News18 Odia Digital
ଭୁବନେଶ୍ୱର: ତିନି-ଦିନିଆ ଗସ୍ତରେ ଓଡ଼ିଶା ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଇଁ ପ୍ରସ୍ତୁତ ହୋଇଥିଲା ୩୫ ପ୍ରକାର ବ୍ୟଞ୍ଜନ। ସେଥିରେ ଥିଲା ପ୍ରାୟ ସବୁ ଓଡ଼ିଆ ପାରମ୍ପରିକ ଖାଦ୍ୟ । କଖାରୁ ଫୁଲ ପିଠଉ, ପୋସ୍ତ ବରା, ଟମାଟୋ ଚଟଣି, ବରା ଡାଲମା, ଭେଜ୍ କବାବ୍, ସନ୍ତୁଳା ଓ ଦହି ବାଇଗଣ ଆଦି ଥିଲା ।
ରାଷ୍ଟ୍ରପତି ଓ ତାଙ୍କ ପରିବାର – ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ ଓ ଝିଅ ସ୍ୱାତୀ କୋବିନ୍ଦ – ଓଡ଼ିଆ ରାନ୍ଧଣାର ଭୂରି ଭୂରି ପ୍ରଶଂସା କରିଥିଲେ । ସେମାନଙ୍କ ଭୋଜନରେ ନିମାପଡ଼ାର ଝିଲି, ପୋଡ଼, ରସଗୋଲା, ଡେରାଡୁନ୍ ଚାଉଳର ଅନ୍ନ, ଡାଲି, କଖାରୁ ଫୁଲ ପିଠା, ରାମଚଣ୍ଡୀ ମୁହାଣର ଖଇଙ୍ଗା ମାଛ ତରକାରୀ, ମଟନ୍ ଓ ବେସର ଆଦି ବି ଥିଲା ।
ଏହା ବି ପଢ଼ନ୍ତୁ | ଚାଷୀଙ୍କୁ ହୋଲି ପୂର୍ବରୁ ମିଳିବ ଉପହାର! PM-KISANର ଅଷ୍ଟମ କିସ୍ତି ତାଲିକାରେ ନିଜ ନାଁ ଦେଖନ୍ତୁଭୋଜନ ସମାପ୍ତ ହେବା ପରେ ରାଷ୍ଟ୍ରପତିଙ୍କ ବଟଲର୍ କହିଥିଲେ ଯେ ଭୋଜନ ବ୍ୟବସ୍ଥା ଖୁବ୍ ଭଲ ହୋଇଥିଲା । ମଧ୍ୟାହ୍ନ ଭୋଜନରେ ପ୍ରାୟ ୩୫ ପ୍ରକାରରୁ ଅଧିକ ଓଡ଼ିଆ ଘରର ସ୍ବାଦିଷ୍ଟ ଖାଦ୍ୟ ଗ୍ରହଣ କରିଥିଲେ ରାଷ୍ଟ୍ରପତି ଓ ତାଙ୍କ ଟିମ୍ ।
ଏହା ବି ପଢ଼ନ୍ତୁ | ଏହି ସବୁ ବ୍ୟାଙ୍କ୍ର ଚେକ୍ ବୁକ୍ ଓ ପାସ୍ ବୁକ୍ ଏପ୍ରିଲ୍ ୧ରୁ ଆଉ କାମ କରିବନି; ଜାଣନ୍ତୁ କେଉଁ ବ୍ୟାଙ୍କ୍ରାଷ୍ଟ୍ରପତି ରାମନାଥ ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ସିଧା ଯାଇଥିଲେ କୋଣାର୍କକୁ । କୋଣାର୍କ ହେଲିପ୍ୟାଡ଼ରୁ କାରକେଡ୍ ଯୋଗେ ସୂର୍ଯ୍ୟ ମନ୍ଦିରର ମୁଖଶାଳାରେ ପହଞ୍ଚିଥିଲେ । କୋଣାର୍କ ମନ୍ଦିରର କାରୁକାର୍ଯ୍ୟର କାହାଣୀ ତାଙ୍କୁ ଏ.ଏସ୍.ଆଇ. ଅଧିକାରୀ ବୁଝାଇଥିଲେ । