ଶକ୍ତି ଥିବା ଯାଏଁ ରାଜନୀତି କରିବି: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ନିର୍ବାଚନ ଲଢ଼ିପାରନ୍ତି ନହେଲେ ଲଢ଼ି ନପାରନ୍ତି । ପଦ ପଦବୀରେ ରହିଲେ କି ନ ରହିଲେ ମଧ୍ୟ ରାଜନୀତିରେ ରହିବେ । ଶକ୍ତି ଥିବା ଯାଏଁ ରାଜନୀତି କରିବେ ବୋଲି ସ୍ପଷ୍ଟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ନିରଞ୍ଜନ ପଟ୍ଟନାୟକ (ପ୍ରତୀକାତ୍ମକ ଛବି)

ନିରଞ୍ଜନ ପଟ୍ଟନାୟକ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜନୀତିରୁ ସନ୍ୟାସ ନେବେ ନାହିଁ । ଏକଥା ନିଜେ କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ନିର୍ବାଚନ ଲଢ଼ିପାରନ୍ତି ନହେଲେ ଲଢ଼ି ନପାରନ୍ତି । ପଦ ପଦବୀରେ ରହିଲେ କି ନ ରହିଲେ ମଧ୍ୟ ରାଜନୀତିରେ ରହିବେ । ଶକ୍ତି ଥିବା ଯାଏ ରାଜନୀତି କରିବେ ବୋଲି ସ୍ପଷ୍ଟ କରିଛନ୍ତି ନିରଞ୍ଜନ ପଟ୍ଟନାୟକ । ସେ ଗାନ୍ଧିଙ୍କ ଆଦର୍ଶନରେ ଅନୁପ୍ରାଣିତ ହୋଇଛନ୍ତି ।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ନିରଞ୍ଜନ ପଟ୍ଟନାୟକ । ପଞ୍ଚାୟତ ନିର୍ବାଚନରେ ଦଳର ଇସ୍ତାହାର ସଂପର୍କରେ ସୂଚନା ଦେଇ ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଜିଲ୍ଲାସ୍ତରରେ କଂଗ୍ରେସ ଇସ୍ତାହାର ଘୋଷଣା କରିଛି । କଂଗ୍ରେସ ୪୪.୭୮% ଓବିସି ପ୍ରାର୍ଥୀଙ୍କୁ ଏଥର ପଞ୍ଚାୟତ ନିର୍ବାଚନରେ ଟିକେଟ ଦେଇଛି । କାହିଁକି ଓବିସି ପ୍ରାର୍ଥୀଙ୍କ ପ୍ରତି ଅବହେଳା କରାଗଲା ସେନେଇ ନ୍ୟାୟଳୟର ଦ୍ୱାରସ୍ଥ ହେବୁ,"।

ସେହିପରି ପ୍ରସାଦ ହରିଚନ୍ଦନଙ୍କ ନାଁ ଷ୍ଟାର ପ୍ରଚାରକ ତାଲିକାରେ କାହିଁକି ନାହିଁ ପ୍ରଶ୍ନରେ ପିସିସି ସଭାପତି କହିଛନ୍ତି,"ଯିଏ ପ୍ରଚାର କରିବ ତାଙ୍କ ନାଁ ତାଲିକାରେ ଅଛି । ସେ ତ ଆସନ୍ତି ନାହିଁ । ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର,"। ପ୍ରେସମିଟରେ ପ୍ରସାଦ ହରିଚନ୍ଦନ କାହିଁକି କାନ୍ଦିଲେ ତାର ଜବାବ ନିର୍ବାଚନ ପରେ ଦିଆଯାଇପାରେ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଗଣତନ୍ତ୍ର ଓ ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଲ୍ୟବୋଧ ରକ୍ଷାକରିବା ନିତ୍ୟାନ୍ତ ଜରୁରୀ ବୋଲି ନିରଞ୍ଜନ କହିଛନ୍ତି। ସେ କହିଛନ୍ତି " ଆମେ ସ୍ୱାଧୀନତାର ୭୫ ବର୍ଷର ଅମୃତ ମହୋତ୍ସବ ପାଳନ କରୁଥିଲା ବେଳେ ଆଜି ଆମ ଗଣତନ୍ତ୍ର ଓ ଶାସନ ବ୍ୟବସ୍ଥା କିଭଳି ଚାଲିଛି ତାହା ଆଜି ଏକ ବଡ଼ପ୍ରଶ୍ନବାଚୀ ହୋଇପଡିଛି।

ମହାତ୍ମା ଗାନ୍ଧୀଙ୍କର ଭାରତ ବର୍ଷରେ ଆଜି ଯେଉଁଭଳି ଭାବରେ ହିଂସା, ଦ୍ୱେଷ, ଘୃଣା, ଦୁର୍ନୀତି, ଭ୍ରଷ୍ଟାଚାର ଓ ନାରୀ ନିର୍ଯ୍ୟାତନା ହୁ ହୁ ହୋଇ ବଢ଼ିଚାଲିଛି। ତଦ୍ୱାରା ମହାତ୍ମା ଗାନ୍ଧୀ, ନେହେରୁ, ପଟେଲ ଇତ୍ୟାଦି ମହାମନିଷଙ୍କର ସ୍ୱପ୍ନକୁ ଯେ ଆମେ ପ୍ରତିଦିନ କୁଠାରଘାତ କରୁଛୁ,ଏହା ମୋତେ ବ୍ୟକ୍ତିଗତ ଭାବେ ବହୁ ବ୍ୟଥିତ କରୁଛି । ଆମେ ସମସ୍ତେ ଯେଉଁମାନେ ରାଜନୀତି କରୁଛୁ। ସାଧାରଣ ଜୀବନରେ ଅଛୁ, ସେମାନଙ୍କର ପ୍ରୋତ୍ସାହନ ଓ ପୃଷ୍ଠପୋଷକତା ବିନା ଏଭଳି ଦୁର୍ନୀତି, ହିଂସା, ଭ୍ରଷ୍ଟାଚାର ବୃଦ୍ଧି ସମ୍ଭବ ହୋଇପାରିବ ନାହିଁ । ଏ ରାଜ୍ୟରେ ୨୨ ବର୍ଷର ବିଜେଡ଼ି ସରକାର କେବଳ ଲୋକମାନଙ୍କୁ ପ୍ରତିଶ୍ରୁତି ଓ ପ୍ରତାରଣାଛଡ଼ା ସାଧାରଣ ଜନତାଙ୍କର ସମସ୍ୟାକୁ ଦୂର କରିବାରେ ଅସମର୍ଥ ହୋଇଛି ।
Published by:Soumya Das
First published: