ଦ୍ରୌପଦୀ ମୁର୍ମୁ ଏବଂ ନବୀନ ପଟ୍ଟନାୟକ (ପ୍ରତୀକାତ୍ମକ ଛବି) News18 Odia Digital
ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ମିଳିତ ମଞ୍ଚ ଏହାର ପ୍ରାର୍ଥୀ ଘୋଷଣା କରିଛି। ଝାଡ଼ଖଣ୍ଡର ରାଜ୍ୟପାଳ ଥିବା ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି। ନାମ ଘୋଷଣା ପରେ ଦ୍ରୌପଦୀ ମୁର୍ମୁ ପ୍ରଥମେ ବିଜେଡି (ବିଜୁ ଜନତା ଦଳ)କୁ ନିବେଦନ କରିଥିଲେ। ଏବେ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ଏହା ଉପରେ ଆସିଛି।
ସିଏମ ନବୀନ ପଟ୍ଟନାୟକ କହିଛନ୍ତି ଯେ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ କରିବା ଓଡିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ। ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋ ସହ ଏହି ବିଷୟରେ ଆଲୋଚନା କରିଥିଲେ ମୁଁ ବହୁତ ଖୁସି ଥିଲି। ସେ ଦେଶରେ ମହିଳା ସଶକ୍ତିକରଣ ପାଇଁ ଏକ ଉଦାହରଣ ସୃଷ୍ଟି କରିବେ। ନବୀନ ପଟ୍ଟନାୟକଙ୍କ ଏହି ବିବୃତ୍ତିକୁ ଦ୍ରୌପଦୀ ମୁର୍ମୁଙ୍କ ଅପିଲ ଉପରେ ଅନ୍ତିମ ସିଲ୍ ଭାବେ ବିବେଚନା କରାଯାଉଛି।
ଆସନ୍ତା ମାସ ୨୫ ତାରିଖରେ ଦେଶ ଏକ ନୂତନ ରାଷ୍ଟ୍ରପତି ପାଇବ। ନାମାଙ୍କନ ପ୍ରକ୍ରିୟା ଚାଲିଛି। ଫର୍ମ ପୂରଣ ପାଇଁ ଜୁନ୍ ୨୯ ହେଉଛି ଶେଷ ତାରିଖ। ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ୧୮ ଜୁଲାଇରେ ହେବ ଏବଂ ଭୋଟର ଗଣନା ୨୧ ଜୁଲାଇରେ ହେବ। ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ ରେ ଶେଷ ହେବ।
Published by: Soumya Das
First published: June 22, 2022, 09:00 IST
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।