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ୍ ଓ ଉଭୟଙ୍କ ଧର୍ମପତ୍ନୀ ମଧ୍ୟ ବୁଲି ଦେଖିଥିଲେ । ସେମାନଙ୍କ ସାଙ୍ଗରେ ଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରାଷ୍ଟ୍ରପତିଙ୍କୁ କାର୍ଯ୍ୟରତ ଏ.ଏସ୍.ଆଇ. ଅଧିକାରୀ କୋଣାର୍କ ସୂର୍ଯ୍ୟ ମନ୍ଦିର ବିଷୟରେ କହୁଛନ୍ତି ।
ଗଙ୍ଗବଂଶୀ ରାଜା ଲାଙ୍ଗୁଳା ନରସିଂହ ଦେବ ପ୍ରଥମ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ । ୧୨୫୦ରେ ଏହାର ନିର୍ମାଣ ଶେଷ ହେଇଥିଲା । ଏହି ମନ୍ଦିର ନିର୍ମାଣ ପାଇଁ ୧,୨୦୦ ବଢ଼େଇ ଦିନ ରାତି ଲାଗିଥିଲେ ବୋଲି କିମ୍ବଦନ୍ତୀ ଅଛି । ୨୬.୨ ଏକର ଜମିରେ ଠିଆ ହୋଇଥିବା କୋଣାର୍କ ମନ୍ଦିରର ଉଚ୍ଚତା ହେଉଛି ୨୦୦ ଫୁଟ୍ ବା ୬୧ ମିଟର୍ । କାମ ଓ ମିଥୁନର ଅତି ସୂକ୍ଷ୍ମ କାରୁକାର୍ଯ୍ୟ ଏହି ମନ୍ଦିରରେ ଦେଖିବାକୁ ମିଳେ । ଏଠାରେ ସୂର୍ଯ୍ୟ ଦେବ ପୂଜା ପାଆନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ସ୍ତ୍ରୀର ସତୀତ୍ୱ ପରୀକ୍ଷା କରିବାକୁ ଫୁଟୁଥିବା ତେଲରେ ତାଙ୍କ ହାତ ବୁଡ଼ାଇଲେ ସ୍ୱାମୀ! VIDEO ଭାଇରାଲ୍ ହେଲାସୂର୍ଯ୍ୟଙ୍କ ପ୍ରଥମ କିରଣ ଏହି ମନ୍ଦିରରେ ପଡ଼ିଥାଏ । ଏହି ମନ୍ଦିର ଏକ ରଥ ସଦୃଶ ଓ ଏଥିରେ ରହିଛି ବହୁ ଚକ ଓ ଘୋଡ଼ା । ଏହି ଚକ ହିଁ ସବୁଠୁ ବେଶୀ ଆକର୍ଷଣୀୟ । ଏହାକୁ ବ୍ଲାକ୍ ପାଗୋଡା ବି କୁହାଯାଏ । ୧୯୮୪ରେ ୟୁନେସ୍କୋ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ବିଶ୍ଵ କୀର୍ତ୍ତିରାଜି ଘୋଷଣା କରିସାରିଛି । ବିଶୁ ମହାରଣା ମୁଖ୍ୟ ବଢ଼େଇ ଭାବେ ଏହି ମନ୍ଦିର ନିର୍ମାଣ କରିଥିଲେ ବି ତାଙ୍କ ପୁଅ ଧର୍ମପଦ ମନ୍ଦିରର ମୁଣ୍ଡି (ଚୂଳୀ) ମାରିଥିଲେ ବୋଲି କିମ୍ବଦନ୍ତୀ ଅଛି । ମନ୍ଦିରର ଚୂଳୀ ମାରିବା ପରେ ବାଳକ ଧର୍ମପଦ ସମୁଦ୍ର ମଧ୍ୟକୁ ଲମ୍ଫ ଦେଇ ମୃତ୍ୟୁକୁ ଆଲିଙ୍ଗନ କରିଥିବା କିମ୍ବଦନ୍ତୀ ଓଡ଼ିଆ ପ୍ରାଣ ସହ ଖୁବ୍ ନିବିଡ଼ । ଏମିତି ମୋଟାମୋଟି କାହାଣୀକୁ ରାଷ୍ଟ୍ରପତିଙ୍କୁ କହିଥିଲେ କାର୍ଯ୍ୟରତ ଏ.