୮ ରେ ପ୍ରଚାର ପାଇଁ ଓଡ଼ିଶା ଆସିବେ ଏନଡିଏ ରାଷ୍ଟ୍ରପତି ପାର୍ଥିନୀ ଦ୍ରୌପଦୀ ମୁର୍ମୁ

୮ ତାରିଖରେ ଓଡ଼ିଶା ଆସି ପ୍ରଚାର କରିବେ ଏନଡିଏ ରାଷ୍ଟ୍ରପତି ପାର୍ଥିନୀ ଦ୍ରୌପଦୀ ମୁର୍ମୁ। 

ଓଡ଼ିଶାରେ ପ୍ରଚାର କରିବେ ଏନଡିଏ ରାଷ୍ଟ୍ରପତି ପାର୍ଥିନୀ ଦ୍ରୌପଦୀ ମୁର୍ମୁ ।

ଓଡ଼ିଶାରେ ପ୍ରଚାର କରିବେ ଏନଡିଏ ରାଷ୍ଟ୍ରପତି ପାର୍ଥିନୀ ଦ୍ରୌପଦୀ ମୁର୍ମୁ ।

  • Share this:
News 18 Odia Digital

ଭୁବନେଶ୍ୱର: ଓଡ଼ିଶାରେ ପ୍ରଚାର କରିବେ ଏନଡିଏ ରାଷ୍ଟ୍ରପତି ପାର୍ଥିନୀ ଦ୍ରୌପଦୀ ମୁର୍ମୁ। ଆସନ୍ତା ୮ ତାରିଖରେ ଓଡ଼ିଶା ଆସିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହି ସମୟରେ ବିଭିନ୍ନ ଦଳର ବିଧାୟକ ଓ ସାଂସଦ ମାନଙ୍କୁ ଭେଟି ଭୋଟ ମାଗିବେ ଶ୍ରୀମତୀ ମୁର୍ମୁ । ପୂର୍ବରୁ ବିଜେଡି ସମର୍ଥନ ଘୋଷଣା କରିଥିବା ବେଳେ କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛି । ଏଭଳି ସ୍ଥିତିରେ ଦ୍ରୌପଦୀଙ୍କ ଓଡ଼ିଶା ଗସ୍ତ ରାଜନୈତିକ ଚର୍ଚ୍ଚାକୁ ଅଧିକ ସରଗରମ କରିଛି । ଜୁଲାଇ ୧୮ ତାରିଖରେ ନିର୍ବାଚନ ଥିବା ବେଳେ ବିଭିନ୍ନ ରାଜ୍ୟ ବୁଲି ସମର୍ଥନ ଯୋଗାଡୁଛନ୍ତି ଏନଡିଏ ପାର୍ଥିନି ଦ୍ରୌପଦୀ ମୁର୍ମୁ । ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀମତୀ ମୁର୍ମୁ ଝାଡ଼ଖଣ୍ଡ, ବିହାର, ହିମାଞ୍ଚଳ ପ୍ରଦେଶ, ତାମିଲନାଡୁ, ପୁଡୁଚେରୀ, ହରିୟାଣା ପରିଦର୍ଶନ କରିସାରିଥିବା ବେଳେ ୮ରେ ଓଡ଼ିଶା ଆସୁଛନ୍ତି । ଓଡ଼ିଶା ଗସ୍ତ ପରେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଗସ୍ତ ସୂଚୀ ରହିଛି।

ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ନେଇ ସ୍ପଷ୍ଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ପ୍ରଚାର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ସମର୍ଥନ ଘୋଷଣା କରି ସାରିଛି ବିଜେଡି । ଏହା ସହିତ ଓଡ଼ିଆ ଓ ଆଦିବାସୀ ଝିଅ ଭାବେ ବିଜେଡି ସମର୍ଥନ ଜ୍ଞାପନ କରି ଅନ୍ୟଦଳକୁ ସମର୍ଥନ କରିବାକୁ ଅପିଲ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏପରିକି ନାମାଙ୍କନ ସମୟରେ ପ୍ରସ୍ତାବକ ପାଇଁ ଦିଲ୍ଲୀ ଯାଇଥିଲେ ଦୁଇ ଓଡ଼ିଆ ମନ୍ତ୍ରୀ ।

ପାର୍ଟି ଓ ମାଟି କୁ ନେଇ ଦ୍ୱନ୍ଦରେ ଥିବା କଂଗ୍ରେସ ଦଳୀୟ ପାର୍ଥୀଙ୍କ ସହ ଯିବାକୁ ସ୍ଥିର କରିଥିବା ବେଳେ ପୁନର୍ବାର ସମାନ କଥା ଦୋହରାଇଛି । ବିଜେପି କହିଛି ଦ୍ରୌପଦୀ ମୁର୍ମୁ ପାର୍ଥି ହେବା ପରେ ସମର୍ଥନ ବଢୁଛି। ପ୍ରାୟ ୭୦ ପ୍ରତିଶତ ଭୋଟ ହାତେଇବା ନେଇ ବିଜେପି ଦୃଢୋକ୍ତି କରିଛି । ବିରୋଧୀ ଓ ଅଣବିଜେପି ଦଳ ପାଖରେ ୫୧.୧ପ୍ରତିଶତ ଭୋଟ ଥିବା ବେଳେ ବିଜେପି ପାଖରେ ଅଛି ୪୮.୯ ପ୍ରତିଶତ ଭୋଟ । ବିଜେଡି , ୱାଇଏସଆର କଂଗ୍ରେସ, ବିଏସପି ଭଳି ଦଳ ସମର୍ଥନ ଦେବା ପରେ ଦ୍ରୌପଦୀ ମୁର୍ମୁ ଜିତିବା ଏକ ପ୍ରକାର ନିଶ୍ଚିତ ହୋଇଯିବ ।
Published by:Soubhagya Mishra
First published: