗନ୍ନାଥ’’ କହିଥିଲେ । ପୁଣି ଫେରିବା ବେଳକୁ ମନ୍ଦିରର ବିକାଶ କାର୍ଯ୍ୟ ପାଇଁ ନିଜ ଦରମାରୁ ଏକ ଲକ୍ଷ ଟଙ୍କା ଡ୍ରାଫ୍ଟ ଦ୍ୱାରା ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କୁ ପ୍ରଦାନ କରିଥିଲେ ସେ ।

ଏହା ବି ପଢ଼ନ୍ତୁ | ଏହି ଟଙ୍କିକିଆ ମୁଦ୍ରା ଆପଣଙ୍କୁ ମାଲାମାଲ୍ କରିଦେବ! ଆପଣଙ୍କୁ ମିଳିପାରେ ଲକ୍ଷ ଟଙ୍କା

ଶ୍ରୀମନ୍ଦିର ପ୍ରଶାସନକୁ ନିଜ ଦରମାରୁ ଏକ ଲକ୍ଷ ଟଙ୍କା ସମର୍ପଣ ନିଧି ଅର୍ପଣ କରି ବିଶ୍ୱର ଓଡ଼ିଆ ଓ ହିନ୍ଦୁ ସମାଜକୁ ଏଥି ପାଇଁ ଆଗେଇ ଆସିବାକୁ ପ୍ରେରିତ କରିଥିବାରୁ ମହାମହିମ ରାଷ୍ଟ୍ରପତିଙ୍କୁ ବିଭିନ୍ନ ମହଲରୁ ସାଧୁବାଦ ମିଳିଛି ।

ବ୍ଲୁ ବୁକ୍ ସୁରକ୍ଷାକୁ ବାଦ ଦେଇ କୋବିନ୍ଦ ନିଜ କାରରୁ ଓହ୍ଲାଇ ପଡ଼ିଥିଲେ ରାଷ୍ଟ୍ରପତି ।


ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ତାଳବଣିଆ ହେଲିପ୍ୟାଡରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପରିବାର – ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ ଓ ଝିଅ ସ୍ୱାତୀ କୋବିନ୍ଦ – ପହଞ୍ଚିଥିଲେ । ସକାଳ ୯ଟା ୧୮ରେ ଶ୍ରୀମନ୍ଦିର ପାଖରେ ପହଞ୍ଚିଥିଲା କାର୍କେଡ୍‌ । ତା’ ପୂର୍ବରୁ ଶ୍ରୀମନ୍ଦିରେ ଭୋର୍‌ ୪ଟା ୫୮ରେ ଦ୍ୱାରଫିଟା ନୀତି ସରି ସାଢ଼େ ୮ଟା ଭିତରେ ଅବକାଶ ସରିବା ପରେ ବେଶ ହୋଇ ବସିରହିଥିଲେ ମହାପ୍ରଭୁ । ସାଢ଼େ ୭ଟାରୁ ଭକ୍ତମାନଙ୍କ ଦର୍ଶନ ବନ୍ଦ କରାଯାଇଥିଲା ।

ଏହା ବି ପଢ଼ନ୍ତୁ | ନିଜ ସ୍ୱାମୀଙ୍କୁ ଛୁରୀ ମାରି ହତ୍ୟା କରିବା ପରେ ଘରେ ପୋତିଦେଲେ ମହିଳା; କାରଣଟି ଚକିତ କରିବ

ଶ୍ରୀମନ୍ଦିର ନିକଟରେ କାର୍କେଡ୍‌ ପହଞ୍ଚିବା ପରେ କୋବିନ୍ଦଙ୍କୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ସ୍ୱାଗତ କରି ପାଛୋଟି ନେଇଥିଲେ । ସିଂହଦ୍ୱାର ପାଖରେ କରାଯାଇଥିବା ଅସ୍ଥାୟୀ ହ୍ୱାଇଟ୍‌ ହାଉସରେ ରିଫ୍ରେସମେଣ୍ଟ ବ୍ୟବସ୍ଥା କରାଯାଇଥିଲା । ତା’ ପରେ କଡା ସୁରକ୍ଷା ବଳୟ ଭିତରେ ଶ୍ରୀମନ୍ଦିର ଛତିଶା ନିଯୋଗ ମହାନାୟକ ଦନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିର ଭିତରକୁ ନେଇଥିଲେ ।