ଏସ୍.ଆଇ. ଅଧିକାରୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ବାପା ଓ ମା’ ଦୁର୍ଘଟଣାରେ ଆହତ ହେଲେ; କୁନି ଝିଅଟିକୁ ହୋମ୍ ଗାର୍ଡ଼ କୋଳରେ ଧରି ବୁଲାଇଲାରାଷ୍ଟ୍ରପତି ତା’ପରେ ଯାଇଥିଲେ ଆଇ.ଏଫ୍.ଏଲ୍.ର ବ୍ୟାଖ୍ୟାନ କେନ୍ଦ୍ରକୁ । ତାହା ପରିଦର୍ଶନ ପରେ ସିଧା ଯାଇ ପହଞ୍ଚିଥିଲେ ଯାତ୍ରୀ ନିବାସରେ । ସେଠାରେ ରାଷ୍ଟ୍ରପତି ନିଜ ସହଧର୍ମିଣୀ ଓ କନ୍ୟାଙ୍କ ସହ ମଧ୍ୟାହ୍ନ ଭୋଜନ କରିବା ପରେ ବିଶ୍ରାମ ନେଇଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | ଖାଦ୍ୟ ଡେରିରେ ଆଣିଲା Zomato ଡେଲିଭରି ମ୍ୟାନ୍, ଯୁବତୀଙ୍କୁ ଆକ୍ରମଣ କରି ରକ୍ତାକ୍ତ କଲାରାଷ୍ଟ୍ରପତିଙ୍କ ସୁରକ୍ଷା ଦୁଷ୍ଟିରୁ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ, ୨୫୦ ଜଣ ପୋଲିସ ଅଫିସର, ପ୍ରତି ଛକରେ ଏସ୍.ପି. ରାଙ୍କର ଅଫିସର, ଡଗ୍ସ ସ୍କାଡ, ବୋମା ନିଷ୍କ୍ରିୟକାରୀ ଦଳ ସହ ଅନ୍ୟାନ୍ୟ ଅଫିସର୍ ନିୟୋଜିତ ରହିଥିଲେ । ପୂର୍ବରୁ ସୋମବାର ଦିନ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ପର୍ଯ୍ୟଟକମାନଙ୍କୁ ଛଡ଼ାଯିବ ନାହିଁ ବୋଲି ଘୋଷଣା କରାଯାଇଥିଲା ।
ରାଷ୍ଟ୍ରପତିଙ୍କ ସୁରକ୍ଷା ଦୁଷ୍ଟିରୁ କୋଣାର୍କକୁ ସଂଯୋଗ କରୁଥିବା ରାସ୍ତାଗୁଡିକୁ ମଧ୍ୟ ସିଲ୍ କରାଯାଇଥିଲା । କୋଣାର୍କରେ ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ସବୁ ବ୍ୟାରିକେଡ୍ ପାଖରେ ଭିଡ଼ ଲାଗିଥିଲା । ଲୋକେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ ତାଙ୍କର ଝଲକ୍ ପାଇବା ପାଇଁ । ଦୂରରୁ ତାଙ୍କୁ ଦେଖି ଲୋକେ ଆନନ୍ଦିତ ହୋଇଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।