ଏହା ବି ପଢ଼ନ୍ତୁ | ରାଷ୍ଟ୍ରପତି କୋବିନ୍ଦ ବର୍ଷର ହୋଇଥିବା ବେଳେ ଘରେ ନିଆଁ ଲାଗିବାରୁ ତାଙ୍କ ମାଙ୍କ ମୃତ୍ୟୁ ହୋଇଥିଲା

‘‘ଦର୍ଶନ କରି ଫେରିବା ପରେ ଶ୍ରୀମନ୍ଦିର ପ୍ରଶାସନକୁ ଐତିହ୍ୟ ବିକାଶ ପାଇଁ ଏକ ଲକ୍ଷ ଟଙ୍କାର ଡ୍ରାଫ୍ଟ ସମର୍ପଣ ନିଧି ଦାନ କରିଛନ୍ତି ମହାମହିମ ରାଷ୍ଟ୍ରପତି । ଶ୍ରୀମନ୍ଦିର ନିକଟରେ କେମିତି ବିକାଶ କରାଯାଉଛି ତା’ ରୂପରେଖ ସମ୍ପର୍କରେ ସେ ପଚାରି ବୁଝିଥିଲେ । ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନାଗାର୍ଜୁନ ବେଶର ଫଟୋଚିତ୍ର ଓ ଖଣ୍ଡୁଆ ପାଟ ପ୍ରଦାନ କରାଯାଇଥିଲା । ଛତିଶା ନିଯୋଗ ମହାନାୟକଙ୍କ ପକ୍ଷରୁ ମହାପ୍ରଭୁଙ୍କ କରପଲ୍ଲବ ବି ଉପହାର ଦିଆଯାଇଥିଲା,’’ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରୀଷନ କୁମାର ।

ନିଜ ଦରମାରୁ ଏକ ଲକ୍ଷ ଟଙ୍କା ଡ୍ରାଫ୍ଟ ଦ୍ୱାରା ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କୁ ପ୍ରଦାନ କରୁଛନ୍ତି ରାଷ୍ଟ୍ରପତି ।


ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପରିବାରକୁ କଡ଼ା ସୁରକ୍ଷା ବଳୟ ଭିତରେ ଶ୍ରୀମନ୍ଦିରକୁ ନିଆଯାଇଥିଲା । ସେମାନଙ୍କ ସାଙ୍ଗରେ ଶ୍ରୀମନ୍ଦିରକୁ ଯାଇଥିଲେ ରାଜ୍ୟପାଳ ଶ୍ରୀଗଣେଶୀ ଲାଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ବାଇଶି ପାହାଚ ଦେଇ ଶ୍ରୀମନ୍ଦିର ଭିତରକୁ ଯିବା ପରେ ଗରୁଡ଼ ସ୍ତମ୍ଭ ପାଖରେ ମୁଣ୍ଡିଆ ମାରି ସିଧାସଳଖ ଗର୍ଭଗୃହକୁ ଯାଇଥିଲେ କୋବିନ୍ଦ ।

ଏହା ବି ପଢ଼ନ୍ତୁ | ରାହୁଳ ଗାନ୍ଧୀ କହିଲେ କଂଗ୍ରେସ ଜିତିଲେ ଆସାମରେ ଲାଗୁ ହେବ ନାହିଁ ନାଗରିକତା ଆଇନ (CAA)

‘‘ମନ୍ଦିରର ଗର୍ଭଗୃହରେ ୧୫ ମିନିଟ୍‌ ଦର୍ଶନ କରି ଭାବବିହ୍ୱଳ ହୋଇପଡିଥିଲେ ମହାମହିମ । ସପରିବାର ରତ୍ନବେଦୀ ନିକଟରେ ମହାପ୍ରଭୁଙ୍କୁ ଆରାଧନା କରିବା ପରେ ତାଙ୍କ କୌଳିକ ପଣ୍ଡା ପୁଜାର୍ଚ୍ଚନା କରିଥିଲେ । ଦର୍ଶନ ସାରି ବେହରଣ ଦ୍ୱାର ଦେଇ ବାହାରିବା ସମୟରେ ମୁକ୍ତି ମଣ୍ଡପରେ ବ୍ରାହ୍ଣଣମାନଙ୍କ ଦ୍ୱାରା ବେଦପାଠ ଶୁଣିଥିଲେ ସେ । ତା’ ପରେ ମା’ ବିମଳା ଓ ଲକ୍ଷ୍ମୀଙ୍କ ମନ୍ଦିର ଯାଇ ଦର୍ଶନ କରିଥିଲେ । ବିଷ୍ଣୁରୂପୀ ଜଗନ୍ନାଥ ଓ ଶକ୍ତିରୂପିଣୀ ମା’ ବିମଳାଙ୍କ ବିଷୟରେ ଅନେକ କଥା ପଚାରି ବୁଝିଥିଲେ ମହାମହିମ,’’ କହିଛନ୍ତି ଛତିଶା ନିଯୋଗ ମହାନାୟକ ଦନାର୍ଦ୍ଧନ ପାଟ୍ଟଯୋଶୀ ମହାପାତ୍ର ।

ଏହା ବି ପଢ଼ନ୍ତୁ |ବିବାହିତ ପୁରୁଷମାନଙ୍କ ସହ ପ୍ରେମରେ ପଡ଼ନ୍ତୁ ନାହିଁ’: ମହିଳା ଫ୍ୟାନ୍ମାନଙ୍କୁ ନୀନା ଗୁପ୍ତାଙ୍କ ଉପଦେଶ

ଗତ ଥର ଅପେକ୍ଷା ଏ ଥର ଶ୍ରୀମନ୍ଦିରରେ ଅଧିକ ସମୟ ବିତାଇବା ସହ ବଟ ଗଣେଷ ଓ ବେଢ଼ା ପରିକ୍ରମା କରିଥିଲେ କୋବିନ୍ଦ । ସେମବାର ଦିନ ରାଷ୍ଟ୍ରପତିଙ୍କ ନାଁରେ ନୀଳଚକ୍ରରେ ଧ୍ୱଜା ବି ବନ୍ଧା ଯାଇଥିଲା । ‘‘ସବୁ ବେଳେ ଧ୍ୱଜା କାହାର ବନ୍ଧା ହେବ ସେ ନେଇ ଲଟେରୀ ହୋଇଥାଏ । ହେଲେ ଗଜପତି ଓ ରାଷ୍ଟ୍ରପତିଙ୍କ ପାଇଁ ଏ ସବୁ ନିୟମ ନ ଥାଏ । ଆଜି ତାଙ୍କର କୌଳିକ ପଣ୍ଡାଙ୍କ ପକ୍ଷରୁ ଏହି ଧ୍ୱଜା ବନ୍ଧା ପାଇଁ ରସିଦ କଟାଯାଇଥିଲା । ଦୈନିକ ଶ୍ରୀମନ୍ଦିରରେ ଧ୍ୱଜାବନ୍ଧା ନୀତି ହେଉଥିବାରୁ ତାହା ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ମହାମହିମ,’’ କହିଛନ୍ତି ମହାପାତ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ସୀତା ରୂପରେ ଆଲିଆ ଭଟ୍ଟଙ୍କ ପ୍ରଥମ ଛବି ଆସିଲା; ଅଭିନେତ୍ରୀ କରୋନା ଯୋଗୁଁ ଘରେ ଅଛନ୍ତି

ବଡ଼଼ ଦାଣ୍ଡରେ ରାଷ୍ଟ୍ରପତିଙ୍କ କାରକେଡ୍‌ ଯାଉଥିବା ବେଳେ ବ୍ଲୁ ବୁକ୍ ସୁରକ୍ଷାକୁ ବାଦ ଦେଇ କୋବିନ୍ଦ ନିଜ କାରରୁ ଓହ୍ଲାଇ ପଡ଼ିବା ଓ ଶ୍ରୀନଅର ସମ୍ମୁଖରେ ଚାଲି ଚାଲି ଉପସ୍ଥିତ ଜନତାଙ୍କୁ ହାତ ହଲେଇ ସେମାନଙ୍କ ଅଭିଭାଦନ ଗ୍ରହଣ କରିବା ଐତିହାସିକ ଘଟଣା ଥିଲା । ପୁରୀବାସୀ ଓ ଶ୍ରୀମନ୍ଦିରକୁ ଆସିଥିବା ଶହ ଶହ ଲୋକଙ୍କ ପାଇଁ ସେହି ଦୃଶ୍ୟ ଥିଲା ବଡ଼ ଆକର୍ଷକ ।

ଏହା ବି ପଢ଼ନ୍ତୁ |ଯୌନ ଶୋଷଣ ପୀଡିତାଙ୍କୁ ଅଭିଯୁକ୍ତ ରାଖୀ ବାନ୍ଧୁ…’: ସୁପ୍ରିମ୍ କୋର୍ଟ HC ଆଦେଶକୁ ଖାରଜ କଲେ

‘‘ରାସ୍ତାରେ ଗାଡି଼ରୁ ଓହ୍ଲାଇ ଉପସ୍ଥିତ ଜନତାଙ୍କୁ ‘ଜୟ ଜଗନ୍ନାଥ’ ବୋଲି କହିଥିଲେ ରାଷ୍ଟ୍ରପତି । ମନ୍ଦିର ଭିତରକୁ ପ୍ରବେଶ କରିବା ବେଳେ ହାତ ଟେକି ‘ଜୟ ଜଗନ୍ନାଥ’ ବୋଲି କହି ଦର୍ଶନ ପାଇଁ ଯାଇଥିଲେ । ଏହା ଦେଖି ଆମେ ସମସ୍ତେ ଭାରି ଉତ୍ସାହିତ ହୋଇଥିଲୁ । ରାଷ୍ଟ୍ରପତିଙ୍କୁ ଏତେ ନିକଟରୁ ଦେଖିବା ଉପସ୍ଥିତ ଜନତାଙ୍କ ପାଇଁ ଭାଗ୍ୟର କଥା ଥିଲା,’’ କହିଛନ୍ତି ବ୍ରହ୍ମପୁରରୁ ଆସିଥିବା ଦର୍ଶନାର୍ଥୀ ତୃପ୍ତିଲତା ମହାନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଏହି ସୁନ୍ଦର ଜଟିଳ ଆସନ କେମିତି କରିବେ? ଅଭିନେତ୍ରୀ ମଲାଇକା ଅରୋଡ଼ା ଉପାୟ କହିଛନ୍ତି

ଶ୍ରୀମନ୍ଦିରର ବିକାଶ ଅଭିଯାନରେ ମହାମହିମ ରାଷ୍ଟ୍ରପତି ସାମିଲ୍‌ ହୋଇଥିବାରୁ କୃତଜ୍ଞତା ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିଜ ଫେସବୁକ୍‌ ଆକାଉଣ୍ଟରେ ମତ ବ୍ୟକ୍ତ କରି କୋବିନ୍ଦଙ୍କ ଭୂରି ଭୂରି ପ୍ରଶଂସା କରିଛନ୍ତି ପ୍ରଧାନ । ‘‘ଶ୍ରୀମନ୍ଦିର ପ୍ରଶାସନକୁ ନିଜ ଦରମାରୁ ଏକ ଲକ୍ଷ ଟଙ୍କା ସମର୍ପଣ ନିଧି ଅର୍ପଣ କରି ବିଶ୍ୱର ଓଡ଼ିଆ ଓ ହିନ୍ଦୁ ସମାଜକୁ ଏଥି ପାଇଁ ଆଗେଇ ଆସିବାକୁ ପ୍ରେରିତ କରିଥିବାରୁ ମହାମହିମ ରାଷ୍ଟ୍ରପତିଙ୍କୁ ସାଧୁବାଦ ଜଣାଉଛି । ଭାରତ ତଥା ବିଶ୍ଵରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ମାର୍ଗଦର୍ଶନରେ ଏହି ନିଧି ସମର୍ପଣ ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ନିବେଦନ କରୁଛି,’’ କହିଛନ୍ତି ପ୍ରଧାନ ।



ପ୍ରଧାନ ଆହୁରି କହିଛନ୍ତି ଯେ କିଛି ତଳେ ସେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପ୍ରଶାସନକୁ ନିଜ ଦରମାରୁ ଏକ ଲକ୍ଷ ଟଙ୍କା ଶ୍ରୀମନ୍ଦିରର ବିକାଶ ଉଦ୍ଦେଶ୍ୟରେ ଦାନ କରିଥିଲେ । ‘‘ସବୁ ଓଡ଼ିଆ ନିଜ ଆୟର କିଛି ଅଂଶ ଶ୍ରୀମନ୍ଦିରର ବିକାଶ ପାଇଁ ଦାନ କରିବାକୁ ଅପିଲ କରିଥିଲି । ନିଧି ସମର୍ପଣ ନାମକ ଏକ ଅଭିଯାନ ଗଜପତି ମହାରାଜଙ୍କ ନେତୃତ୍ୱରେ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲି,’’ ସେ କହିଛନ୍ତି ।
Published by:Anand S.T. Das
First published: